Posted inଫୁରସତ

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର କାର୍‌ଗୁଡ଼ିକ ସାଧାରଣ କାର୍‌ଠାରୁ ଭିନ୍ନ ହୋଇଥାଏ; ଯାହାକି ସମସ୍ତଙ୍କୁ ଆକର୍ଷିତ କରେ। ତେବେ ଏଠି ଯେଉଁ ଏଫ୍‌୧ କାର୍‌ ଦେଖୁଛନ୍ତି ତାକୁ ଦ୍ରୁତ ବେଗରେ ଚଳାଇ ହେବନି। ହେଲେ ଏହାକୁ ଖାଇ ପାରିବେ। ଭାବୁଥିବେ ଏହା କେମିତି ସମ୍ଭବ ବୋଲି। କଥା କ’ଣ କି ଉକ୍ତ କାର୍‌ଟି ତିଆରି ହୋଇଛି ବ୍ରେଡ୍‌ରେ। ସିଙ୍ଗାପୁର, ସ୍କଟ୍ସରେ ଏହା ପ୍ରଦର୍ଶିତ ହୋଇଥିଲା। ୬ ଜଣ ସେଫ୍‌, ୨ ଜଣ ଟେକ୍ନିସିଆନ୍‌, ୫ ଜଣ ଭଲ୍ୟୁଣ୍ଟିୟର୍‌ ଟିମ୍‌ ମିଶି ଏହି ବ୍ରେଡ୍‌ ଏଫ୍‌୧ ରେସିଂ କାର୍‌ଟି ତିଆରି କରିଛନ୍ତି। ଏହି ବ୍ରେଡ୍‌ କାର୍‌ ଏସିଆର ସବୁଠୁ ବଡ଼ ବୋଲି କୁହାଯାଉଛି। ଏହି ଲାଇଫ ସାଇଜ୍‌ ବ୍ରେଡ୍‌ ରେସିଂ କାର୍‌କୁ ତିଆରି କରିବା ଲାଗି ୧୫ କେଜି ଇଷ୍ଟ, ୧୪ ଲିଟର ପାଣି, ୨ କେ.ଜି. ଲୁଣ ଏବଂ ୧୦୮୦୦ ଏମ୍‌ଏଲ ଫୁଡ ଭାର୍ନିଶ ସହ ଏଥିରେ ୧୦୦୦ ଲୋଭ୍‌ସ, ୨୨ ପ୍ରକାରର ବ୍ରେଡ୍‌ ବ୍ୟବହାର ହୋଇଛି। ୧୫୦୦୦ ଡଲାର ମୂଲ୍ୟର ଏହି କାର୍‌କୁ ତିଆରି କରିବା ଲାଗି ୫୪୯ ଘଣ୍ଟା ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri