Odisha Elections 2024

ବିଳମ୍ବିତ ରାତି ଯାଏ ଚାଲିଥିଲା ରେଭ୍‌ ପାର୍ଟି

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ପାଣିଓରା ଛତାବରସ୍ଥିତ ହାପି ମୋମେଣ୍ଟ୍‌ସ ରିସର୍ଟରେ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲିଥିଲା ରେଭ୍‌ ପାର୍ଟି। ଜମିଥିଲା ବିଦେଶୀ ମଦର ଆସର। ରଙ୍ଗିନ ଆଲୁଅରେ ଡିଜେ ମ୍ୟୁଜିକ୍‌ର ତାଳେ ତାଳେ ନିଶାରେ ଝୁମି ଚାଲିଥିଲେ ୫୦ରୁ ଅଧିକ ଯୁବତୀଯୁବକ। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ରିସର୍ଟ ମାଲିକ ଆୟୋଜନ କରିଥିଲେ ଏହି ରେଭ୍‌ ପାର୍ଟି। ଚନ୍ଦକା ଥାନା ପୋଲିସ ରାତି ପ୍ରାୟ ୪ଟାରେ ଉକ୍ତ ରସର୍ଟରେ ଅତର୍କିତ ଚଢ଼ାଉ କରି ମାଲିକ ଓ ରୋଷେୟାଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ୪୦ କେନ୍‌ ମଦ (୨୦ ଲିଟର) ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରିସର୍ଟ ମାଲିକ ତଥା ଶହୀଦନଗର ପ୍ଲଟ୍‌ ନଂ.ଏ-୧୨୦ରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକ(୫୩)। ଅନ୍ୟଜଣେ ହେଲେ ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ସୋଲାପୁର ଗ୍ରାମର ରାହୁଲ ମଲ୍ଲିକ (୩୦)। ଏନେଇ ଥାନାରେ ଏକ ମାମଲା ନଂ.୨୬୧/୨୦୨୨ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପୋଲିସର ଚଢ଼ାଉ ଦେଖି ଯୁବତୀଯୁବକମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଅନ୍ୟ କର୍ମଚାରୀମାନେ ଖସି ପଳାଇଥିଲେ।
ଏନେଇ ଚନ୍ଦକା ଥାନା ଅଧିକାରୀ ସୁରେନ୍ଦ୍ର ବଳ କହିଛନ୍ତି, ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି। କୋଭିଡ୍‌ କଟକଣା ଯୋଗୁ ହାପି ମୋମେଣ୍ଟ୍‌ସ ରିସର୍ଟକୁ ବନ୍ଦ କରାଯାଇଥିଲା। ପରେ କିଛି ମାସ ହେବ ସେଠାରେ ବିବାହ ଉତ୍ସବ କରାଯାଉଥିଲା। ହେଲେ ଶୁକ୍ରବାର ରାତିରେ ରେଭ୍‌ ପାର୍ଟି ଓ ମଦ ବେପାର ଚାଲିଥିବା ନେଇ ପାଟ୍ରୋଲିଂ ଟିମ୍‌ ଖବର ପାଇବା ପରେ ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲୁ। ଏହା ଏକ ବେଆଇନ କାମ। ମାଲିକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ପଦକ୍ଷେପ ନେଇଛୁ। ଯଦି ଆଗାମୀ ଦିନରେ ଏଭଳି କାର୍ଯ୍ୟ କିଏ କରେ ତା’ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ହେଲେ ମିଳିଥିବା ସୂଚନାନୁସାରେ, ଗତ କିଛିଦିନ ହେବ ଏହି ରିସର୍ଟରେ ରେଭ୍‌ ପାର୍ଟି ଚାଲିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦେଶୀ ମଦ ସହ ଅନ୍ୟ ନିଶା କାରବାର ହେଉଥିଲା। ହେଲେ ପୋଲିସ ପୂର୍ବରୁ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ଓଡିଶା ବିକାଶ କରିବାରେ ବିଜେଡି ବିଫଳ ହୋଇଛି: ହେମା ମାଳିନୀ

ଭୁବନେଶ୍ୱର,୧୭।୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri