![](https://www.dharitri.com/wp-content/uploads/2024/05/hardik-1.png)
ନୂଆଦିଲ୍ଲୀ,୨୫।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ପତ୍ନୀ ନତାଶା ଷ୍ଟାନକୋଭିକ ନିଜର ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପାଣ୍ଡ୍ୟାଙ୍କ ସରନେମ୍ ହଟାଇଥିଲେ। କିଛିଦିନ ଧରି ଉଭୟ ପରସ୍ପରର କୌଣସି ଫଟୋ ଶେୟାର କରି ନ ଥିବା ଦେଖାଯାଇଥିଲା। ନତାଶାଙ୍କ ଜନ୍ମଦିନ(ମାର୍ଚ୍ଚ ୪)ରେ ପତ୍ନୀଙ୍କ ପାଇଁ ଷ୍ଟାଟସ୍ଟିଏ ମଧ୍ୟ ପୋଷ୍ଟ କରି ନ ଥିଲେ। ଏପରିକି ଆଇପିଏଲ୍ରେ ସ୍ବାମୀଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବାକୁ ନତାଶା ପହଞ୍ଚି ନ ଥିଲେ। ଏବେ ଆଉ ଏକ ଗୁଜବକୁ ନିଆଁରେ ଘିଅ ଢ଼ାଳିବାର କାମ କରିଛି। ଯଦି ପାଣ୍ଡ୍ୟା ପତ୍ନୀଙ୍କଠାରୁ ଛାଡ଼ପତ୍ର ନିଅନ୍ତି ତେବେ ଆଲିମନି ଆକାରରେ ନିଜର ୭୦% ସମ୍ପତ୍ତି ହରାଇବେ ବୋଲି କୁହାଯାଉଛି।
ତେବେ ୨୦୨୦ ଜାନୁଆରୀ ୨୦ରେ ପାଣ୍ଡ୍ୟା ଦୀର୍ଘଦିନର ପ୍ରେମିକା ନତାଶାଙ୍କୁ ପ୍ରପୋଜ କରିଥିଲେ। ଜୁଲାଇ ୩୦ରେ ଉଭୟଙ୍କ ପ୍ରଥମ ସନ୍ତାନ ଅଗସ୍ତ୍ୟ ଜନ୍ମଗ୍ରହଣ କରିଥିଲା। ଗତ ବର୍ଷ ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଦୁହେଁ ଉଦୟପୁରରେ ବିବାହ କରିଥିଲେ।