Posted inଖେଳ

ପାକିସ୍ତାନ ବୋଲର୍‌ଙ୍କ ବୟାନବାଜି: ଟି-୨୦ ବିଶ୍ୱକପ୍‌ରେ ଆମେ ଭାରତକୁ ଏଭଳି ହରାଇବାକୁ ଚାହୁଁଛୁ

ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍‌ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍‌ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି ଅଭ୍ୟାସ ମ୍ୟାଚ୍‌ରେ ସେମାନେ ଭାରତକୁ ହରାଇପାରିନାହାନ୍ତି। ଏବେ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ପେସର ହାସନ ଅଲି କହିଛନ୍ତି, ଆମେ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲୁ। ଏହା ଆମ ପାଇଁ ବହୁତ ଭଲ ସମୟ ଥିଲା। ଉକ୍ତ ବିଜୟରୁ ପ୍ରେରଣା ନେଇ ଆମେ ଟି-୨୦ ବିଶ୍ୱକପ୍‌ରେ ପୁନର୍ବାର ଭାରତକୁ ପରାସ୍ତ କରିବାକୁ ଚେଷ୍ଟା କରିବୁ। ଆମ ଆମର ବେଷ୍ଟ ଦେବୁ।

ଏହାଛଡ଼ା ଭାରତ-ପାକିସ୍ତାନ ମ୍ୟାଚ୍‌କୁ ସବୁଠାରୁ ଅଧିକ ଦର୍ଶକ ଦେଖିଥାନ୍ତି। ଏଥିପାଇଁ ଖେଳାଳିଙ୍କ ଉପରେ ଅଧିକ ଚାପ ରହିଥାଏ। ତଥାପି ୟୁଏଇରେ ସ୍ପିନରଙ୍କୁ ଲାଭ ମିଳିବ। ଆମକୁ ଚାପରେ ଥାଇ ବି କିଭଳି ଖେଳିବାକୁ ହେବ ଜଣା ବୋଲି ସେ କହିଛନ୍ତି।

ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟ କୋଚ୍‌ ଏବଂ ବୋଲିଂ କୋଚ୍‌ ପଦବୀ ଖାଲି ପଡ଼ିଥିବାକୁ ନେଇ ସେ ନିରାଶ ଥିବା କହିଛନ୍ତି। ତଥାପି ଖେଳାଳି ଭାବେ ଏସବୁ ତାଙ୍କ ହାତରେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ତାହା ଦେଖିବ। ଆମେ କେବଳ ଖେଳିବୁ ଏବଂ ଦଳ ପାଇଁ ଅଧିକ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବୁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌...

ଶାସ୍ତ୍ରୀୟ ନୃତ୍ୟଶିଳ୍ପୀରୁ ‘ଲେଡି ତେନ୍ଦୁଲକର’

ଦୁନିଆର ସର୍ବୋତ୍ତମ ମହିଳା କ୍ରିକେଟ କ୍ରିକେଟ ମଧ୍ୟରୁ ମିଥାଲି ରାଜ ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ତାଙ୍କ ବ୍ୟାଟର ଜ୍ୟୋତି...

ପାକିସ୍ତାନରେ ୧ ଦିନିକିଆ, ୩ ଟି୨୦ ମ୍ୟାଚ୍‌ ଖେଳିବ ଏମ୍‌ସିସି

ଲଣ୍ଡନ,୧୨।୨(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଆଗାମୀ ପାକିସ୍ତାନ ଗସ୍ତରେ ଗୋଟେ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବ।...

ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା

ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ...

ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ,୨୮।୫- ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି।...

ଆଇଏସ୍‌ଏଲ୍‌: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ...

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର...

ଲଡ୍ସରେ କାହିଁକି ଶର୍ଟ ଖୋଲିଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିବସିସିଆଇ ଅଧ୍ୟକ୍ଷ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ...

Advertisement


Archives

Model This Week