Posted inଖେଳ

ହାଜଲେଉଡ୍‌ ଓହରିଲେ

ମେଲବୋର୍ନ, ୨।୪(ପି.ଟି.)-ଚେନ୍ନାଇ ସୁପରକିଙ୍ଗ୍ସର ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍‌ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। ଆଗାମୀ ଦିନରେ ଖେଳାଯିବାକୁ ଥିବାଆଶେସ ସିରିଜ ଏବଂ ଟି୨୦ ବିଶ୍ୱକପ ପାଇଁ ସତେଜ ରହିବାକୁ ସେ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛନ୍ତି। ଆଇପିଏଲରେ ଖେଳିବାକୁ ଥିବା ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସହ ହାଜଲେଉଡ ଚେନ୍ନାଇ ଦଳରେ ଯୋଗ ଦେଇଥିଲେ, ମାତ୍ର ପରେ ଏହି ବ୍ୟୟବହୁଳ ଲିଗ୍‌ରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଆଇପିଏଲର ଆଗାମୀ ସଂସ୍କରଣ ଚଳିତ ମାସ ୯ରେ ଆରମ୍ଭ ହୋଇ ମେ ୩୦ରେ ଶେଷ ହେବ। ଆଗାମୀ ଦୁଇମାସ ପରିବାର ସହ କଟାଇବାକୁ ହାଜଲେଉଡ ନିଷ୍ପତ୍ତି ନେଇଛନ୍ତି। ୨୦୨୦ର ଶେଷଭାଗରେ ୟୁଏଇରେ ହୋଇଥିବା ଆଇପିଏଲର ଗତ ସଂସ୍କରଣରେ ସେ ଚେନ୍ନାଇ ପକ୍ଷରୁ ୩ଟି ମ୍ୟାଚରେ ଖେଳିଥିଲେ। ଦୀର୍ଘ ୧୦ ମାସ ଧରି ବାୟୋବବ୍‌ଲରେ ରହିବା ସହ ବିଭିନ୍ନ ସମୟରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଥିବାରୁ ସେ କ୍ରିକେଟରୁ କିଛିଦିନ ଦୂରେଇ ରହିବାକୁ ଚାହୁଁଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା...

ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍‌ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବାଂଲାଦେଶ ଦଳରେ ସ୍ଥାନ...

ଗାଳି ପରେ ଏବେ କେ ଏଲ୍‌ ରାହୁଲଙ୍କୁ ଡିନର୍‌ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ

ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍‌ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ...

ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ

ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ,...

ବଲ୍‌ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି।...

ଆଇପିଏଲ୍‌ରୁ ଗୁଜରାଟ ବିଦା: ଆରସିବିକୁ ଫାଇଦା

ନୂଆଦିଲ୍ଲୀ,୧୪।୫: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୪ର ୬୩ତମ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହି ମ୍ୟାଚ୍‌କୁ ବର୍ଷା ଧୋଇଦେଇଥିଲା।...

ପ୍ରତୀକ୍ଷାର ଅନ୍ତ: ଜାଣନ୍ତୁ କେବେ, କେଉଁଠୁ କିଣିବେ ଆଇପିଏଲ୍‌ ପ୍ଲେ ଅଫ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୪।୫:ଆଇପିଏଲ୍‌ ୨୦୨୪ ଧୀରେ ଧୀରେ ପ୍ଲେ ଅଫ ଆଡକୁ ଗତି କରୁଛି। ଟୁର୍ନାମେଣ୍ଟରେ ୭୦ଟି ଲିଗ ମ୍ୟାଚ ଖେଳାଯିବ, ସେଥିମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ଲେ ଅଫ...

ହୃଦୟକୁ ଛୁଇଁଲା ଲିଭିଙ୍ଗଷ୍ଟୋନଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୪।୫: ଆସନ୍ତା ମାସର ଟି -୨୦ ବିଶ୍ୱକପ ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁ ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ଇଂଲଣ୍ଡ ଫେରିଛନ୍ତି। ଲିଭିଙ୍ଗଷ୍ଟୋନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri