ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ବିକୁଥିଲେ

କଟକ ଅଫିସ, ୧୩।୨:  ଗଞ୍ଜେଇ ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ୨ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ବୁବା ଓରଫ ନାରାୟଣ ପତି ଓ ମଧୁପାଟଣା ଥାନା ଅଧୀନ କଲ୍ୟାଣ ନଗର ଅଞ୍ଚଳର ଅବକାଶ ସ୍ବାଇଁ। ନାରାୟଣଙ୍କଠାରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ, ୨ଟି ମୋବାଇଲ ଓ ଏକ ସ୍କୁଟି(ନଂ. ଓଡ଼ି୦୫ଏଜି-୮୭୯୦) ଜବତ କରାଯାଇଛି। ଏହାପରେ ତାଙ୍କ ଘର ଉପରେ ଶନିବାର ପୋଲିସ ଚଢ଼ାଉ କରି ୭୫ ଲକ୍ଷ ୨୦ ହଜାର ଟଙ୍କା, ୮୦ ଗ୍ରାମର ସୁନା ଅଳଙ୍କାର, ବିପୁଳ ପରିମାଣର ସିଗାରେଟ୍‌ ପ୍ୟାକେଟ୍‌ ଜବତ କରିଥିବା ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି।
ଡିସିପିଙ୍କ ସୂଚନା ଅନୁଯାୟୀ, ୨୦୦୫ରୁ ନାରାୟଣ ନିଶା କାରବାର କରିଆସୁଥିଲେ। ଏହି ଘଟଣାରେ ସେ ଅନେକ ଥର ଧରାପଡ଼ି ଜେଲ୍‌ ଯାଇଛନ୍ତି। ସେଠାରୁ ଆସିବା ପରେ ମଧ୍ୟ ସେ ଏହି କାରବାର କରୁଥିଲେ। କେହି ଯେପରି ଜାଣି ନ ପାରିବେ ସେଥିପାଇଁ ବାଇକ୍‌ରେ ଅଳ୍ପ ପରିମାଣର ଗଞ୍ଜେଇ ନେଇ କଟକ ସହର ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ବିଭିନ୍ନ ସମୟରେ ତାଙ୍କ ନିକଟରୁ କମ୍‌ ପରିମାଣର ଗଞ୍ଜେଇ ଜବତ କରାଯାଉଥିବାରୁ ସହଜରେ ଜାମିନ ମିଳିଯାଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଗାରେଟ୍‌ କିଣି ଆଣି ସେଥିରେ ଗଞ୍ଜେଇ ଭର୍ତ୍ତି କରି ଏହି ବେଆଇନ କାରବାର କରୁଥିବାବେଳେ ଏଥିରେ ତାଙ୍କୁ ପରିବାର ଲୋକେ ସହଯୋଗ କରୁଥିଲେ। ତାଙ୍କର ଅନ୍ୟ କୌଣସି ରୋଜଗାର ନ ଥିଲା। ତେଣୁ ସେ ମୋଟାଅଙ୍କର ଟଙ୍କାକୁ ବ୍ୟାଙ୍କରେ ରଖିଲେ କାହାର ସନ୍ଦେହ ହେବ ଭାବି ଘରେ ରଖୁଥିଲେ। ପୂର୍ବରୁ ତାଙ୍କ ଉପରେ ସ୍ପେଶାଲ ସ୍କ୍ବାଡ୍‌ ଓ ବାଦାମବାଡି ପୋଲିସ ନଜର ରଖିଥିଲା। ଶୁକ୍ରବାର ନାରାୟଣ ଓ ତାଙ୍କ ସହଯୋଗୀ ଅବକାଶ ଲିଙ୍କ୍‌ରୋଡ୍‌ ନିକଟରେ ଏକ ସ୍କୁଟିରେ ଗଞ୍ଜେଇ ରଖି ଛିଡ଼ା ହୋଇଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା। ସେଠାରେ ନାରାୟଣଙ୍କୁ ପଚରାଉଚରା ପରେ ପୋଲିସ ତାଙ୍କ ଘରେ ଚଢ଼ାଉ କରି ଏକ ଆଲମିରାରେ ଲୁଚାଇ ରଖାଯାଇଥିବା ଟଙ୍କା ସମେତ ଅନ୍ୟ ସାମଗ୍ରୀ ଜବତ କରିଥିଲା। ଏ ନେଇ ବାଦାମବାଡି ଥାନାରେ ଏକ ମାମଲା(ନଂ.୪୦/୨୨) ରୁଜୁ ହୋଇଛି। ପୂର୍ବରୁ ନାରାୟଣଙ୍କ ନଁାରେ ବାଦାମବାଡି, ପୁରୀଘାଟ, କଟକ ସଦର ଓ ମଧୁପାଟଣା ଥାନାରେ ୬ଟି ଏବଂ ଅବକାଶଙ୍କ ନଁାରେ ବାଦାମବାଡି ଥାନାରେ ଗୋଟିଏ ମାମଲା ରହିଛି। ନାରାୟଣ ଅନ୍ୟ ବ୍ୟବସାୟୀଙ୍କୁ ଗଞ୍ଜେଇ ଦେବା ସହ ଛୋଟ ଛୋଟ ପୁଡ଼ିଆ କରି ନିଜେ ବିକ୍ରି କରୁଥିଲେ। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି। ତେବେ ନାରାୟଣଙ୍କଠାରୁ ବିପୁଳ ପରିମାଣର ଅର୍ଥ ମିଳିବା ପରେ ତାଙ୍କ ଆର୍ଥିକ କାରବାର ବାବଦରେ ତଦନ୍ତ କରିବାକୁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅବଗତ କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?