Posted inଜାତୀୟ

ପତଞ୍ଜଳିର ଦାବି ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ କରୁଥିବା ବ୍ୟାକ୍ଟେରିଆ

ହରିଦ୍ୱାର.୯ ।୧: ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ ସୃଷ୍ଟି କରିଥିବା ବ୍ୟାକ୍ଟେରିଆ । ପତଞ୍ଜଳୀ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନେ ଏହା ପ୍ରମାଣ କରିଥିବା ଦାବି କରିଛନ୍ତି । ଏହି ଅଧ୍ୟୟନ ଅନୁଯାୟୀ, ହବନ ଯଜ୍ଞ ବାତାବରଣକୁ ସୁଦ୍ଧ କରିବାକୁ ସୁରକ୍ଷିତ ଓ ପରିବେଶର ଅନୁକୂଳ ଉପାୟ ହୋଇପାରେ । ଏହି ଅଧ୍ୟୟନ ଆମେରିକାର ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ଜର୍ନାଲ ଅଫ୍ ଏଭିଡେନ୍ସ ବେସଡ ମେଡିସିନରେ ପ୍ରକାଶିତ ହୋଇଛି । ପତଞ୍ଜଳୀର ଏହି ଅଧ୍ୟୟନକୁ ନେଇ ଆଚାର୍ଯ୍ୟ ବାଳକ୍ରିଷ୍ଣ କହିଛନ୍ତି ଯଜ୍ଞ-ହବନ ପରିବେଶକୁ ସୁଦ୍ଧ କରିବାର ପାରମ୍ପରିକ ଉପାୟ । ତେବେ ଏ ସମ୍ପର୍କରେ ଏହା ପ୍ରଥମ ଅଧ୍ୟୟନ । ସେ ଏହି ବୈଜ୍ଞାନିକ ନିଷ୍କର୍ଷକୁ ନିୟମିତ ପରିବେଶ ବିଶୋଧନ ପ୍ରୋଟୋକଲ ଭାବେ ଯଜ୍ଞ-ହବନ ଆୟୋଜନକୁ ପ୍ରାଚୀନ ଦୈନିକ ଭାରତୀୟ ପ୍ରଥା ସହିତ ଯୋଡିଛନ୍ତି । ଏହା ମାନସିକ ଶାନ୍ତି ସହ ଶାରୀରିକ ସ୍ୱାସ୍ଥ୍ୟ ପ୍ରଦାନ କରିବାର ଏକ ଆଧ୍ୟାତ୍ମିକ ଉପାୟ ବୋଲି ବାଳକ୍ରିଷ୍ଣ କହିଛନ୍ତି ।
ପତଞ୍ଜଳୀ ଅନୁସନ୍ଧାନ ସଂସ୍ଥାନର ମୁଖ୍ୟ ବୈଜ୍ଞାନିକ ଡା. ଅନୁରାଗ ବର୍ଷ୍ଣେୟ କହିଛନ୍ତି, ବିଶଧ୍ନ ଧୂପ ନାମକ ହବନ ସାମଗ୍ରୀର ଧୂଆଁରେ ପୈଥାଗୋନିକ ମାଇକ୍ରୋବ୍ସର ଉପଚାର କରାଯାଇଛି । ଏହାର ବୃଦ୍ଧିକୁ ନେଇ ଧୂଆଁର ପ୍ରବାଭର ବ୍ୟାପକ ଅଧ୍ୟୟନ କରାଯାଇଛି । ଅଧ୍ୟୟନ କରାଯାଇଥିବା ପ୍ୟାଥୋଜେଂସରେ ସେହି ଜୀବାଣୁ ସାମିଲ ଅଛନ୍ତି ଯିଏ ସାଧାରଣ ଭାବେ ଦୂଷିତ ବାତାବରଣରେ ରହିଥାଆନ୍ତି । ଏହା ଚର୍ମ, ଫୁସଫୁସ, ଯୌନାଙ୍ଗ ଓ ପେଟରେ ସଂକ୍ରମଣ ସୃଷ୍ଟି କରିଥାଆନ୍ତି । ଅଧ୍ୟୟନରୁ ଜଣାପଡିଛି କି ପ୍ୟାଥୋଜେଂସର ବୃଦ୍ଧିକୁ ବିଶଧ୍ନ ଧୂପର ଧୂଆ ରୋକି ଦେଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚାର ପ୍ରଶ୍ନ ଉଠୁନି; ସିଏଏ ବିରୋଧୀ ବିକ୍ଷୋଭ ପଛରେ ୧୦୦ ପ୍ରତିଶତ ରାଜନୀତି: ଶାହା

ନୂଆଦିଲ୍ଲୀ,୧୮ା୧୨ (ଆଇଏଏନ୍‌ଏସ୍‌): ସିଏଏ ପଛରେ ୧୦୦ ପ୍ରତିଶତ ରାଜନୀତି ରହିଛି। କେତେକ ରାଜନୈତିକ ଦଳ ହିନ୍ଦୁ ଓ ମୁସ୍‌ଲିମ୍‌ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା...

ବଟର ଫେଷ୍ଟିଭାଲ: ୧୩ହଜାର ଫୁଟ ଉଚ୍ଚରେ ଖେଳାଯାଏ କ୍ଷୀର-ଦହିରେ ହୋଲି

ଡେରାଡୁନ,୧୮।୮: ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଅନେକ ଉତ୍ସବକୁ ପ୍ରକୃତି ଓ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଆହୁରି ମଧ୍ୟ ଏଠାରେ ଋତୁ ଅନୁଯାୟୀ...

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ...

ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ

ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍‌ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍‌-୧୯ ପଜିଟିଭ...

ମୋଦି ଆଧୁନିକ ଭାରତର ସ୍ବାମୀ ବିବେକାନନ୍ଦ: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୨।୧: ଭାଜପା ଏମ୍‌ପି ସୌମିତ୍ର ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆଧୁନିକ ଭାରତର...

କୁକୁରକୁ ମାରିବା ନେଇ ୨ ଯୁବକଙ୍କ ନାଁରେ ମାମଲା

ଉଡୁପି, ୨୯ା୧: କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ନେଇ ଶନିବାର କର୍ନାଟକ ଉଡୁପି ପୋଲିସ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଣ୍ଟାକାଲସ୍ଥିତ...

ବିନା ଅନୁମତିରେ ବ୍ୟବହାର ହୋଇପାରିବନି ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର

ନୂଆଦିଲ୍ଲୀ,୨୫।୧୧: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିନା ଅନୁମତିରେ ଅମିତାଭ...

ଏସ୍‌ସି,ଏସ୍‌ଟି ଆଇନ ନେଇ ରାୟ ଆଜି

ନୂଆଦିଲ୍ଲୀ,୧୩-୯:ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିଶନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ପ୍ରଦାନ କରିପାରନ୍ତି। ୨୦୧୮ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ...

Advertisement
Archives

Model This Week