ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ କରିଛନ୍ତି। ୨୬ ଆସନ ବିଶିଷ୍ଠ ଏହି ବାତାନୁକୁଳିତ ବସ୍‌ ସପ୍ତାହରେ ତିନିଦିନ ଶୁକ୍ରବାର, ଶନିବାର ଓ ରବିବାର ବଲାଙ୍ଗୀରରୁ ହରିଶଙ୍କର ଯାଇ ଦର୍ଶନ ପରେ ବଲାଙ୍ଗୀର ଫେରିବ। ବଲାଙ୍ଗୀରରୁ ଏହି ହରିଶଙ୍କର ଦର୍ଶନ ବସ୍‌ ସକାଳ ୭ଟା ୩୦ରୁ ବାହାରି ବଲାଙ୍ଗୀର ସହର ସ୍ଥିତ ସମଲେଶ୍ୱରୀ ମନ୍ଦିର ଦର୍ଶନ ପରେ ପାଟଣାଗଡର ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ଦର୍ଶନ କରି ହରିଶଙ୍କର ଯାତ୍ରା କରିବ। ପର୍ଯ୍ୟଟକମାନେ ହରିଶଙ୍କରସ୍ଥିତ ହରିଣ ପାର୍କ ଓ ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଦର୍ଶନ ସାରି ବଲାଙ୍ଗୀର ଫେରିବେ। ଏହି ବସ୍‌କୁ ମିଶନ ଶକ୍ତି ଅନ୍ତର୍ଗତ ପାରଣାଗଡର ଆକାଂକ୍ଷା ଶକ୍ତି ସଞ୍ଚୟିକା ମହାସଂଘ ପରିଚାଳନା କରୁଛନ୍ତି। ଏହି ବସ୍‌ରେ ଯାତ୍ରା କରିବା ନିମନ୍ତେ ପର୍ଯ୍ୟଟକମାନେ ଅଗ୍ରୀମ ଅନ୍‌ ଲାଇନ ଟିକେଟ ବୁକିଙ୍ଗ କରିପାରିବେ। ଟିକେଟ ବୁକିଙ୍ଗ ନିମନ୍ତେ ମୋବାଇଲ ନମ୍ବର ୯୩୪୮୫୧୯୦୫୮ରେ ମଧ୍ୟ ଯୋଗାଯୋଗ କରି ଅଗ୍ରୀମ ଟିକେଟ ବୁକିଙ୍ଗ କରିପାରିବେ। ଏହି ବସରେ ହରିଶଙ୍କର ଯାଇ ଫେରିବା ନିମନ୍ତେ ପ୍ରତ୍ୟେକ ଯାତ୍ରୀ ପାଇଁ ଟିକେଟ ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହରିଶଙ୍କର ଦର୍ଶନ ବସ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଓଗଁା ବ୍ଳକ୍‌ ସାଲେପାଳି ଗ୍ରାମ ମଙ୍ଗଳ ପାଠାଗାରର ବୃଦ୍ଧାଶ୍ରମ ଅନ୍ତେବାସୀମାନେ ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର ଦର୍ଶନ କରି ହରିଶଙ୍କର ଯାତ୍ରା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଉପଜିଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ମିଶନ ଶକ୍ତି ଜିଲା ପ୍ରୋଗ୍ରାମ ସଂଯୋଜିକା ସୁମନ ଦ୍ୱିବେଦୀଙ୍କ ସମେତ ପାଟଣାଗଡ ଆକାଂକ୍ଷା ଶକ୍ତି ସଞ୍ଚୟିକା ମହାସଂଘ ସଦସ୍ୟା ଓ ମିଶନ ଶକ୍ତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏବେ ହରିଶଙ୍କର ପୀଠରେ ନବୀକରଣ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଏହି ବସ୍‌ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ମାଧ୍ୟମ ହେବ ବୋଲି ଜିଲାପାଳ ରାଣା କହିଛନ୍ତି। ଜିଲାର ପର୍ଯ୍ୟଟନ ବିକାଶ ଦିଗରେ ଆଗକୁ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ହରିଶଙ୍କର ଦର୍ଶନ ବସଟି ହରିଶଙ୍କର ପୀଠରେ ପହଞ୍ଚତ୍ବା ପରେ ସେଠାରେ ସମସ୍ତ ଯାତ୍ରୀଙ୍କୁ ମିଶନ ଶକ୍ତି ଏବଂ ଖପ୍ରାଖୋଲ ବ୍ଳକ୍‌ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ପାଟଣାଗଡ ଉପଜିଲାପାଳ ଡ. ସେଠୀ, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମନ୍ଦିର ପରିଚାଳନା କମିଟିର ରୋହିତ ମେହେର, ପୂଜକ ଶଶୀ ପୂଜାରୀ, ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri