ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ

ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରି ଦେଇଛନ୍ତି । ଏବେ ଏହି ଲିଷ୍ଟରେ ସଲମାନଙ୍କ ନାମ ସାମିଲ ହୋଇଯାଇଛି । ଜଣାଶୁଣା ତେଲଗୁ ନିର୍ଦ୍ଦେଶକ ହରିଶ ଶଙ୍କର ସଲମାନ ଖାଁଙ୍କୁ ତାଙ୍କ ଅଗାମୀ ଫିଲ୍ମ ପାଇଁ ଆପ୍ରୋଚ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ନିକଟରେ ହରିଶ ଶଙ୍କର ସଲମାନ ଖାଁଙ୍କୁ ଭେଟିଥିବାରୁ କିଛି ଫଟୋ ସୋସିଆଲ ମିଡିଆରେ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି ।
କିଛିଦିନ ତଳେ ସଲମାନ ଏକ ଆଡ ଶୁଟିଂ କରୁଥିବା ସମୟରେ ହରିଶ ଶଙ୍କର ତାଙ୍କ ସହ ଦେଖା କରିଥିଲେ ବୋଲି କୁହାଯାଏ । ଏବେ ନିର୍ଦ୍ଦେଶକ ହରିଶ ଶଙ୍କର ଏକ ସ୍କ୍ରିପ୍ଟ ଉପରେ କାମ କରୁଥିବା ବେଳେ ଏଥିପାଇଁ ସେ ଖୁବଶୀଘ୍ର ସଲମାନଙ୍କୁ ଆପ୍ରୋଚ କରିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ ହରିଶ ଶଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ଗବ୍ୱର ସିଂର ନିର୍ଦ୍ଦେଶକ । ଏହା ବଲିଉଡ ମୁଭି ‘ଦବଙ୍ଗ’ର ରିମେକ । ଏଥିରେ ସଲମାନଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ପୱନ କଲ୍ୟାଣ । ଏହାର ସିକ୍ୱୁଏଲ ସରଦାର ଗବ୍ୱର ସିଂ କିନ୍ତୁ ଦବଙ୍ଗ ୨ର ରିମେକ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri