ସୀମା ଉଲ୍ଲଂଘନ କରି ତଦନ୍ତ କରୁଛନ୍ତି ଡିଆଇଜି

ପ୍ରଶ୍ନ-୧: ଗିରଫ ଲୋକଙ୍କୁ ଥାନାରେ ରଖାଯାଏ। ପୋଲିସ ବାରାକ କେବଳ କର୍ମଚାରୀଙ୍କ ରହିବା ପାଇଁ ଉର୍ଦ୍ଦିଷ୍ଟ। ଅପରାଧୀଙ୍କୁ ହାତକଡି ପଡିଲାନି କିମ୍ବା ହାଜତରେ ରଖାଗଲାନି। ପୋଲିସ ବାବୁମାନେ ସସମ୍ମାନେ ଅପରାଧୀଙ୍କୁ ନିଜ ଘରେ ନେଇ ରଖିଲେ। ଏହା ସମ୍ପୂର୍ଣ୍ଣ ଭାବେ ପୋଲିସ ମାନୁଆଲ ରୁଲ୍‌ର ଭଙ୍ଗ କରୁଛି। ତେଣୁ ଏହି ନିଷ୍ପତ୍ତି ଯେଉଁ କନଷ୍ଟେବଳମାନେ ନିଲମ୍ବିତ ହୋଇଛନ୍ତି ସେମାନେ ନେଇଥିଲେ ନା ଉପରିସ୍ଥ କର୍ମଚାରୀ ନେଇଥିଲେ। ଅନୁଭବୀ ପୋଲିସ ଅଫିସରମାନେ କହୁଛନ୍ତି ଏଭଳି ନିଷ୍ପତ୍ତି ତଳ କର୍ମଚାରୀ ନେବା ଅସମ୍ଭବ। ତେଣୁ ଏହି ନିଷ୍ପତ୍ତି ନେଇଥିଲା କିଏ ?
ଡିଆଇଜି: ପ୍ରଥମେ ସିନ୍ଧେକେଲା ଥାନାରେ ମମିତା ଅପହରଣ ମାମଲା ରୁଜୁ ହୋଇଥିଲା। ଏହି ମାମଲା ରୁଜୁହେବା ପରେ ତଦନ୍ତ ଆରମ୍ଭ କରାଗଲା। ବଲାଙ୍ଗୀର ପୋଲିସ ଏହି ଅଭିଯୋଗର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣି ଅଟକ ରଖିଥିଲା। ସେତେବେଳେ ତାଙ୍କୁ ଗିରଫ କରାଯାଇ ନ ଥିଲା। ସିନ୍ଧେକେଲା ଥାନା ଟିଟିଲାଗଡ ଏସ୍‌ଡିପିଓଙ୍କ ଅଧୀନରେ ଆସୁଥିବାରୁ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ଟିଟିଲାଗଡ ଥାନାକୁ ନିଆଯାଇଥିଲା। ଏସ୍‌ପିଙ୍କ ଲିଖିତ ନିର୍ଦ୍ଦେଶ ବଳରେ ଅଭିଯୁକ୍ତ ଗୋବିନ୍ଦକୁ ସିନ୍ଧେକେଲା ଥାନାରୁ ଟିଟିଲାଗଡ ଥାନାକୁ ନିଆଯାଇଥିଲା। ଏସ୍‌ଡିପିଓଙ୍କ ନିରୀକ୍ଷଣରେ ପଚରାଉଚରା ହୋଇଥିଲା। ସେଠାରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତିନିଜଣ କନଷ୍ଟେବଳଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଟିଟିଲାଗଡ଼ ଥାନାରୁ ବାରାକକୁ ଖାଇବା ପାଇଁ ଅଭିଯୁକ୍ତଙ୍କୁ ନିଆଯାଇଥିଲା। ସେଠାରୁ ସେ ହାତଧୋଇ ଆସୁଛି କହି ଫେରାର ହୋଇଯାଇଥିଲା। ସୁରକ୍ଷାଜନିତ କର୍ତ୍ତବ୍ୟ ଅବହେଳା କରିଥିବାରୁ ତିନିଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା।
ପ୍ରଶ୍ନ-୨: ଗୋବିନ୍ଦଙ୍କୁ ଅତିଥି ଓ ଭିଆଇପି ଭଳି ସମ୍ମାନ ଦେବାକୁ କିଏ କହିଥିଲା?
ଡିଆଇଜି: ଅଭିଯୁକ୍ତ ଗୋବିନ୍ଦଙ୍କୁ ଅଧିକ ପଚରାଉଚରା ପାଇଁ ଟିଟିଲାଗଡ ଥାନାକୁ ନିଆଯାଇଥିଲା।
ପ୍ରଶ୍ନ-୩: ଗିରଫ ପରେ ଅପରାଧୀଙ୍କ ‘ଆରେଷ୍ଟ ମେମୋ’ ତିଆରି ହୁଏ ଓ ଗିରଫ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଜଣାଯାଏ। ଆରେଷ୍ଟ ମେମୋରେ ଗିରଫର ସ୍ଥାନ, ସମୟ ଓ କାରଣ ଲେଖାଯାଏ। ଏବେ ଯେହେତୁ ସବୁ କାଗଜ କାମ କମ୍ପ୍ୟୁଟରରେ ହେଉଛି, ପ୍ରଶ୍ନ ହେଲା ଗୋବିନ୍ଦକୁ କେବେ ଓ କିଏ ଗିରଫ କରିଥିଲା? ଗିରଫ ପରେ କିଏ ଘରେ ନେଇ ରଖିଥିଲା ? କାହିଁକି ?
ଡିଆଇଜି: ପ୍ରଥମରୁ କହିଛି ଯେ, ସିନ୍ଧେକେଲା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗୋବିନ୍ଦକୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। ସେତେବେଳ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ପ୍ରାଇମାଫେସି ନ ଥିଲା। ଟିଟିଲାଗଡ଼ ବାରାକ୍‌ରୁ ଫେରାର ମାରିବା ପରେ ପୂର୍ବ ମାମଲା ସହ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରାଗଲା ଏବଂ ପରେ ବଙ୍ଗୋମୁଣ୍ଡା ନିକଟରୁ ତାଙ୍କୁ ଗିରଫ କରାଗଲା।
ପ୍ରଶ୍ନ-୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତର ସବୁ ଥାନା ହାଜତରେ ସିସିି କ୍ୟାମେରା ଲାଗିଛି। କ୍ୟାମେରାରେ ଗୋବିନ୍ଦଙ୍କ ଫଟୋ ନ ଆସୁ ସେଥିପାଇଁ ତାଙ୍କୁ କନଷ୍ଟେବଳମାନଙ୍କ ସାଥିରେ ରହିବାକୁ ଦିଆଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ମୂଳରୁ ଗୋବିନ୍ଦଙ୍କୁ ଭିଆଇପି ଭଳି ଅତିଥି ସତ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦ୍ୱିତୀୟରେ, ଯଦି ତାଙ୍କୁ ବାରାକ୍‌ରେ ଅଟକ ରଖାଯାଇଥିଲା ତାହା ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୪୨ ଅନୁସାରେ ଏକ ଧର୍ତ୍ତବ୍ୟ ଅପରାଧ ନୁହେଁ କି? ଏସବୁ ଏସ୍‌ଡିପିଓ ଏବଂ ଏସ୍‌ପିଙ୍କ ଅଜାଣତରେ ହେବା ସମ୍ଭବପର ନୁହେଁ । ପ୍ରତ୍ୟେକ ଦିନ କେଉଁ ଥାନାରେ କିଏ ଗିରଫ ହେଲେ ତାହାର ବିବରଣୀ ଏସ୍‌ପିଙ୍କୁ ଦିଆଯାଏ। ଏହାଛଡା କମ୍ପ୍ୟୁଟରରେ ଆରେଷ୍ଟ ମେମୋ ତିଆରି ହେବା ଯୋଗୁଁ ଯେକେହି ଚାହିଁଲେ ସେମାନଙ୍କ ନାମ, ଠିକଣା ଓ ଗିରଫର କାରଣ ଓଡ଼ିଶା ପୋଲିସର ନାଗରିକ ସେବା ୱେବ୍‌ସାଇଟ୍‌ରୁ ମଧ୍ୟ ପାଇପାରିବ।
ଡିଆଇଜି: ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଯିବା କାମ ଚାଲିଛି। ଏହି କାମ ଗୋଟିଏ ସଂସ୍ଥାକୁ ଦିଆଯାଇଛି। ସେ କାମ କରୁଛନ୍ତି। ପର୍ଯ୍ୟାୟକ୍ରମେ ସବୁ ଥାନାରେ ସିସିଟିଭି ଲାଗିବ। ଏହା ସହିତ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୨ କଥା ଯେଉଁ ପଚାରୁଛନ୍ତି, ଅଭିଯୋଗ ହେଲା ପରେ ଆମ ପୋଲିସ ଯାଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପାଇଁ ଆଣି ଅଟକ ରଖିଥିଲେ। ତାଙ୍କ ବିରୋଧରେ ପ୍ରାଇମାଫେସି ନ ଥିବାରୁ ଆମେ ତାଙ୍କୁ ଆରେଷ୍ଟ କରି ନ ଥିଲୁ। ପରେ ସେ ବାରାକ୍‌ରୁ ଫେରାର ହେଲେ ଓ ପରେ ଗିରଫ ହୋଇଛନ୍ତି।
ପ୍ରଶ୍ନ-୫: ଗୋଟିଏ ମିଛକୁ ଲୁଚେଇବାକୁ ଯାଇ ଏତେ ମିଛ କୁହାଗଲାଣି ଯେ ଏବେ ଆଉ ପ୍ରମାଣ ମିଳିବାକୁ ଅସୁବିଧା ହେବନି। ଏ ସଂକ୍ରାନ୍ତରେ ସତ୍ୟ ସ୍ବୀକାର କରାଗଲେ ସରକାରଙ୍କ ଉପରେ ଉଠିଥିତ୍ବା ସନ୍ଦେହ ବରଂ କମିପାରେ କି?
