ହାର୍ଭାର୍ଡ ଛାତ୍ରରୁ ସିରିଏଲ୍‌ କିଲର

ଓ୍ବାଶିଂଟନ୍‌,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍‌ ଗଣିତଜ୍ଞ ଟେଡ୍‌ କଜିନ୍‌ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍‌ ଏହି ସିରିଏଲ୍‌ କିଲର ୧୯୭୮ରୁ ୧୯୯୫ ମଧ୍ୟରେ ୧୬ ଥର ବିସ୍ଫୋରଣ ଘଟାଇଥିଲେ। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩ ଆହତ ହୋଇଥିଲେ। ଦୁଇ ଦଶନ୍ଧି ଧରି ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିବା ପରେ ୧୯୯୬ ଏପ୍ରିଲରେ ୟୁନାବମ୍ବରଙ୍କୁ ମୋଣ୍ଟାନାସ୍ଥିତ ତାଙ୍କ ନିଃସଙ୍ଗ କ୍ୟାବିନରୁ ଗିରଫ କରାଯାଇଥିଲା। ତାଙ୍କୁ ବିନା ପାରୋଲରେ ୪ ଥର ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ୧୯୪୨ ମେ’ ୨୨ରେ ଶିକାଗୋରେ କଜିନ୍‌ସ୍କିଙ୍କ ଜନ୍ମ। ୧୯୭୦ ଦଶକ ଶେଷାର୍ଦ୍ଧରୁ ୧୯୮୦ ଦଶକ ମଧ୍ୟରେ କଜିନ୍‌ସ୍କି ଦେଶବ୍ୟାପୀ ବିସ୍ଫୋରଣ ଅଭିଯାନ ଚଳାଇ ଆତଙ୍କବାଦୀ ସାଜିଥିଲେ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ତାଙ୍କୁ ୟୁନିଭର୍ସିଟି ଏବଂ ଏୟାରଲାଇନ୍‌ ବମ୍ବର ମିଶ୍ରଣରେ ୟୁନାବମ୍ବର ନାମ ଦେଇଥିଲା। ୧୯୯୫ରେ ୟୁନାବମ୍ବର ଓ୍ବାଶିଂଟନ ପୋଷ୍ଟ ଓ ନ୍ୟୁୟର୍କ ଟାଇମ୍ସ ତାଙ୍କର ୩୫,୦୦୦ ଶବ୍ଦ ସମ୍ବଳିତ ମେନିଫେଷ୍ଟୋ ପ୍ରକାଶ କରୁ ବୋଲି ଦାବି କରିଥିଲେ। ସେମାନେ ମନା କଲେ ଏକ ଅଜ୍ଞାତ ସ୍ଥାନରେ ଏକ ବୋମା ବିସ୍ଫୋରଣ କରିବେ ବୋଲି ସେ ଧମକ ଦେଇଥିଲେ। ଫଳରେ ଆମେରିକାର ଆଟର୍ନି ଜେନେରାଲ ଏବଂ ଏଫ୍‌ବିଆଇ ଡାଇରେକ୍ଟର ମେନିଫେଷ୍ଟୋ ପ୍ରକାଶନ ପାଇଁ ସୁପାରିସ କରିଥିଲେ। ଓ୍ବ୍‌ାଶିଂଟନ୍‌ ପୋଷ୍ଟରେ ନ୍ୟୁଜ୍‌ ସେକ୍ସନ ବ୍ୟତୀତ ୮ ପୃଷ୍ଠା ସମ୍ବଳିତ ଏହାର ଏକ ସପ୍ଲିମେଣ୍ଟ ପ୍ରକାଶ ପାଇଥିଲା। ନ୍ୟୁୟର୍କ ଟାଇମ୍ସ ମଧ୍ୟ ତାଙ୍କ ‘ଇଣ୍ଡଷ୍ଟ୍ରିଆଲ ସୋସାଇଟି ଆଣ୍ଡ ଇଟ୍ସ ଫ୍ୟୁଚର’ ଶୀର୍ଷକ ଇସ୍ତାହାର ପ୍ରକାଶ କରିଥିଲା। ଶିଳ୍ପ-ବୈଷୟିକ ବ୍ୟବସ୍ଥାକୁ ସେ ଏଥିରେ ଘୋର ବିରୋଧ କରିଥିଲେ। ବିଜ୍ଞାନ ଓ କାରିଗରି ପ୍ରତି ୟୁନାବମ୍ବରଙ୍କ ମନରେ ଥିବା ଘୃଣାଭାବ ଯୋଗୁ ସେ ୟୁନିଭର୍ସିଟି, ଏୟାରଲାଇନ୍ସ ଏବଂ ଟେକ୍ନୋଲୋଜି ସହ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲେ। ଜେଲର ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ୧୯୯୮ ମେ’ରେ ୟୁନାବମ୍ବରଙ୍କୁ କଲୋରାଡୋସ୍ଥିତ ଫ୍ଲୋରେନ୍ସର ଏକ ଫେଡେରାଲ ସୁପରମାକ୍ସ ପ୍ରିଜନରେ ରଖାଯାଇଥିଲା। ସେ ୪ ଥର ଆଜୀବନ ଓ ଅତିରିକ୍ତ ୩୦ ବର୍ଷ ଜେଲଦଣ୍ଡ ଭୋଗୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?