ବିପଜ୍ଜନକ ବିକିରଣ

ଜୀବଜଗତ ପାଇଁ ମାରାତ୍ମକ ପାଲଟିଛି ମୋବାଇଲ୍‌ ଟାୱାର। ଏଥିରୁ ବାହାରୁଥିବା ଚୁମ୍ବକୀୟ ବିକିରଣ ପଶୁ ସମ୍ପଦକୁ ଅଧିକ ହାନି ପହଞ୍ଚାଉଛି। ମଣିଷ ବି ଏଥିରେ ପ୍ରଭାବିତ। ଟାୱାରର ଚୁମ୍ବକୀୟ ବିକିରଣ ସଂସ୍ପର୍ଶରେ ଆସି ଲୋକେ କ୍ୟାନ୍‌ସର, ହୃଦ୍‌ରୋଗ, ମସ୍ତିଷ୍କ ଓ ଶ୍ୱାସ ଭଳି ଭୟଙ୍କର ରୋଗରେ ପୀଡ଼ିତ ହେଉଛନ୍ତି। ଟାୱାର ବସାଯିବା କ୍ଷେତ୍ରରେ ଲାଗୁ ନିୟମ ଅର୍ଥାତ୍‌ ଉଚ୍ଚତା, ସ୍ଥାନ ଏବଂ ଜନବସତିଠାରୁ ଦୂରତା ଆଦିକୁ ଯଦି ଅମାନ୍ୟ କରାଯାଏ, ଭବିଷ୍ୟତରେ ଏହି ବିପଦ ଆଶାଠାରୁ ଅଧିକ ବଢ଼ିଯିବ। ମୋବାଇଲ ଟାୱାର ଏବଂ ଅଧିକ ମେଗା ପିକ୍ସେଲର ମୋବାଇଲ ଫୋନ ଆମ ଶରୀର ପାଇଁ କ୍ଷତିକାରକ। ଏହାଦ୍ୱାରା ଉଭୟ ଶରୀର ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ। ଏହାର କୁପ୍ରଭାବ ଦ୍ୱାରା ମଣିଷ ଅଧିକ ବିରକ୍ତିଭାବ ପ୍ରକାଶ କରିଥାଏ, ଏକାଗ୍ରତା ଆସିପାରି ନଥାଏ। ୨୦୦୫ ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନର ଗାଇଡ୍‌ଲାଇନ ଅନୁଯାୟୀ ସ୍କୁଲ, କଲେଜ, ହସ୍ପିଟାଲ ଏବଂ ମାର୍କେଟ ଅଞ୍ଚଳର ୫୦ ମିଟର ମଧ୍ୟରେ ମୋବାଇଲ ଟାୱାର ରହିବା ଅନୁଚିତ। ୧୫ ମିଟର ମଧ୍ୟରେ ସୃଷ୍ଟି ହେଉଥିବା ରେଡିଏସନ୍‌ ମଧ୍ୟ ଅଧିକ କ୍ଷତିକାରକ। ଏହାକୁ ସେଲ୍‌ ପାୱାର ନର୍ମ କୁହାଯାଇଥାଏ। ସେହିପରି ଅଧିକ ଶକ୍ତିଶାଳୀ ମୋବାଇଲ ଫୋନ୍‌ ଦ୍ୱାରା ମଣିଷର ଶରୀର ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ୩୦୦ରୁ ଅଧିକ ଫ୍ରିକ୍ୱେନ୍ସି ଭାଇବ୍ରେଶନ୍‌ ହେଲେ ଶରୀରରେ କ୍ଷତି ଘଟିଥାଏ। ଅନେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଗୋଟିଏରୁ ତିନୋଟି ଲେଖାଏଁ ମୋବାଇଲ ରଖି ଶୋଇଥା’ନ୍ତି। ଏହାର ପରିଣାମ ବେଶ୍‌ ଭୟଙ୍କର।
ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ତଥ୍ୟ ଅନୁଯାୟୀ, ମୋବାଇଲ ଟାୱାର ଏବଂ ମୋବାଇଲରୁ ବହୁମାତ୍ରାରେ ରେଡିଏସନ୍‌ ବାହାରୁଛି, ଯାହାର ପ୍ରଭାବ ମଣିଷସମାଜ ଉପରେ ପଡ଼ୁଥିବା ମଧ୍ୟ ଦେଖାଦେଇଛି। ତେବେ ଫଳାଫଳ ଆସନ୍ତା ଦୁଇବର୍ଷ ଭିତରେ ସ୍ପଷ୍ଟ ହୋଇଯିବ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଟାୱାରରୁ ବାହାରୁଥିବା ବିକିରଣ ସ୍ବର୍ମ କାଉଣ୍ଟକୁ ବେଶି ପ୍ରଭାବିତ କରୁଛି । ହୃଦ୍‌ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ବିକିରଣର କୁପ୍ରଭାବ ମଣିଷ ଶରୀର ଉପରେ ପଡ଼ୁଛି। ତେବେ ଏ ପ୍ରଭାବର ମାତ୍ରା କେତେ ଏବଂ କେତେ ସମୟ ସଂସ୍ପର୍ଶରେ ଆସିଲେ କୁପ୍ରଭାବ ପଡ଼ୁଛି ତାହା ଅଧିକ ଗବେଷଣା ପରେ ସ୍ପଷ୍ଟ ହୋଇଯିବ। ମୋବାଇଲ ଟାୱାରରୁ ବାହାରୁଥିବା ବିକିରଣର ପରିମାଣ କମ୍‌ ହୋଇଥିଲେ ବି ସେଲ୍‌ ଟିସୁ ଏବଂ ଡିଏନ୍‌ଏକୁ ପ୍ରଭାବିତ କରିଥାଏ।
ମୋବାଇଲ୍‌ ଟାୱାର ବିକିରଣ ଜୀବଜଗତକୁ ଗଭୀର ପ୍ରଭାବିତ କରୁଛି। ଏଥିଯୋଗୁ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ବଂଶ ବୁଡ଼ିବାକୁ ବସିଥିବାବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଘରଚଟିଆ। ଗତ କିଛି ମାସ ମଧ୍ୟରେ ହଜାର ହଜାର ଘରଚଟିଆ ମରିପଡ଼ିଥିବା ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଏହାଛଡ଼ା ଟାୱାର ପାଖାପାଖି ରହୁଥିବା ଲୋକେ ବି ନାନା ରୋଗରେ ପଡ଼ୁଛନ୍ତି। ଏହି ଅଭିଯୋଗ ବିଭିନ୍ନ ରାଜ୍ୟରୁ ଆସିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ତୁରନ୍ତ ମୋବାଇଲ୍‌ ଟାୱାରର ବିକିରଣ ହ୍ରାସ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ଟାୱାରର ବିକିରଣ କମାଇବା ପାଇଁ ରାଜ୍ୟ ଓ ବିଭିନ୍ନ କ୍ଲିନିକ୍‌ ଅପରେଟିଭ୍‌ ମାନେ କ’ଣ କରିବା ଉଚିତ ତାହା ଉଲ୍ଲେଖ କରାଯାଇଛି। ବିକିରଣ ଯେପରି ଜୀବଜଗତକୁ ପ୍ରଭାବିତ ନ କରିବ, ସେନେଇ ସେବା ପ୍ରଦାନକାରୀ କମ୍ପାନୀକୁ ଜଙ୍ଗଲ ଓ ପରିବେଶ ବିଭାଗ ଅବଗତ କରିବ। ଟାୱାରରୁ ବାହାରୁଥିବା ବିକିରଣ ନିୟମିତ ଯାଞ୍ଚ କରାଯିବ। ଯଦି ଟାୱାର ଦ୍ୱାରା ଲୋକେ ପ୍ରଭାବିତ ହେଉଛନ୍ତି, ତେବେ ତୁରନ୍ତ ଟାୱାର ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ବିକିରଣ ପ୍ରଭାବ ସମ୍ପର୍କରେ ଟାୱାର ନିକଟରେ ସାଇନ୍‌ବୋର୍ଡ଼ ଲଗାଯାଇ ସୂଚନା ଦିଆଯାଉ। ଟାୱାରର ୧ କିଲୋମିଟର ମଧ୍ୟରେ ଆଉ କୌଣସି ଟାୱାର ଲଗାଯିବା ପାଇଁ ଅନୁମତି ଦିଆନଯାଉ। ଏହି ବିକିରଣ ପ୍ରଭାବ କେତେ କ୍ଷତିକାରକ, ତାହା ମୁମ୍ବାଇ ଆଇଆଇଟିର ପ୍ରଫେସର କେନ୍ଦ୍ର ସରକାରଙ୍କୁ ଅବଗତ ସହ ସତର୍କ କରାଇଛନ୍ତି। ବିଶେଷଜ୍ଞଙ୍କ ମତରେ ମୋବାଇଲ ଟାୱାର ନିକଟରେ ରହିବା ଅର୍ଥ ୨୪ ଘଣ୍ଟା ମାଇକ୍ରୋ ୱେଭ୍‌ ଓଭେନ୍‌ ଭିତରେ ରହିବା ଭଳି।
ମୋବାଇଲ ଟାୱାର ବସାଯିବା ନେଇ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପ୍ରସ୍ତୁତ କରିଥିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା ଜୀବଜଗତକୁ। ନିୟମ ହୋଇଥିଲା, ମୋବାଇଲ ଟାୱାର ଜନବସତିଠାରୁ ଦୂରରେ ବସିବ। ୧ କିଲୋମିଟର ଭିତରେ ଏକାଧିକ ଟାୱାର ଲାଗିପାରିବ ନାହିଁ ଏବଂ ଟାୱାରର ଉଚ୍ଚତା ଅଧିକ ହେବ। ହେଲେ ସବୁ ନିୟମ ଗଲା ଚୁଲିକୁ। ମୋବାଇଲ କମ୍ପାନୀ ଉକ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଗୋଟିଏ କିଲୋମିଟର ଭିତରେ ଶହ ଶହ ମୋବାଇଲ ଟାୱାର ଛିଡ଼ା ହୋଇଛି। ତା’ ପୁଣି ଜନବସତି ଭିତରେ ଆଉ କମ୍‌ ଉଚ୍ଚତାରେ। ସବୁଠାରୁ ବଡ଼କଥା ହେଉଛି ଲଗାଯାଇଥିବା ମୋବାଇଲ ଟାୱାର ମଧ୍ୟରୁ ଅଧାରୁ ଅଧିକ ଅବୈଧ। ଏହାସତ୍ତ୍ୱେ କୌଣସି ରାଜ୍ୟର ସରକାର ପାଟି ଖୋଲିନାହାନ୍ତି। ଦିଲ୍ଲୀରେ ପାଖାପାଖି ୬ ହଜାର ଟାୱାର ଲାଗିଛି। ସେଥିରୁ ୨୯୫୨ଟି ହେଉଛି ଅବୈଧ। ସେହିପରି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ୨ ହଜାରରୁ ଅଧିକ ମୋବାଇଲ ଟାୱାର ଲାଗିଥିବାବେଳେ ଶତାଧିକ ଅବୈଧ ବୋଲି ଜଣାପଡ଼ିଛି। ମୋବାଇଲ କମ୍ପାନୀଗୁଡ଼ିକ ଏହି ଟାୱାର ଲଗାଇବା ଲାଗି ଆବଶ୍ୟକତାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫଳରେ ଫାଇଦା ଉଠାଇବାକୁ ଯାଇ ଲୋକେ ଭବିଷ୍ୟତର ଏହି ବିପଦକୁ ନଜର ଅନ୍ଦାଜ କରିଥିଲେ। ଆଜି ଦେଶ ପାଇଁ ଏହା ଏକ ପ୍ରକାର କାଳ ପାଲଟିଯାଇଛି।

  • ଡା. ସମ୍ରାଟ କର
    ମାନସିକ ରୋଗ ବିଶେଷଜ୍ଞ,
    ଦି’ ବ୍ରେନ୍‌, ପୁରୀଘାଟ ରୋଡ଼, କଟକ,
    ମୋ: ୯୧୩୨୪୩୩୩୩୩

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri