Posted inଜାତୀୟ

ଲେଭାନା ହୋଟେଲ ଅଗ୍ନିକାଣ୍ଡ ଘଟଣା: ୧୯ ଅଧିକାରୀଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୧୧ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ହଜରତଗଞ୍ଜରେ ଥିବା ଲେଭାନା ହୋଟେଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାରେ ସରକାର ୧୯ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଗ୍ନିକାଣ୍ଡର ଯାଞ୍ଚ ଲକ୍ଷ୍ନୌ ମଣ୍ଡଳର ପୋଲିସ କମିଶନରଙ୍କ ଦ୍ୱାରା କରାଯାଉଛି । ଏହି ଯାଞ୍ଚ ରିପୋର୍ଟରେ ଫାୟାର ବ୍ରିଗେଡ, ଶକ୍ତି ବିଭାଗ, ନିଯୁକ୍ତି ବିଭାଗ, ଆବାସ ଓ ସହରି ବିକାଶ ବିଭାଗ ବ୍ୟତୀତ ଅବକାରୀ ବିଭାଗର ଅଧିକାରୀଙ୍କ ନିୟମିତତା ଓ ବେପରୁଆ ମନୋଭାବ ଦେଖିବାକୁ ମିଳିଛି । ଯାହା ପରେ ସରକାରଙ୍କ ଦ୍ୱାରା ଏମାନଙ୍କ ବିରୋଧରେ ନୋଟିସ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଯେଉଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନଙ୍କ ମଧ୍ୟରେ ଗୃହ ବିଭାଗର ୪, ଶକ୍ତି ବିଭାଗର ୩, ନିଯୁକ୍ତି ବିଭାଗର ୧, ଆବାସ ଓ ସହରି ନିୟୋଜନ ବିଭାଗର ୮ ଓ ଅବକାରୀ ବିଭାଗର ୩ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁ ୧୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନଙ୍କ ମଧ୍ୟରୁ ଆବାସ ଓ ସହରି ବିଭାଗର ୩ ଅଧିକାରୀ ଅବସର ନେଇ ସାରିଛନ୍ତି । ଆଉ ଯେଉଁମାନେ ଏବେ କାର୍ଯ୍ୟରତ ସେମାନଙ୍କୁ ତୁରନ୍ତ ସେବା ନିବୃତ୍ତ କରାଯାଇଛି । ଏବେ ଏହି ସମସ୍ତ ଅଧିକାରୀଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ସମୟରେ କାନ୍ଦିବା ଭାରତର ଲକ୍ଷଣ ନୁହେଁ, କରୋନା ଦେଶପାଇଁ ଏକ ସୁଯୋଗ: ମୋଦି

ନୂଆଦିଲ୍ଲୀ,୧୮।୬: ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜି୍ୟକ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।...

୩୭ ବିଧାୟକଙ୍କ ସମର୍ଥନ ସହ ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ସିନ୍ଦେ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଯୋଗୁ ମହା ବିକାଶ ଅଘାଡ଼ି ସରକାର ଉପରେ ସଙ୍କଟ ଦେଖାଦେଇଛି। ୩୭ ବିଦ୍ରୋହୀ...

ଅପରାଧୀ ବିକାଶ ଦୁବେ ମାମଲା: ଚୌବେପୁର ଥାନାର ପୂର୍ବତନ ଏସ୍‌ଓ ଗିରଫ

କାନପୁର,୮।୭: ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ସହାୟତା କରୁଥିବା ୨ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ବୁଧବାର ଚୌବେପୁରର ଥାନାର...

ଲଖିମପୁର ଖେରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ…

ଲଖିମପୁର,୨୮।୯ : ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି...

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ରେ ସିଏଏ-ଏନ୍‌ଆର୍‌ସିକୁ ନା

ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ...

ତ୍ରିରଙ୍ଗା କିଏ ପ୍ରସ୍ତୁତ କରିଥିଲେ ଜାଣନ୍ତି

ନୂଆଦିଲ୍ଲୀ,୨୬।୧: ଭାରତ ଏହାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଲାଲକିଲ୍ଲାଠାରୁ ଆରମ୍ଭ କରି ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ...

୧୬୮ ଯାତ୍ରୀଙ୍କୁ ନେଇ ହିଣ୍ଡନ ଏୟାରବେସରେ ପହଞ୍ଚିଲା ସି-୧୭ ଗ୍ଲୋବମାଷ୍ଟର, ଅଛନ୍ତି ଭାରତୀୟଙ୍କ ସହ ଆଫଗାନୀ ଯାତ୍ରୀ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଜାରି ରହିଛି ।...

ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ, ୪୭ମନ୍ତ୍ରୀ ନେବେ ଶପଥ: ୭୦ନେତାଙ୍କ କରାଗଲା ଆରଟିପିସିଆର ଟେଷ୍ଟ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଇକାନା ଷ୍ଟାଡିୟମ୍‌ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ...

Advertisement
Archives

Model This Week