ଡିଆଇଜି: ଏହି ମାମଲାର ତଦନ୍ତ ସିଆର୍‌ପିସି ଆଧାରରେ କରୁଛୁ। ସାଇଣ୍ଟିଫିକାଲି, ଟେକ୍‌ନିକାଲି ଏହାର ତଦନ୍ତ କରାଯାଉଛି। ତଦନ୍ତରୁ ଦୁଇଜଣ ଅଭିଯୁକ୍ତଙ୍କୁ ଧରାଯାଇ ସାରିଛି। ଅନ୍ୟମାନଙ୍କ ଉପରେ ଯାହା ସନ୍ଦେହ ଥିଲା ତାଙ୍କୁ ପଚରାଉଚରା କରାଯାଇ ଛାଡ଼ି ଦିଆଯାଇଛି। ଏହି ମାମଲାରେ ଅନ୍ୟ କୌଣସି ଲୋକଙ୍କ ବିରୋଧରେ ଅଭିଯୋଗ ନାହିଁ। ଅପରାଧ ପୂରାପୂରି ବ୍ୟକ୍ତିଗତ କାରଣରୁ ଘଟିଛି। ଶୁଣାକଥାର ଅଭିଯୋଗ ସ୍ବୀକୃତିପ୍ରାପ୍ତ ନୁହେଁ।
ପ୍ରଶ୍ନ-୬: ଦକ୍ଷିଣାଞ୍ଚଳ ଡିଆଇଜି ଅଧୀନ କଳାହାଣ୍ଡି ଜିଲାରେ ଅଭିଯୁକ୍ତ ଅପରାଧ ଘଟାଇ ଥିବାବେଳେ ଉତ୍ତରାଞ୍ଚଳ ଡିଆଇଜିଙ୍କ ସୀମା ଅନ୍ତର୍ଗତ ବଲାଙ୍ଗୀର ପୋଲିସ କାହିଁକି ତଦନ୍ତ କରୁଛି। ପରବର୍ତ୍ତୀ ସମୟରେ ଏହି କାରଣକୁ ନେଇ ଏହି ମାମଲା କୋର୍ଟରେ ଗୁରୁତ୍ୱ ହରାଇବନି ତ?
ଡିଆଇଜି: ଅଭିଯୁକ୍ତ ଯେଉଁ ସ୍ଥାନରୁ ଅପରାଧ କରି ଯେଉଁ ଯେଉଁ ସ୍ଥାନକୁ ଯାଇଥିବେ ସେ ସମସ୍ତ ସ୍ଥାନରେ ମାମଲା ରୁଜୁ ହୋଇପାରିବ। ପୀଡ଼ିତ ପରିବାର ଅଭିଯୋଗ କରିବାକୁ କଳାହାଣ୍ଡି ଜିଲା କେଗଁା ଥାନାକୁ ଯାଇଥିଲେ। ସେଠାରେ ଅଭିଯୋଗ ରଖିଲେ ନାହିଁ। ତେଣୁ ସେଠାକାର ଥାନାଧିକାରୀ ନିଲମ୍ବିତ ହୋଇଛନ୍ତି। ପୀଡ଼ିତ ପରିବାର ଯେତେବେଳେ ବଲାଙ୍ଗୀର ଜିଲାର ସିନ୍ଧେକେଲା ଥାନାକୁ ଆସିଲେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କୁ ଏ ସମ୍ପର୍କରେ ଖବର ମିଳିବା ପରେ ତତ୍‌କ୍ଷଣାତ୍‌ ଅଭିଯୋଗ ରଖି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣିଥିଲେ।

ଡିଆଇଜିଙ୍କ ଉପରୋକ୍ତ ଉତ୍ତରଗୁଡିକରୁ ଜଣାପଡୁଛି ଯେ, ପୋଲିସ ତାହାର କାର୍ଯ୍ୟରେ ଆରମ୍ଭରୁ ଅସ୍ପଷ୍ଟ ରହିଛି। ଏହାଦ୍ୱାରା ମାମଲାଟି ଦୁର୍ବଳ ହୋଇଯିବ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri