Posted inUncategorized

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା ଏହି ପାର୍କରେ ଏକ ବିରାଟ ୧୦୦ ଫୁଟ୍‌ର ୟେଲୋ ପୋପଲାର ଗଛରେ ଲଗାଯାଇଛି ଅନେକ ଝୁଲା। ଯେଉଁଥିରେ ବସି ପିଲାମାନେ ବେଶ୍‌ ମଜା ଉଠାନ୍ତି। କେବଳ ସେତିକି ନୁହେଁ ଏହି ଗଛର ଗଣ୍ଡିର କିଛି ଅଂଶକୁ କାଟି ଚେୟାର ଟେବୁଲ କରାଯାଇଛି। ଫଳରେ ଲୋକେ ଏଠି ଆରାମରେ ବସି ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ। ଗଛର ବିରାଟଗଣ୍ଡିର ମଝି ଭାଗରେ ଏକ ଛୋଟ ଘର ବା କିଓସ୍କ ବି କରାଯାଇଛି। ଯାହାର କାଚ ଝରକାକୁ ଏହି ଗଛର ପତ୍ର ଲଗାଇ ସଜାଯାଇଛି। ଉକ୍ତ କିଓସ୍କରେ ପର୍ଯ୍ୟଟକଙ୍କୁ ଯେଉଁ ସୁପ୍‌ ଦିଆଯାଏ ତାହା ଉକ୍ତ ଗଛର ଛାଲିରୁ ବାହାର କରାଯାଇଥିବା ସିରପ୍‌ରୁ ପ୍ରସ୍ତୁତ କରାଯାଇଥାଏ। ଗଛର ଶାଖାଗୁଡ଼ିକରେ ସୁନ୍ଦର ଲାଇଟ୍‌ ବି ଲଗାଯାଇଛି। ଫଳରେ ସନ୍ଧ୍ୟାବେଳେ ଏହାର ଦୃଶ୍ୟ ବହୁତ ମନୋରମ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri