ପ୍ରଶାସନିକ ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ

ଢେଙ୍କାନାଳ ଅଫିସ, ୪।୫: କିଛିଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲାରେ ପୁଣି ଆରମ୍ଭ ହୋଇଛି ପଥର ମାଫିଆଙ୍କ ଦୌରାତ୍ମ୍ୟ। ଓଡ଼ାପଡ଼ା ତହସିଲ ଇନ୍ଦିପୁର-ଗୁଣ୍ଡୁରାପଶି ଖଣିରୁ ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ଉପଜିଲାପାଳଙ୍କ ସମେତ ତହସିଲ କାର୍ଯ୍ୟାଳୟର ପଦସ୍ଥ ଅଧିକାରୀ। ଏ ନେଇ ଉପଜିଲାପାଳଙ୍କ ଏତଲା ଆଧାରରେ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି।
ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଇନ୍ଦିପୁର-ଗୁଣ୍ଡୁରାପଶି ପଥର ଖଣିରେ ସୋମବାର ବିଳମ୍ବିତ ରାତିରେ ବେଆଇନ ଭାବେ ପଥର ଖନନ କରି ରୋରାଚାଲାଣ କରାଯାଉଥିବା ସୂଚନା ପାଇ ପ୍ରଶାସନ ପକ୍ଷରୁ ଉପଜିଲାପାଳ ତଥା ଆଇଏଏସ୍‌ ପ୍ରୋବେଶନର ବିଭୂତି ଭୂଷଣ ନାୟକ, ଓଡ଼ାପଡ଼ା ତହସିଲଦାର ଏବଂ ତାଙ୍କ ଟିମ୍‌ ସମେତ ୧୦ ଜଣ କର୍ମଚାରୀ ଅତର୍କିତ ଚଢ଼ାଉ କରିଥିଲେ। ତେବେ ଧରାପଡ଼ିବା ଭୟରେ ୨ଜଣ ପଥର ମାଫିଆଙ୍କ ନେତୃତ୍ୱରେ ୧୨ରୁ ୧୪ଜଣ ଅସାମାଜିକ ବ୍ୟକ୍ତି ଠେଙ୍ଗାବାଡ଼ି, ବନ୍ଧୁକ ଓ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଉପଜିଲାପାଳଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆତଙ୍କ ସୃଷ୍ଟି କରିବା ସହିତ ଗାଡ଼ି ଭଙ୍ଗରୁଜା କରିଥିଲେ। ଏହି ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୩ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତେବେ ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଥାନାରେ ଏତଲା ଦିଆ ନ ଯିବା ଏବଂ ଚଢ଼ାଉ ପୂର୍ବରୁ ପୋଲିସ ପ୍ରଶାସନକୁ ଅବଗତ ନ କରିବା କିମ୍ବା ଆବଶ୍ୟକ ସହାୟତା ନ ଲୋଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ଉପଜିଲାପାଳଙ୍କ ଅଭିଯୋଗକ୍ରମେ ଥାନାରେ ନଂ. ୨୧୨/୨୨, ଦଫା ୩୪୧, ୩୨୩, ୩୫୭, ୩୦୭, ୨୫ ଏବଂ ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଅତୀତରେ ଗଁଦିଆ ବ୍ଲକ ନିହଲପ୍ରସାଦ ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା। ପଥର ଖାଦାନରୁ ଗାଡ଼ି ଜବତ କରି ଆଣୁଥିବାବେଳେ ମାଫିଆଙ୍କ ରୋଷର ଶିକାର ହୋଇଥିଲେ ଜଣେ ଅତିରିକ୍ତ ଜିଲାପାଳ। ଅଭିଯୁକ୍ତମାନେ ତାଙ୍କଠାରୁ ଗାଡ଼ି ଛଡ଼ାଇ ନେଇଥିଲେ। କିଛିଦିନର ବ୍ୟବଧାନ ପରେ ଏଭଳି ଘଟଣାର ପୁନରାବୃତ୍ତି ଚର୍ଚ୍ଚାର ବିଷୟ ପାଲଟିଛି। ଲଘୁ ଖଣିଜ ଉତ୍ସରୁ ଚୋରା ଚାଲାଣ ରୋକିବା ଲାଗି ସରକାର ଗୁରୁତ୍ୱାରୋପ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ସମୟରେ ମାଫିଆଙ୍କ ଆକ୍ରମଣ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏ ନେଇ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ବେଆଇନ ଖଣି ଖାଦାନରେ ଚଢ଼ାଉ ସମୟରେ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ୬ଜଣଙ୍କୁ ଧରିଛି। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଆଗାମୀ ଦିନରେ ଚଢ଼ାଉ ଆହୁରି ଜୋର୍‌ଦାର କରାଯିବ। ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri