ଭଙ୍ଗା କୁଡୁଆରେ ଅବଢ଼ା ଖାଇଲେ

ପୁରୀ ଅଫିସ,୧୧।୧୦: ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଆଖି ପୂରେଇ ଦେଖିବାର ସୁଯୋଗ ନାହିଁ। ସାତଦରିଆ ପାରି ହୋଇ ଶ୍ରୀକ୍ଷେତ୍ରକୁ ଆସିଥିଲେ ବି ବାଇଶ ପାହାଚରେ ସେମାନଙ୍କୁ ପାଦ ପକାଇବା ମନା। ଚକାଆଖି ସହ ଆଖି ମିଶାଇବା ସୁଯୋଗ ନ ଥାଉ ବରଂ ମହାପ୍ରଭୁଙ୍କ ମହାପ୍ରସାଦରେ କିନ୍ତୁ ସେମାନେ ମନ ବୁଝାଇଛନ୍ତି। ମହାପ୍ରସାଦ ସେବନ କରି ଭାବ ଓ ଭକ୍ତିରେ କଳା ଠାକୁରଙ୍କ ସାନ୍ନିଧ୍ୟଲାଭ କରିଛନ୍ତି। ଏମିତି ଦୁଇଜଣ ବିଦେଶୀ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ଶନିବାର ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦେଖିବାକୁ ମିଳିଥିଲା। ଏହି ଦୁଇ ବିଦେଶୀ ଭକ୍ତ ତଳେ ବସି ଆନନ୍ଦରେ ଭଙ୍ଗା କୁଡ଼ୁଆରେ ଖାଉଥିଲେ ଅବଢା। ଯିଏ ଦେଖୁଥିଲା ଆପେ ଆପେ ପାଟିରୁ ବାହାରି ଆସୁଥିଲା କାଳିଆ ପ୍ରେମରେ ବନ୍ଧା ବିଦେଶୀ।
ବିଶ୍ୱାସ ରହିଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୁଣ୍ୟପ୍ରାପ୍ତି ହୋଇଥାଏ। ତେଣୁ ବିଦେଶୀ ଭକ୍ତମାନେ ଅବଢା ପାଇବାର ସୁଯୋଗ ପାଇଲେ ବେଶ୍‌ ଆନନ୍ଦିତ ହୋଇଥାନ୍ତି। ଶନିବାର ରୁଷିଆର ଦୁଇଜଣ ଜଗନ୍ନାଥପ୍ରେମୀ ଭକ୍ତ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ଦୂରରୁ ପତିତପାବନଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାରକୁ ଯାଇଥିଲେ। ସେଠାରୁ ଅବଢା ସଂଗ୍ରହ କରି ନିକଟସ୍ଥ ପାଥ୍‌ ୱେରେ ବସି ଭଙ୍ଗା କୁଡ଼ୁଆରେ ସେବନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ହୃଦୟରେ ଅଛନ୍ତି। ମନ୍ଦିରକୁ ନ ଯାଇପାରନ୍ତୁ ବରଂ କିନ୍ତୁ ସେମାନେ ଭାବ, ଭକ୍ତିରେ ଠାକୁରଙ୍କୁ ସ୍ମରଣ କରିଛନ୍ତି। ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେକରିବା ସହ ଆତ୍ମତୃପ୍ତି ଲାଭ କରିଥିବା ଏହି ଦୁଇ ବିଦେଶୀ ଜଗନ୍ନାଥପ୍ରେମୀ ଭକ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଭାଇ ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା

କାଳିଆପାଣି,୨୯ା୭(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗଁା ଅଶୋକଝର ଗାଁରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମଦ ନିଶାରେ ଗାଁର...

CORONAVIRUS UPDATE: ୩୦ ଜିଲାରୁ ୨୭୫୨ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨୩୧କୁ ବୃଦ୍ଧି...

ଦଳ ଛାଡ଼ିଲେ ଶତାଧିକ କଂଗ୍ରେସ କର୍ମୀ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତର କଂଗ୍ରେସ ସମର୍ଥତ୍ତ ସରପଞ୍ଚ ନୀହାରିକା ବିଶ୍ୱାଳ ଶୁକ୍ରବାର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ଏ...

ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ସ୍ବାସ୍ଥ୍ୟବିଭାଗ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ...

ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ। ସେ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ...

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଚଳିତବର୍ଷ ଗ୍ରୀଷ୍ମର ପ୍ରକୋପ ବଢ଼ିନାହିଁ। ଅଳ୍ପ କିଛିଦିନ ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲେ ମଧ୍ୟ ଲଗାତର ଝଡ଼ବର୍ଷା ଯୋଗୁ...

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ

ରାଜନଗର,୯ା୯(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ...

ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ

ଭୁବନେଶ୍ୱର,୭ା୭(ବନ୍ଦନା ସେଠୀ): ବର୍ଷାଦିନ ଆରମ୍ଭରୁ ରାଜ୍ୟରେ ଡେଙ୍ଗୁ, ହଇଜା ସଂକ୍ରମଣ ମାଡ଼ିଚାଲି ଥିବାବେଳେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲାରୁ ପ୍ରତିଦିନ...

Advertisement
Archives

Model This Week