Posted inଖେଳ

ପାକିସ୍ତାନୀ ବୋଲର୍‌ ହରିସ ରାଉଫ୍‌ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍‌

ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନର ଏବଂ ମିଚେଲ ମାର୍ଶ ଜବରଦସ୍ତ ବ୍ୟାଟିଂ କରି ବିରୋଧୀ ଟିମ୍‌ର ବୋଲରଙ୍କୁ କନ୍ଦାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଯେଉଁଭଳି ଭାବେ ଦ୍ରୁତ ବୋଲିଂ ଲାଗି ଖ୍ୟାତ ହରିସ ରାଓଫଙ୍କ ବଲ୍‌ ମାଡ଼ ଖାଇଥିଲା ତାକୁ ଦେଖି ବାକି ପାକିସ୍ତାନୀ ବୋଲରମାନେ ଡରିଯାଇଥିଲେ । କାରଣ ଓ୍ବାର୍ନର-ମାର୍ଶ ତାଙ୍କର କୌଣସି ବି ବଲ୍‌କୁ ଛାଡ଼ି ନ ଥିଲେ।

ବାବରଙ୍କ ନିର୍ଦ୍ଦେଶରେ ରାଉଫ ୯ମ ଓଭରରେ ବୋଲିଂ ଲାଗି ଆସିଥିଲେ। ସେ ଓ୍ବାର୍ନର-ମାର୍ଶଙ୍କୁ ଅଡ଼ୁଆରେ ପକାଇବେ ବୋଲି ଆଶା କରାଯାଉଥିଲା। ହେଲେ ସେଭଳି କିଛି ହୋଇ ନ ଥିଲା। ତାଙ୍କର ପ୍ରଥମ ବଲ୍‌ରେ ଓ୍ବାର୍ନର ଚୌକା ମାରିଥିଲେ। ସେହିଭଳି ଦ୍ୱିତୀୟରେ ଛକା, ତୃତୀୟରେ ୧ ରନ୍‌ ନେଇ ମାର୍ଶଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ପର ବଲ୍‌ ଓ୍ବାଇଡ୍‌ ଥିଲା। ଏହାପରେ ମାର୍ଶ ବାକିଥିବା ତିନି ବଲ୍‌ରେ ତିନି ଚୌକା ମାରିଥିଲେ। ମୋଟାମୋଟି ଦେଖିଲେ ଏହି ଓଭରରେ ୨୪ ରନ୍‌ ଆସିଥିଲା। ବାବର ପୁଣିଥରେ ୧୨ତମ ଓଭରରେ ରାଉଫଙ୍କୁ ଡାକିଥିଲେ। ହେଲେ ପୁର୍ବ ଓଭର ଭଳି ତାଙ୍କର ବଲ୍‌ ମାଡ଼ ଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri