ଆଉଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ହୋଇଥିବା ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ନବୀନ ପୋରିୱାର। ଅଭିଯୁକ୍ତ ନବୀନ ‘ଏଡୁଡାଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ ଷ୍ଟଡିଜ୍‌ ପ୍ରାଇଭେଟ ଲିଃ’ ନାମକ ଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ରବିବାର ଗିରଫ କରାଯିବା ପରେ ଉଦୟପୁରସ୍ଥିତ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ତେବେ ନବୀନଙ୍କ ଏହି ସେଲ କମ୍ପାନୀ ଦ୍ୱାରା ୧୧.୭୪ କୋଟି ଟଙ୍କା କାରବାର ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଏପରିକି ଆଉ ୩ଟି ସେଲ୍‌ କମ୍ପାନୀର ମଧ୍ୟ ନବୀନ ନିର୍ଦ୍ଦେଶକ ଅଛନ୍ତି। ଏହି କମ୍ପାନୀଗୁଡ଼ିକ ଦ୍ୱାରା ମଧ୍ୟ ଟଙ୍କା କାରବାର ହୋଇଥିବା ସନ୍ଦେହ କରାଯାଉଛି। ତେବେ ଆଉଏକ ବଡ଼ କଥା ହେଲା, ଅଭିଯୁକ୍ତ ନବୀନ ରାଜସ୍ଥାନର ହୋଇଥିବାବେଳେ ତାଙ୍କ ସେଲ କମ୍ପାନୀଗୁଡ଼ିକ କେରଳରେ ପଞ୍ଜୀକୃତ ହୋଇଛି। ତେଣୁ କେରଳରେ ନବୀନଙ୍କ କେହି ସହଯୋଗୀ ରହିଥିବା ଇଓଡବ୍ଲ୍ୟୁ ସନ୍ଦେହ କରି ଅଧିକ ଅନୁସନ୍ଧାନ ଜାରି ରଖିଛି। ଏହି ମାମଲାରେ ପଶ୍ଚିମବଙ୍ଗସ୍ଥିତ ଅନ୍ୟଏକ ସେଲ କମ୍ପାନୀର ୨ ନିର୍ଦ୍ଦେଶକଙ୍କୁ ଇଓଡବ୍ଲ୍ୟୁ ପୂର୍ବରୁ ଗିରଫ କରିଥିବାବେଳେ ସେମାନେ ଏବେ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ୬ଦିନ ତଳେ ମାମଲାରେ ଦୁବାଇ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ସୈଫ୍‌ଙ୍କ ବିରୋଧରେ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ଲୁକ୍‌ଆଉଟ୍‌ ସର୍କୁଲାର ମଧ୍ୟ ଜାରି କରିଛି। ସେହିପରି ଚାଇନା ହଂକଂରେ ଥିବା ର଼୍ୟାକେଟର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ର଼୍ୟାକେଟ୍‌ର ଏଜେଣ୍ଟମାନେ ଭାରତ, ଚାଇନା, ଦୁବାଇ ସମେତ ବିଭିନ୍ନ ଦେଶରେ ରହି ଠକେଇ କରନ୍ତି। ସେମାନେ ପ୍ରାୟତଃ ଯୁବକଙ୍କୁ ଟାର୍ଗେଟ କରି କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଫସାଇଥାନ୍ତି। 18football.com ଆପ୍‌ର ଲିଙ୍କ୍‌କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ମାଧ୍ୟମରେ ସେମାନେ ଲୋକଙ୍କୁ ପଠାଇବା ପରେ ଏକ ଆକାଉଣ୍ଟ ଖୋଲିବାକୁ କହିଥାନ୍ତି। ପରେ ଉକ୍ତ ଆପ୍‌ରେ ହେଉଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଟଙ୍କା ଜମା କରିବାକୁ କୁହାଯାଇଥାଏ। ଆପ୍‌ ଦ୍ୱାରା ଟଙ୍କା ନିବେଶ କରିବା ପରେ ରିଟର୍ନ ସହ ବିଭିନ୍ନ ବୋନସ୍‌ ଆଦି ମିଳିବାର ଲୋଭ ଦେଖାଯାଇଥାଏ। ଏଥିସହ ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କଲେ କମିଶନ ମିଳିବ ବୋଲି କୁହାଯାଇଥାଏ। ତେବେ ପୋଲିସଠୁ ବର୍ତ୍ତିବା ପାଇଁ ସେମାନେ ବିଭିନ୍ନ ସେଲ କମ୍ପାନୀ ଖୋଲି ଟଙ୍କା ନେଣଦେଣ କରୁଥିଲେ। ଏଭଳି ଭାବରେ ୨୦୨୧ରେ ଗଞ୍ଜାମର ୮୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଠକେଇର ଶିକାର ହୋଇ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଥିଲେ। ଏନେଇ ଅଭିଯୋଗ ପରେ ଇଓଡବ୍ଲ୍ୟୁ ଗତ ଫେବୃୟାରୀ ୧୭ରେ ମାମଲା (ନଂ.୬/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri