ଭଂସାଲିଙ୍କ ସହ କାମ କରିବାକୁ ଚାହାନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଆଣି ଦେଇଥିବା ହରନାଜ ସାନ୍ଧୁ ଏବେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଛନ୍ତି । ୨୧ ବର୍ଷୀୟ ଏହି ତରୁଣୀ ଇସ୍ରାଏଲରେ ଅନୁଷ୍ଠିତ ହାଇଥିବା ମିସ୍ ୟୁନିଭର୍ସ କଣ୍ଟେଷ୍ଟରେ ଭାଗ ନେଇ ଏହି ଟାଇଟଲ ନିଜ ନାଁରେ କରି ଦେଇଥିଲେ । ଆଉ ମିସ୍ ୟୁନିଭର୍ସ ମୁକୁଟ ଧରି ଭାରତ ଫେରିଥିଲେ । ଏହାପରେ ସବୁଠି ହୋଇଥିଲା ତାଙ୍କର ଚର୍ଚ୍ଚ । ଭବିଷ୍ୟତରେ ତାଙ୍କ ପ୍ଲାନିଂକୁ ନେଇ ସେ କଥା ହେବା ବେଳେ କହିଥିଲେ ଅଭିନୟ ମୋର ପ୍ୟାଶନ । ପଞ୍ଜାବରେ ଜନ୍ମିତ ହରନାଜ ପଞ୍ଜାବ ଚଳଚ୍ଚିତ୍ର ଜଗତରେ ଜଣେ ଆଗଧାଡିର ନାୟିକା । ଏବେ ସେ ମିସ୍ ୟୁନିଭର୍ସ ବିଜେତା ହେବା ପରେ ଏବେ ସେ ବଲିଉଡରେ ପାଦ ରଖିବାକୁ ମନ ବଳାଇଛନ୍ତି । ତେବେ ସେ ଷ୍ଟେରିଓଟାଇପକୁ ହଟାଇ କିଛି ନୂଆ ତଥା ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ଏହାର ଉଦାହରଣ ସେ ଦେଇଛନ୍ତି “ପଦ୍ମାବତ”ର । ହରନାଜ କହିଛନ୍ତି ସଞ୍ଜୟ ଲିଲା ଭଂସାଲି ଯେଉଁ ଭଳି ଭାବେ ଶକ୍ତିଶାଳୀ ମହିଳା ଚରିତ୍ରକୁ ନେଇ କାମ କରନ୍ତି ତାଙ୍କୁ ତାହା ବେଶ୍ ପସନ୍ଦ । ଅର୍ଥାତ୍ ସେ ଇସାରାରେ କହିଛନ୍ତି କି ସେ ଭଂସାଲିଙ୍କ ସହ କାମ କରିବାକୁ ଇଚ୍ଛା ରଖିଛନ୍ତି । ବଲିଉଡ ପ୍ରତି ତାଙ୍କର ନାଚୁଲାର ଇଣ୍ଟ୍ରେଷ୍ଟ ଥିବା ହରନାଜ କହିଛନ୍ତି । ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧି ସାରିଥିଲେ ବି ହରନାଜ ଏପର୍ଯ୍ୟନ୍ତ ଏହାକୁ ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି । ଆଗାମୀ ଦିନରେ ସେ କ’ଣ କରିବେ ଏବେଠାରୁ କହିବା ଠିକ୍ ହେବନାହିଁ ବରଂ ସେ ଭାବି ଚିନ୍ତି ସ୍ଥିର କରିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri