Posted inଖେଳ

ମୁମ୍ବାଇର ସ୍ବପ୍ନ ଭାଙ୍ଗି ଦେଲା ଆରସିବି

ଦୁବାଇ,୨୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପରାଜୟ ଧାରାରେ ବ୍ରେକ୍‌ ଲାଗିଛି। ଚଳିତ ଆଇପିଏଲର ଦ୍ୱିତୀୟ ଫେଜରେ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନ୍‌ରେ ହରାଇ ଦେଇଛି ବାଙ୍ଗାଲୋର। ଏହି ବିଜୟ ପଛରେ ଅନେକ ହିରୋ ଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ହର୍ଶଲ ପଟେଲଙ୍କ ହ୍ୟାଟ୍ରିକ।

ପ୍ରଥମେ ଅଧିନାୟକ ବିରାଟ କୋହଲିଙ୍କ ୫୧ (୩ ଲେଖାଏ ଚୌକା ଓ ଛକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୫୬ (୬ ଚୌକା ଓ ୩ ଛକା) ରନର ଅର୍ଦ୍ଧଶତକୀୟ ପାଳି ବଳରେ ଆରସିବି ୬ ଉଇକେଟ ହରାଇ ୧୬୫ ରନ୍‌ କରିଥିଲା। ଜବାବରେ ମୁମ୍ବାଇକୁ ଧୂଆଁଦାର ଆରମ୍ଭ ଦେଇଥିଲେ ରୋହିତ ଶର୍ମା (୪୩) ଓ କୁଇଣ୍ଟନ ଡି’କକ୍‌ (୨୪)। ପେସରଙ୍କୁ ବିଶେଷ ଫାଇଦା ନ ମିଳିବାରୁ ଦୁଇ ସ୍ପିନରଙ୍କୁ ଲଗାଇଥିଲେ କୋହଲି। ୟୁଜବେନ୍ଦ୍ର ଚହଲ ୩ ଓ ମ୍ୟାକ୍ସଓ୍ବେଲ ୨ ଉଇକେଟ ନେଇ ବିଗାଡ଼ି ଦେଇଥିଲେ ମୁମ୍ବାଇର ବ୍ୟାଟିଂ ଲାଇନ୍‌ ଅପ୍‌। ଶେଷକୁ ହ୍ୟାଟ୍ରିକ ଉଇକେଟ ନେଇ ଆରସିବିର ବିଜୟରେ ମୋହର ଲଗାଇଥିଲେ ହର୍ଶଲ। ଫଳରେ ୧୮.୧ ଓଭରରେ ୧୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ମୁମ୍ବାଇ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ମୁମ୍ବାଇକୁ ଅଲଆଉଟ୍‌ କରିଛି ଆରସିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାରପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ...

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri