୩୫ ବର୍ଷରେ ଚୋରି କରିଥିଲେ ୫ କୋଟି ଟଙ୍କା

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚୋରି କରିବା ଥିଲା ନିଶା, ଆଉ ପେସା। ବାରମ୍ବାର ଚୋରି କରି ଗିରଫ ହେଉଥିଲେ, ଜେଲ ବି ଯାଉଥିଲେ। ହେଲେ ଜେଲରୁ ବାହାରିବା ପରେ ପୁଣି ସେହି ଧନ୍ଦା ଜାରି ରଖୁଥିଲେ। ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚୋରି କରୁଥିବା କୁଖ୍ୟାତ ଚୋରଙ୍କୁ କମିଶନରେଟ ପୋଲିସ ସୋମବାର କାବୁ କରିଛି। କଟକରେ ଚୋରି ଉଦ୍ୟମବେଳେ ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଗିରଫ କରିଛି। ସେ ହେଲେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ହାଟସାହିର ହେମନ୍ତ ଦାଶ(୫୯)। ପଚରାଉଚରାବେଳେ ତାଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ଦେଶର ୫ଶହ ସ୍ଥାନରୁ ୫କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଜିନିଷପତ୍ର ଚୋରି କରିଥିବା ଜଣାପଡିଛି। ସେ ରାଜ୍ୟରୁ ରାଜ୍ୟ ବୁଲି ବୁଲି ଚୋରି କରୁଥିବାବେଳେ ମୁମ୍ବାଇ ଓ ଚେନ୍ନାଇ ପୋଲିସ ଦ୍ୱାରା ମଧ୍ୟ ପୂର୍ବରୁ ଗିରଫ ହୋଇଛନ୍ତି। ତାଙ୍କ ନାମରେ ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନାଞ୍ଚଳରେ ୮୨ରୁ ଅଧିକ ମାମଲା ରହିଛି। ଅନ୍ୟପକ୍ଷରେ କଟକ, ପୁରୀ, ବ୍ରହ୍ମପୁର ଆଦି ସହରରେ ଏକାଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ମଙ୍ଗଳବାର ହେମନ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ପରେ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ହେମନ୍ତ ୧୯୮୬ ରେ ବିଜେବି କଲେଜରେ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ସେଠାରେ ସେ ଜଣେ ଚୋରି ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କଠାରୁ ପ୍ରୋତ୍ସାହନ ପାଇ ଚୋରି କରିବାକୁ ମନ ବଳାଇଥିଲେ। ସେ ଜେଲରୁ ବାହାରିବା ପରେ ଚୋରି କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ବୟସ ହୋଇଥିଲା ୨୪। ପ୍ରଥମେ ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବନ୍ଦ ଥିବା ଘର କବାଟକୁ ଶାବଳରେ ତାଡ଼ି ଟଙ୍କା, ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଚୋରି କରୁଥିଲେ। ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସହରକୁ ଫ୍ଲାଇଟ ଯୋଗେ ଯାଇ ବଡ଼ ବଡ଼ ହୋଟେଲରେ ରହୁଥିଲେ। ହୋଟେଲର ପାଖ ରୁମ୍‌ ଓ ଆଖପାଖ ଅଞ୍ଚଳରୁ ମଧ୍ୟ ଚୋରି କରୁଥିଲେ। ୨୦୧୮ରେ ସେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ତେବେ କିଛିଦିନ ତଳେ ବଡଗଡ, କ୍ୟାପିଟାଲ ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସେ ପୁଣି ଚୋରି କରିଥିଲେ। ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏଥିସହ ତାଙ୍କୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ଯୋଜନା ପ୍ରସ୍ତୁତ କରି ପୂରା ନଜର ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଗୁଳିମାଡ଼: ଟାର୍ଗେଟରେ ଜେଲ ଫେରନ୍ତା ଯୁବକ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି। ଜଣେ ଜେଲ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।...

ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଏକ ଭଡାଘରୁ ଗୁରୁବାର ସକାଳୁ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି...

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମଙ୍କ ପରଲୋକ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ମାତ୍ର...

ଜାମିନରେ ଆସିଥିବା ପୂର୍ବତନ ସରପଞ୍ଚଙ୍କୁ ହାଣି ଦେଲେ

ବ୍ରହ୍ମପୁର ଅଫିସ,୫।୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବିଷୋୟୀଙ୍କୁ ଶୁକ୍ରବାର କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ...

ଓଏଏସ୍‌ ପରୀକ୍ଷାରେ ତପସ୍ବିନୀଙ୍କ କୃତିତ୍ୱ: ଦୃଢ଼ ଇଚ୍ଛାଶକ୍ତି ସଫଳତା ଦେଇଛି

ବାଲିଆ, ୧୦।୧: ମାତ୍ର ୭ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ବି ନିଜ ସ୍ବପ୍ନ ପୂରଣ କରିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ବିରିଡ଼ି ବ୍ଲକ ୨୨...

ଆଜି ରାଜ୍ୟରେ ୧୦୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୦ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...

ଫେରୁଛନ୍ତି ପ୍ରବାସୀ, ବଢୁଛି ଗଞ୍ଜାମର ଚିନ୍ତା

ଛତ୍ରପୁର,୧୪ା୪: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାକୁ ଫେରୁଥିବା ପ୍ରବାସୀମାନେ ସାଙ୍ଗରେ ଆର୍‌ଟି-ପିସିଆର୍‌ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି...

ଇସ୍ପାତ ଓ ଖଣି ବିଭାଗର ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭ା୧୨(ବ୍ୟୁରୋ):ରାଜ୍ୟରୁ କରୋନା କଟକଣା ଏକ ପ୍ରକାର କୋହଳ ହୋଇସାରିଛି। ହେଲେ କିଛିଦିନ ହେବ ସ୍କୁଲ ଶିକ୍ଷକ ଏବଂ ଚାତ୍ରୀଛାତ୍ରମାନେ କେତେଗୁଡିଏ ସ୍ଥାନରେ କରୋନା ପଜେଟିଭ...

Advertisement
Archives

Model This Week