Posted inଜାତୀୟ

ସିଦ୍ଧୁଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ଼,୨୮ ।୯: ମାତ୍ର ୭୨ ଦିନର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ପଞ୍ଜାବ ରାଜନୀତିରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି । ସିଦ୍ଧୁଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସବୁବେଳେ ଅହିନକୁଳ ସମ୍ପର୍କ ହୋଇଥିବା ବେଳେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ ଟୁଇଟ୍ କରି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ କହିଥିଲି ନା ସେ ସ୍ଥିର ବ୍ୟକ୍ତି ନୁହେଁ ।’ ଅର୍ଥାତ୍ ସିଦ୍ଧୁ କେବେ ସ୍ଥିର ନୁହେଁ ତେଣୁ ତାଙ୍କୁ କøଣସି କାର୍ଯ୍ୟଭାର ଦେବା ଠିକ୍ ନୁହେଁ । କ୍ୟାପଟେନ କହିଥିଲେ କି ସୀମାବର୍ତ୍ତି ରାଜ୍ୟ ପାଇଁ ସିଦ୍ଧୁ ଆଦୌ ଫିଟ୍ ନୁହଁନ୍ତି । ତେବେ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି କୌଣସି କଥା ସହ ସାଲିସ କରିବା ଅର୍ଥ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଇଥାଏ । ମୁଁ ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବ ଜନତାଙ୍କ କଲ୍ୟାଣ କଥା ଚିନ୍ତା କରୁଛି ଏହାସହ ମୁଁ କେବେ ସାଲିସ କରି ପାରିବି ନାହିଁ ସେଥିପାଇଁ ମୁଁ ଇସ୍ତଫା ଦେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୀରଭୂମ ହିଂସାକୁ ନେଇ ରାଜନୀତି ସରଗରମ, ବ୍ରେକଫାଷ୍ଟରେ ପଶ୍ଚିମବଙ୍ଗ ଭାଜପା ଏମପିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ...

ଆଜି ବାରାଣସୀରେ ରୋଡ ଶୋ କରିବେ ମୋଦି

ଲକ୍ଷ୍ନୌ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଗସ୍ତରେ ଯିବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାାଣାସୀରେ ରୋଡ ଶୋ କରିବେ...

କୃଷକଙ୍କ ସଶକ୍ତିକରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ: ମୋଦି

ନୂଆଦିଲ୍ଲୀ, ୨୭।୯: କୃଷକଙ୍କ ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ତେଣୁ କୃଷକଙ୍କ ସଶକ୍ତି କରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ପଡ଼ିପାରିବ। ସେହିପରି ଗାଁର...

ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ପୁନାୱାଲା ନେଲେ କରୋନା ଟିକା

ପୁଣେ,୧୬ ।୧: କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଦେଶକୁ ମିଳିଯାଇଛି ଟିକା । ଶନିବାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ...

ଅକ୍ଟୋବରରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୮: ଅକ୍ଟୋବର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯାଇପାରେ। ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଦେଶରେ ୧୨ରୁ...

୫ ବର୍ଷ ପରେ ଗିରଫ ହେଲେ ବଳାତ୍କାରୀ ବାବା

ଚେନ୍ନାଇ,୧୯।୧୨: ଜଣେ ମହିଳା ଭକ୍ତଙ୍କୁ ବଳତ୍କାର କରିବା ଅଭିଯୋଗରେ ଆତ୍ମଘୋଷିତ ଗଡ୍‌ମ୍ୟାନ ସାଥିୟା ନାରାୟଣନନ ଗିରଫ ହୋଇଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସ୍ତ୍ରୀ ପୁଷ୍ପଲତା ସହାୟତା...

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ...

ଦୁଃଖଦ ଐତିହାସିକ ଘଟଣାର ରାଜନୀତିକରଣ କରୁଛନ୍ତି ପ୍ରଧାନମନ୍ତ୍ରୀ, କଂଗ୍ରେସର ସମାଲୋଚନା…

ନୂଆଦିଲ୍ଲୀ, ୧୪।୮ : କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରବିବାର କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ...

Advertisement
Archives

Model This Week