Posted inଜାତୀୟ

ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ଉଦୟପୁର,୧୦।୧ : ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ବାବୁଲାଲ ଖରାଡି ଲୋକମାନଙ୍କୁ କହିଛନ୍ତି ସେମାନେ ଅନେକ ସନ୍ତାନ ଜନ୍ମ କରିବା ଉଚିତ। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘର ଯୋଗାଇ ଦିଆଯିବ ଏବଂ ଶସ୍ତା ଦରରେ ଗ୍ୟାସ ମଧ୍ୟ ଉପଲବ୍ଧ ହେବ।

ଉଦୟପୁର ଜିଲାର ଜାଡୋଲ ସିଟରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିବା ବାବୁଲାଲ ଖରାଡିଙ୍କର ଦୁଇ ଜଣ ସ୍ତ୍ରୀ ଏବଂ ୮ ସନ୍ତାନ ଅଛନ୍ତି। ରାଜସ୍ଥାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ବାବୁଲାଲଙ୍କ ଏଭଳି ବିବାଦୀୟ ବିବୃତ୍ତି ନେଇ ଆଲୋଚନା ହେଉଛି କାରଣ ସେ ନିଜେ ଦୁଇଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ତେଜୁ ଦେବୀ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ନାମ ମଣି ଦେବୀ ।

ସେ ପିଲାଦିନରୁ ଆରଏସଏସରେ ସକ୍ରିୟ ଥିଲେ। ଏହାପୂର୍ବରୁ ସେ ୨୦୦୩ ଏବଂ ୨୦୦୮ ରେ ମଧ୍ୟ ନିର୍ବାଚନରେ ଜିତିଥିଲେ। ତେବେ ୨୦୧୩ ରେ ମୋଦି ଲହର ସତ୍ତ୍ୱେ ସେ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ। ସେବେଠାରୁ ସେ ଲଗାତାର ଦୁଇଥର ନିର୍ବାଚନ ଜିତିଛନ୍ତି। ବାବୁଲାଲଙ୍କ ବଡ ପୁଅ ଦେବେନ୍ଦ୍ର ବି.ଟେକ କରିଛନ୍ତି। ଯେତେବେଳେ କି, ୩ ପୁଅ କଲେଜ ଏବଂ ବିଦ୍ୟାଳୟରେ ପଢୂଛନ୍ତି। ତାଙ୍କର ଚାରି ଝିଅ ମଧ୍ୟ କଲେଜରେ ପଢୁଛନ୍ତି। ତାଙ୍କର ସରଳ ଆଚରଣ ଏବଂ ସରଳତା ମଧ୍ୟ ଅନେକ ସମୟରେ ଖବରରେ ରହିଥାଏ। ସେ ମାଟି ଘରେ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri