ବଜାର ବନ୍ଦ, ସରକାର ନେଉନାହାନ୍ତି

ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ ସୃଷ୍ଟି ହୋଇଛି। ମହାମାରୀ ଜନିତ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ବଜାର ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ବିପୁଳ ନିଯୁକ୍ତିର ଏକ ବଡ଼ ମାଧ୍ୟମ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଆତ୍ମନିର୍ଭର ଭାରତ ପାଇଁ କେନ୍ଦ୍ର ସରକାର ଧ୍ୱନି ଦେଉଥିଲାବେଳେ ବଜାର ଅଭାବରୁ ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ଉଦ୍ୟୋଗୀମାନେ ସମସ୍ୟାରେ ପଡ଼ିଛନ୍ତି। ଗୋଟିଏ ପଟେ କଞ୍ଚାମାଲ ଦର ଆକାଶଛୁଆଁ, ଅନ୍ୟପଟେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନ ହେବା ଯୋଗୁ ଏମ୍‌ଏସ୍‌ଏମ୍‌ଇ/ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ନିଦ ହଜିଯାଇଛି। ସମ୍ପ୍ରତି କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ହାତଗଣତି ଲଘୁ ଉଦ୍ୟୋଗ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ସରକାରୀ ଉଦାସୀନତା ସେମାନଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଛନ୍ତି। ସରକାର ମାନିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି। କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟଅପ୍‌ ର଼୍ୟାଙ୍କରେ ଓଡ଼ିଶା ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବଞ୍ଚାଇ ରଖିବା, ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ସହ ନିଯୁକ୍ତି ସୁଯୋଗ
ସୃଷ୍ଟି କରିବା ଲକ୍ଷ୍ୟରେ ଲଘୁ ଉଦ୍ୟୋଗଗୁଡ଼ିକ ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି ଫର୍‌ ମାଇକ୍ରୋ ଆଣ୍ଡ ସ୍ମଲ୍‌ ଏଣ୍ଟରପ୍ରାଇଜର୍ସ-୨୦୧୫ ଆଣିଛନ୍ତି। ଏହି ପଲିସି ଅନୁଯାୟୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାର୍ଷିକ ଉତ୍ପାଦନର ୨୦ ପ୍ରତିଶତ ଉତ୍ପାଦ କିଣିବାକୁ ବାଧ୍ୟ। ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ଔଷଧ ନିର୍ମାତା ଉଦ୍ୟୋଗୀଙ୍କଠାରୁ ଗତ କିଛିବର୍ଷ ହେବ ଔଷଧ କ୍ରୟ କରୁଥିଲା। ତେବେ ଚଳିତବର୍ଷଠାରୁ ନିଗମ ଟେଣ୍ଡର ଜରିଆରେଔଷଧ କ୍ରୟ ପାଇଁ ସ୍ଥିର କରିଛି। କେବଳ ନିଗମ ନୁହେଁ, ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଉତ୍ପାଦିତ ଦ୍ରବ୍ୟ ରାଜ୍ୟ ଭିତରୁ କ୍ରୟ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ଏମ୍‌ଏସ୍‌ଏମ୍‌ଇ ସଂଘ ଅଭିଯୋଗ କରିଛି।
ଅନ୍ୟପକ୍ଷରେ ମେକ୍‌ ଇନ୍‌ ଓଡ଼ିଶାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପବ୍ଲିକ ପ୍ରୋକ୍ୟୁରମେଣ୍ଟ (ପ୍ରିଫରେନ୍ସ ଟୁ ମେକ୍‌ ଇନ୍‌ ଓଡ଼ିଶା) ଆଦେଶ-୨୦୨୦ ଚିଠା ପ୍ରସ୍ତୁତ କରିଛନ୍ତିି। ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କିମ୍ବା ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ପାଦନ, ଉତ୍ପାଦିତ ଦ୍ରବ୍ୟର ବିକ୍ରିି , କଞ୍ଚାମାଲ ଇତ୍ୟାଦି ବ୍ୟବସ୍ଥା କରାଯିବ। ଏହାଦ୍ୱାରା ବିଭିନ୍ନ ବଡ଼ ବଡ଼ କମ୍ପାନୀ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ମିଶି ଉତ୍ପାଦନ ଓ କ୍ରୟ କରିବେ। ଫଳରେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ସହ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ହେବ। ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବେ। ଏମ୍‌ଏସ୍‌ଏମ୍‌ଇରୁ ଉତ୍ପାଦିତ ସାମଗ୍ରୀକୁ ବିଭାଗଗୁଡ଼ିକ ନିଜର ବିଭିନ୍ନ କାର୍ଯ୍ୟାଳୟ ପାଇଁ ୫୦ ପ୍ରତିଶତ କ୍ରୟ କରିବେ। ଅନୁସୂଚିତ ଜାତି, ଜନଜାତି, ମହିଳା ଏବଂ ଭିନ୍ନକ୍ଷମ ଉଦ୍ୟୋଗୀଙ୍କଠାରୁ ଉତ୍ପାଦିତ ଦ୍ରବ୍ୟ କ୍ରୟ କରାଯିବା ସହ ସ୍ବାବଲମ୍ବୀ କରିବା ଦିଗରେ ଏହି ନୀତି ସହାୟକ ବୋଲି ଦାବି କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ଯେ, ଏମ୍‌ଏସ୍‌ଏମ୍‌ଇ ସଂଘର ବାରମ୍ବାର ଦାବି ସତ୍ତ୍ୱେ ପ୍ରୋକ୍ୟୁରମେଣ୍ଟ ଚିଠା ଆଦେଶ-୨୦୨୦ ବର୍ଷେ ହେବ ଫାଇଲ ଭିତରେ ରହିଛି ବୋଲି କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ସଂଘ ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି। ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନ ନେଲେ ଲଘୁ ଉଦ୍ୟୋଗୀମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତିକରିବେ। ଏହି ଉଦ୍ୟୋଗ ରାଜ୍ୟରେ ଏକ ପ୍ରକାର ଭୁଶୁଡ଼ି ପଡ଼ିବ। ଯୁବ ଉଦ୍ୟୋଗୀମାନେ ଏନେଇ ଆଉ ଆଗ୍ରହ ଦେଖାଇବେ ନାହିଁ। ଲୋକଙ୍କୁ ଋଣ ଦେବା ଅପେକ୍ଷା କାମ ଦେବା ଦରକାର ବୋଲି ସ୍ବାଇଁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସରକାରୀ ହିସାବ ଅନୁଯାୟୀ ୨୦୨୧ ଜୁନ୍‌ ସୁଦ୍ଧା ରାଜ୍ୟରେ ୫,୦୬,୦୧୨ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜୀକୃତ ହୋଇଛି। ସେଥିରୁ ଗତ ୫ ବର୍ଷ ମଧ୍ୟରେ ୪୫,୫୮୦.୮୫ କୋଟି ଟଙ୍କାର ୧୫,୩୧୫ ଉଦ୍ୟୋଗ ବିଭିନ୍ନ କାରଣରୁ ବନ୍ଦ ହୋଇଛି। ଏଥିରେ କାର୍ଯ୍ୟରତ ୧,୨୯,୯୫୦ କର୍ମଚାରୀ ଜୀବିକା ହରାଇଛନ୍ତି । ୧୧ ପଛୁଆ ଜିଲାରେ ଏହି ସମୟରେ ମୋଟ ୩,୫୨,୦୦୫.୩୭ ଲକ୍ଷ ଟଙ୍କାର ୩,୧୩୩ ଶିଳ୍ପ ବନ୍ଦ ହୋଇଛି। ଏସବୁ ଶିଳ୍ପ ବନ୍ଦ ହେବା ଯୋଗୁ ୩,୪୪,୬୧୫ ଲୋକ ଜୀବିକା ହରାଇଛନ୍ତି। କରୋନା ସମୟରେ ପ୍ରାୟ ୫୦ ହଜାର ଉଦ୍ୟୋଗ ବନ୍ଦ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି। ଲଘୁ ଉଦ୍ୟୋଗ ପ୍ରତି ଯଦି ସରକାରୀ ବାବୁମାନଙ୍କର ଉଦାସୀନ ମନୋଭାବ ଜାରି ରହିବ ତେବେ ରାଜ୍ୟରେ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ଯୋଗାଉଥିବା ଏହି କ୍ଷେତ୍ରର ଉଦ୍ୟୋଗୀମାନେ ତଳିତଳାନ୍ତ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?