Posted inଜାତୀୟ

ରାମ ମନ୍ଦିର ପାଇଁ ଦାନ ଦେଉଥିବା ଲୋକଙ୍କ ଘରକୁ ନାଜି ଭଳି ଚିହ୍ନଟ କରୁଛି ଆର୍‌ଏସ୍‌ଏସ୍‌: କୁମାରସ୍ୱାମୀ

ବେଙ୍ଗାଲୁରୁ,୧୬ ।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଯେଉଁମାନେ ଚାନ୍ଦା ଦେଉଛନ୍ତି ସେମାନଙ୍କ ଘର ସାମ୍ନାରେ ଆର୍‌ଏସ୍‌ଏସ୍ ପକ୍ଷରୁ ଏକ ପ୍ରକାର ଚିହ୍ନ ଲଗାଯାଉଛି । ଯେମିତି ଜର୍ମାନୀରେ ନାଜିମାନେ ଲଗାଉଥିଲେ । ଏପଟେ ଆର୍‌ଏସ୍‌ଏସ୍ ଏହାର ଜବାବ ଦେବା ଉଚିତ ହେବ ନାହିଁ ବୋଲି କହିଛି । ସୂଚନାଯୋଗ୍ୟ, ଟୁଇଟ୍ ମାଧ୍ୟମରେ ଜନତା ଦଳ ସେକ୍ୟୁଲାର ନେତା ଦାବି କରିଛନ୍ତି ଯେଉଁ ସମୟରେ ଜର୍ମାନୀରେ ନାଜି ଦଳ ସ୍ଥାପନା କରାଯାଇଥିଲା ସେହି ସମୟରେ ଭାରତରେ ଆର୍‌ଏସ୍‌ଏସ୍‌ର ଜନ୍ମ ହୋଇଥିଲା । କୁମାରସ୍ୱାମୀ ଟୁଇଟ୍ କରି କହିଛନ୍ତି ଲାଗୁଛି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଉଥିବା ଓ ଚାନ୍ଦା ନ ଦେଉଥିବା ଲୋକଙ୍କ ଘର ସାମ୍ନାରେ ଭିନ୍ନ ଭିନ୍ନ ଚିହ୍ନ ଲଗାଯାଉଛି । ଯେମିତି ଜର୍ମାନୀରେ ନାଜିମାନେ ହିଟଲରଙ୍କ ସମୟରେ କରିଥିଲେ । ଫଳରେ ଅଧିକାଂଶ ଲୋକଙ୍କୁ ଜୀବନ ହରାଇବାକୁ ପଡିଥିଲା । ଐତିହାସିକଙ୍କୁ ଟ୍ୟାଗ୍ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆର୍‌ଏସ୍‌ଏସ୍ ଉପରେ ଏହି ଅଭିଯୋଗ ଆଣିଛନ୍ତି । ଏବେ ଏହାକୁ ନେଇ ଆଲୋଚନା ହେଲାଣି କି ଯଦି ଏଭଳି କରାଯାଉଥାଏ ତେବେ ଭବିଷ୍ୟତରେ ଦେଶର ଅବସ୍ଥା କ’ଣ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri