Posted inଜାତୀୟ

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ ହେବ ଏବଂ ଏକଜିଟ ପୋଲ ଫଳାଫଳ ସଂଧ୍ୟା ୬ଟାରେ ଆସିବା ଆରମ୍ଭ ହେବ। ଗୋଟିଏ ପର୍ଯ୍ୟାୟରେ ହରିୟାଣାର ସମସ୍ତ ୯୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥି ସହିତ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ମତଦାନ ଅକ୍ଟୋବର ୧ରେ ଶେଷ ହୋଇଯାଇଛି। ତେବେ ଆଜି ରାତି ୮ଟା ସୁଦ୍ଧା ଭୋଟ ବାହୁଡା ମତ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ, ଆସନ୍ତୁ ଜାଣିବା ଗତ ବିଧାନସଭା ନିର୍ବାଚନରେ ହରିୟାଣା ଓ ଜମ୍ମୁର ରେଜଲ୍ଟ କ’ଣ ଥିଲା।

୨୦୧୯ ଭଳି, ଯଦି ଏଗଜିଟ ପୋଲ ଫଳାଫଳ ମଧ୍ୟ ଏଥର ଆସେ, ତେବେ ଏହା ଭାଜପା ପାଇଁ ଲାଭ ଦେଇପାରେ। କାରଣ, ୨୦୧୪ରେ ମନୋହର ଲାଲ ଖଟ୍ଟରଙ୍କ ସରକାର ଗଠନ ପରେ ମଧ୍ୟ ଭାଜପା କୌଣସି ପ୍ରକାରେ ୨୦୧୯ରେ ଜେଜେପି ସହାୟତାରେ ସରକାର ଗଠନ କରିଥିଲା। ୨୦୧୯ରେ ଏକଜିଟ ସର୍ଭେରେ କଂଗ୍ରେସକୁ କ୍ଷମତାକୁ ଫେରିବାର ସମ୍ଭାବନା ଅଧିକ ଥିଲା, କିନ୍ତୁ ଯେତେବେଳେ ଫଳାଫଳ ଆସିଲା, ଜେଜେପି ସହିତ ଭାଜପା ୯୦ ସିଟ ବିଶିଷ୍ଟ ହରିୟାଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ୨୦୧୪ଭଳି ହେବାକୁ ଯାଉଛି କି? ୨୦୧୪ ନିର୍ବାଚନରେ ୭୬.୫୪ ପ୍ରତିଶତ ଲୋକ ଭୋଟ ଦେଇଥିଲେ। ହେଲେ ଚାରି ଦିନ ପରେ ଯେତେବେଳେ ଫଳାଫଳ ପ୍ରକାଶ ପାଇଲା, ଭାଜପା ୪୭ଟି ସିଟ ସହିତ ଜିତିଥିଲା। ଅଧିକାଂଶ ଏକଜିଟ ପୋଲରେ ଭାଜପା ସ୍ପଷ୍ଟ ବିଜୟ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କାରଣ, ୨୦୧୪ରେ ମୋଦୀ ଲହର ସାରା ଦେଶରେ ଥିଲା। ପ୍ରାୟ ସମସ୍ତ ନ୍ୟୁଜ ଚ୍ୟାନେଲ ଏବଂ ସର୍ଭେ ଏଜେନ୍ସି ଭାଜପାର ବିଜୟ ଦାବି କରିଥିଲେ। ଇଣ୍ଡିଆ ଟିଭି-ସି ଭୋଟର୍‌, ଏବିପି ନ୍ୟୁଜ, ଚାଣକ୍ୟ ଓ ଟାଇମ୍ସ ନ୍ୟୁଜ ଓ ନ୍ୟୁଜ ୨୪ ଭାଜପାର ବିଜୟ ଦାବି କରିଥିଲେ।

୨୦୧୯ର ଏକଜିଟ ପୋଲରେ ମଧ୍ୟ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନ ପରି, ଗତ ନିର୍ବାଚନରେ ମଧ୍ୟ କଂଗ୍ରେସର ନିର୍ବାଚନ ପ୍ରଚାରର ସମ୍ପୂର୍ଣ୍ଣ ଦାୟିତ୍ୱ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ କାନ୍ଧରେ ଥିଲା। କଂଗ୍ରେସର ଅତି ନିକଟତର ହୋଇ ମଧ୍ୟ ହୁଡା କ୍ଷମତା ହାସଲ କରିପାରି ନ ଥିଲେ। ୪୦ଟି ଆସନ ଜିତି ଭାଜପା ସରକାର କରିଥିଲା। ଏକଜିଟ ପୋଲରେ ଭାଜପା ୫୧ରୁ ୭୮ଟି ଆସନ ଜିତିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ, ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନଥିଲା ଏବଂ ଜେଜେପି ସହ ମିଳିତ ଭାବରେ ସରକାର ଗଠନ କରିବାକୁ ପଡିଲା।

ଜନନାୟକ ଜନତା ପାର୍ଟି ଏବଂ ୭ଜଣ ସ୍ବାଧୀନ ବିଧାୟକଙ୍କ ସହ ମିଶି ଭାଜପା ୨୦୧୯ରେ ସରକାର ଗଠନ କରିଥିଲା। ମନୋହର ଲାଲ ଖଟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜେଜେପିର ଦୁଶ୍ୟନ୍ତ ଚୌଟେଲା ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ। ଏବିପି ନ୍ୟୁଜ-ସିଭୋଟର୍‌ ୭୮ଟି ସିଟ ପୂର୍ବାନୁମାନ କରିଥିଲା, ରିପବ୍ଲିକ-ଜନ କି ବାତ ୫୮ରୁ ୭୦ସିଟ ମଧ୍ୟରେ ପୂର୍ବାନୁମାନ କରିଥିଲା।

୨୦୨୪ରେ ହରିୟାଣା, ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ରଖିଛନ୍ତି। କାରଣ, ୨୦୧୯ରେ ଧାରା ୩୭୦ ହଟାଯିବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦେଶର ଲୋକମାନେ ଦେଖିବାକୁ ଚାହାଁନ୍ତି ଯେ ୩୭୦ ହଟିବା ପରେ ଜମ୍ମୁ ଏବଂ ଲଦାଖର ଲୋକମାନେ କାହାକୁ ସମର୍ଥନ କରୁଛନ୍ତି। କଂଗ୍ରେସ ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଫାରୁକ ଅବଦୁଲ୍ଲାଙ୍କ ଦଳ ଜାତୀୟ କନଫରେନ୍ସ କିମ୍ବା ମେହବୁବା ମୁଫତିଙ୍କ ଦଳ ପିଡିପି କିମ୍ବା ଭାଜପା କ୍ଷମତାକୁ ଫେରିବ କି?


Enter your email to get our daily news in your inbox.

All Right Reserved By Dharitri.Com

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?