Posted inଜାତୀୟ

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାମନଗର ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ଶନିବାର ମଧ୍ୟ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୬୪ ଜଣଙ୍କ ନାମ ଘୋଷଣା କରିଥିଲା । ସୂଚନାଯୋଗ୍ୟ, ରାଜ୍ୟରେ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ ଓ ଏହାର ଫଳାଫଳ ୧୦ ମାର୍ଚ୍ଚରେ ଆସିବ । ମତଦାନ ତାରିଖ ପାଖେଇ ଆସିଥିବାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୯ ଜାନୁୟାରୀରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୩୧ ଜାନୁୟାରୀରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାର କାର୍ଯ୍ୟକ୍ରମ ରହିଛି । ଉତ୍ତରାଖଣ୍ଡ କଂଗ୍ରେସରେ ଭିତିରି କହଳ ଲାଗି ରହିଥିବା ବେଳେ ଏଥର ବିଧାନସଭା ନିର୍ବାଚନ ଉପରେ ଦଳ ଫୋକସ କରିବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ହିଂସା: ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲା ଟିଏମ୍‌ସି

ମାଙ୍ଗାଲୁରୁ,୨୮।୧୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିଲା। ଏଥିରେ ମାଙ୍ଗାଲୁରୁର ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ...

କରୋନା ଆରୋଗ୍ୟ ହାର ୨୫.୧୯%

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବାବେଳେ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୪ ଦିନ ତଳେ ଆରୋଗ୍ୟ ହାର...

ଟୁଇଟରରେ ଛାଇଲେ ମୋଦି: ବିଶ୍ୱର ଟପ୍‌ ୨ ଟ୍ରେଣ୍ଡିଂ ଟପିକ୍‌ରେ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୧୭।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୯ତମ ଜନ୍ମଦିନ ମଙ୍ଗଳବାର ପାଳନ କରୁଛନ୍ତି। ମୋଦିଙ୍କ ଜନ୍ମଦିନ ଅବସରରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି...

୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ...

କରୋନା ଭୟ: ଆସିଲେନି ସମ୍ପର୍କିୟ, ହିନ୍ଦୁ ବ୍ୟକ୍ତିଙ୍କ ସଂସ୍କାର କଲେ ମୁସଲମାନ

ବୁଲନ୍ଦସର,୨୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଯଦି କାହାର ସାଧାରଣ ଭାବେ ମୃତ୍ୟୁ ହେଉଛି ତେବେ...

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ...

ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ...

ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୫୪।୮: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶୁକ୍ରବାର ହୋଇପାରେ । ଶିବସେନାର ଶିନ୍ଦେ ଗୋଷ୍ଠୀ ମୁଖପାତ୍ର ଦୀପକ କେସର୍କାର ଏଭଳି...

Advertisement
Archives

Model This Week