Posted inଖେଳ

ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି

ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଲେ ତାଙ୍କୁ ୬ କୋଟି ଟଙ୍କା ମିଳିବ। ସେହିପରି ରୌପ୍ୟ ବିଜେତାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିଲେ ୨.୫୦ କୋଟି ଟଙ୍କା ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଦିବସରେ ଅଲିମ୍ପିକ୍‌ ମେଡାଲିଷ୍ଟଙ୍କ ସହ ଆଲୋଚନା ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ। ଆସନ୍ତା ଟୋକିଓ ଅଲିମ୍ପିକ୍ସରେ ୩୦ ଖେଳାଳି ଅଂଶଗ୍ରହଣ କରିବେ। ସମସ୍ତଙ୍କୁ ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ସରକାରୀ ଚାକିରି ଦିଆଯିବ, ଫଳରେ ଯୁବକମାନେ ଖେଳ ପ୍ରତି ଆଗ୍ରହୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଏକ ସରକାରୀ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି। କ୍ରୀଡ଼ା ବିଭାଗରେ ସରକାରୀ ଚାକିରି ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ଡେପୁଟେଶନଭିତ୍ତିରେ ଶିକ୍ଷା ଏବଂ ଅନ୍ୟ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ଖଟ୍ଟର କହିଛନ୍ତି। ଖେଳକୁ ପ୍ରୋତ୍ସାହନ ପାଇଁ ସରକାର ଏକ ପଲିସି ଆଣୁଥିବା ସେ ସୂଚନା ଦେଇଛନ୍ତି। ଏହି ପଲିସି ଅନୁସାରେ ପଦକ ବିଜେତା କ୍ରୀଡ଼ାବିତ୍‌ଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାକୁ ହରାଇଲା ମୁମ୍ବାଇ

ଆବୁଧାବି, ୨୪।୯- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ବୁଧବାର...

ଅଲିମ୍ପିକ ପୂର୍ବରୁ ଟିକାକରଣ ନେଇ ଆଥ୍‌ଲେଟ ଅନୁରୋଧ କରିନାହାନ୍ତି

ଟୋକିଓ,୨୧।୪: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୩ ମାସ ବାକି ରହିଛି । ତେବେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିକାକରଣ...

ବିଶ୍ୱକପ୍‌ ରେକର୍ଡ ଅଧିକାରୀ ଶାହିନ ଆଫ୍ରିଦୀ

ଲଣ୍ଡନ,୬।୭- ୧୯ ବର୍ଷୀୟ ପାକିସ୍ତାନ ବୋଲର ଶାହିନ ଶାହ ଆଫ୍ରିଦୀ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ସେ...

ଆଶେସ ସିରିଜ: ୩ୟ ଟେଷ୍ଟରୁ ସ୍ମିଥ୍‌ ବାଦ୍‌

ଲଣ୍ଡନ, ୨୦।୮ (ଏଏଫ୍‌ପି)- ଅଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଗୁରୁବାରଠାରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଯାଉଥିବା ସମ୍ମାନଜନକ ଆଶେସ ଟେଷ୍ଟ ସିରିଜର ୩ୟ ମ୍ୟାଚ୍‌ରୁ...

ପ୍ରଣୀଥଙ୍କୁ ବ୍ରୋଞ୍ଜ

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ପୁରୁଷ ସିଙ୍ଗଲ୍ସ ଖେଳାଳି ବି. ସାଇ ପ୍ରଣୀଥଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ...

ପଡ଼ିଆ ବାହାରେ ବି ବଡ଼ ଉପଲବ୍ଧି ହାସଲ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୧୭।୫: ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିବା ସଚିନ ତେନ୍ଦୁଲକରଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ସେ କ୍ରମାଗତ ୨୦ ବର୍ଷ ପାଇଁ...

ଗଲ୍‌ଫ ଖେଳାଳି ନିକ୍‌ ଓ୍ବାଟ୍‌ନୀଙ୍କୁ କରୋନା

ହିଲଟନ ହେଡ୍‌ ଆଇଲାଣ୍ଡ (ୟୁ.ଏସ୍‌.ଏ)୨୧ା୬: ପାଞ୍ଚ ଥର ପିଜିଏ ଟୁର୍‌ ବିଜେତା ନିକ୍‌ ଓ୍ବାଟ୍‌ନୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ବନ୍ଦ ରହିବା...

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଜର୍ମାନ ଫୁଟ୍‌ବଲ ଫେଡେରେଶନ ଉପରେ ଚଢ଼ାଉ

ଫ୍ରାଙ୍କଫର୍ଟ,୮।୧୦(ଏପି): ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଜର୍ମାନ ଫୁଟବଲ ଫେଡେରେଶନ ଓ ତା’ର କେତେଜଣ କର୍ମକର୍ତ୍ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉର ଏହି...

Advertisement
Archives

Model This Week