
ନୂଆଦିଲ୍ଲୀ, ୧୨।୧ : ହରିଦ୍ୱାର ଏବଂ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେଉଁମାନେ ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ଦେଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ଯାଞ୍ଚ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣି ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। କହିଛନ୍ତି।
ପ୍ରଧାନ ବିଚାରପତି ଏନ.ଭି. ରମନା, ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଗଣମାଧ୍ୟମ ପ୍ରତିନିଧି କୁର୍ବାନ ଅଲି ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତିି।
ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ଭାଷଣ ପାଇଁ ହୋଇଥିବା ଏହି ମାମଲାର ଶୁଣାଣି ୧୦ ଦିନ ପରେ ହେବ ବୋଲି ଖଣ୍ଡପୀଠ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହି ମାମଲାରେ ଏସ୍ଆଇଟି ଦ୍ୱାରା ଏକ ସ୍ବତନ୍ତ୍ର, ବିଶ୍ୱାସଯୋଗ୍ୟ ଏବଂ ନିରପେକ୍ଷ ତଦନ୍ତ ପାଇଁ ଆବେଦନରେ ଅନୁରୋଧ କରାଯାଇଛି।