ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ବିକୁଥିଲେ

କଟକ ଅଫିସ, ୧୩।୨:  ଗଞ୍ଜେଇ ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ୨ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ବୁବା ଓରଫ ନାରାୟଣ ପତି ଓ ମଧୁପାଟଣା ଥାନା ଅଧୀନ କଲ୍ୟାଣ ନଗର ଅଞ୍ଚଳର ଅବକାଶ ସ୍ବାଇଁ। ନାରାୟଣଙ୍କଠାରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ, ୨ଟି ମୋବାଇଲ ଓ ଏକ ସ୍କୁଟି(ନଂ. ଓଡ଼ି୦୫ଏଜି-୮୭୯୦) ଜବତ କରାଯାଇଛି। ଏହାପରେ ତାଙ୍କ ଘର ଉପରେ ଶନିବାର ପୋଲିସ ଚଢ଼ାଉ କରି ୭୫ ଲକ୍ଷ ୨୦ ହଜାର ଟଙ୍କା, ୮୦ ଗ୍ରାମର ସୁନା ଅଳଙ୍କାର, ବିପୁଳ ପରିମାଣର ସିଗାରେଟ୍‌ ପ୍ୟାକେଟ୍‌ ଜବତ କରିଥିବା ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି।
ଡିସିପିଙ୍କ ସୂଚନା ଅନୁଯାୟୀ, ୨୦୦୫ରୁ ନାରାୟଣ ନିଶା କାରବାର କରିଆସୁଥିଲେ। ଏହି ଘଟଣାରେ ସେ ଅନେକ ଥର ଧରାପଡ଼ି ଜେଲ୍‌ ଯାଇଛନ୍ତି। ସେଠାରୁ ଆସିବା ପରେ ମଧ୍ୟ ସେ ଏହି କାରବାର କରୁଥିଲେ। କେହି ଯେପରି ଜାଣି ନ ପାରିବେ ସେଥିପାଇଁ ବାଇକ୍‌ରେ ଅଳ୍ପ ପରିମାଣର ଗଞ୍ଜେଇ ନେଇ କଟକ ସହର ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ବିଭିନ୍ନ ସମୟରେ ତାଙ୍କ ନିକଟରୁ କମ୍‌ ପରିମାଣର ଗଞ୍ଜେଇ ଜବତ କରାଯାଉଥିବାରୁ ସହଜରେ ଜାମିନ ମିଳିଯାଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଗାରେଟ୍‌ କିଣି ଆଣି ସେଥିରେ ଗଞ୍ଜେଇ ଭର୍ତ୍ତି କରି ଏହି ବେଆଇନ କାରବାର କରୁଥିବାବେଳେ ଏଥିରେ ତାଙ୍କୁ ପରିବାର ଲୋକେ ସହଯୋଗ କରୁଥିଲେ। ତାଙ୍କର ଅନ୍ୟ କୌଣସି ରୋଜଗାର ନ ଥିଲା। ତେଣୁ ସେ ମୋଟାଅଙ୍କର ଟଙ୍କାକୁ ବ୍ୟାଙ୍କରେ ରଖିଲେ କାହାର ସନ୍ଦେହ ହେବ ଭାବି ଘରେ ରଖୁଥିଲେ। ପୂର୍ବରୁ ତାଙ୍କ ଉପରେ ସ୍ପେଶାଲ ସ୍କ୍ବାଡ୍‌ ଓ ବାଦାମବାଡି ପୋଲିସ ନଜର ରଖିଥିଲା। ଶୁକ୍ରବାର ନାରାୟଣ ଓ ତାଙ୍କ ସହଯୋଗୀ ଅବକାଶ ଲିଙ୍କ୍‌ରୋଡ୍‌ ନିକଟରେ ଏକ ସ୍କୁଟିରେ ଗଞ୍ଜେଇ ରଖି ଛିଡ଼ା ହୋଇଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା। ସେଠାରେ ନାରାୟଣଙ୍କୁ ପଚରାଉଚରା ପରେ ପୋଲିସ ତାଙ୍କ ଘରେ ଚଢ଼ାଉ କରି ଏକ ଆଲମିରାରେ ଲୁଚାଇ ରଖାଯାଇଥିବା ଟଙ୍କା ସମେତ ଅନ୍ୟ ସାମଗ୍ରୀ ଜବତ କରିଥିଲା। ଏ ନେଇ ବାଦାମବାଡି ଥାନାରେ ଏକ ମାମଲା(ନଂ.୪୦/୨୨) ରୁଜୁ ହୋଇଛି। ପୂର୍ବରୁ ନାରାୟଣଙ୍କ ନଁାରେ ବାଦାମବାଡି, ପୁରୀଘାଟ, କଟକ ସଦର ଓ ମଧୁପାଟଣା ଥାନାରେ ୬ଟି ଏବଂ ଅବକାଶଙ୍କ ନଁାରେ ବାଦାମବାଡି ଥାନାରେ ଗୋଟିଏ ମାମଲା ରହିଛି। ନାରାୟଣ ଅନ୍ୟ ବ୍ୟବସାୟୀଙ୍କୁ ଗଞ୍ଜେଇ ଦେବା ସହ ଛୋଟ ଛୋଟ ପୁଡ଼ିଆ କରି ନିଜେ ବିକ୍ରି କରୁଥିଲେ। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି। ତେବେ ନାରାୟଣଙ୍କଠାରୁ ବିପୁଳ ପରିମାଣର ଅର୍ଥ ମିଳିବା ପରେ ତାଙ୍କ ଆର୍ଥିକ କାରବାର ବାବଦରେ ତଦନ୍ତ କରିବାକୁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅବଗତ କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀ ମନ୍ଦିର

କେନ୍ଦୁଝର,୧୩।୧(ସ୍ବ.ପ୍ର.): ଶୁକ୍ରବାର ମକର ସଂକ୍ରାନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମାତ୍ର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ...

‘୨୦୩୦ ସୁଦ୍ଧା ବାଲ୍ୟ ବିବାହ ପ୍ରଥା ବନ୍ଦ ପାଇଁ ଖସଡ଼ା’

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବାଲ୍ୟ ବିବାହ ପ୍ରଥାକୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଖସଡା ପ୍ରସ୍ତୁତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ...

ବ୍ୟାଙ୍କ୍‌ ମ୍ୟାନେଜର, କେ.ପି. ସଲ୍ୟୁଶନ୍ସ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୯ (ବ୍ୟୁରୋ):ଜୟଦେବ ବିହାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୨.୫ କୋଟି ଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାପୁଜୀ...

ଶ୍ରୀଲିଙ୍ଗରାଜ ମନ୍ଦିର ଅଁଳାବେଢ଼ାରେ ମହୁଫେଣା ବିପଦ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.):  ମହାଶିବରାତ୍ରିରେ ସମର୍ଥା ସେବାୟତ ପରମ୍ପରା ଅନୁଯାୟୀ ମନ୍ଦିର ଚୁଡ଼ାକୁ ମହାଦୀପ ଉଠାଇଥାନ୍ତି। ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଥିବାବେଳେ ମନ୍ଦିର...

ଭିଜିବ ଦୀପାବଳି

ଭୁବନେଶ୍ୱର,୨।୧୧(ବ୍ୟୁରୋ): ଭିଜିବ ଦୀପାବଳି। ଉତ୍ତର ଶ୍ରୀଲଙ୍କାଠାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏ ଲମ୍ବିଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଓଡ଼ିଶାରେ...

ଆଉ ୨୮ ମୁଣ୍ଡ ନେଲା କରୋନା: ଭୁବନେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାର ରାଜ୍ୟରେ ଆଉ ୨୮ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪ କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ...

ଖାଦାନ ବନ୍ଦ କରି ସାଟେଲାଇଟ୍‌ ମାପକୁ ବିରୋଧ

ଯାଜପୁର ଅଫିସ,୭ା୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଲିଜ୍‌ପ୍ରାପ୍ତ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କଳାପଥର ଖାଦାନ ଗତ ୮ ଦିନ ହେଲା ବନ୍ଦ ରହିଛି।...

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

Advertisement
Archives

Model This Week