Posted inଖେଳ

ବିଶ୍ୱର ସର୍ବକନିଷ୍ଠ କ୍ରିକେଟର ଭାବେ ବଡ଼ ଉପଲବ୍ଧି ହାସଲ କଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୩: ଭାରତର ଦ୍ରୁତ ବୋଲର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ପ୍ରାଧାନ୍ୟ ବିସ୍ତାର କରନ୍ତି। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ତାଙ୍କୁ ଫଲୋ କରନ୍ତି। ସୋସିଆଲ ମିଡିଆ ଦୁନିଆରେ ହାର୍ଦ୍ଦିକ ଏକ ବଡ଼ ସଫଳତା ହାସଲ କରିଛନ୍ତି।
ଇନ୍‌ଷ୍ଟାଗ୍ରାମ୍‌ରେ ୨୫ ନିୟୁତ ଫଲୋଅର୍ସ ନିକଟରେ ପହଞ୍ଚିବାରେ ହାର୍ଦ୍ଦିକ ଦୁନିଆର ସବୁଠାରୁ କନିଷ୍ଠ କ୍ରିକେଟର ହୋଇପାରିଛନ୍ତି। କୌତୂହଳର ବିଷୟ, ରାଫେଲ ନାଡାଲ, ରୋଜର ଫେଡେରର, ମ୍ୟାକ୍ସ ଭର୍ଷ୍ଟାପେନ ଏବଂ ଏର୍ଲିଗ ହଲାଣ୍ଡଙ୍କ ପରି କେତେକ ବିଶ୍ୱ ତାରକାଙ୍କ ଅପେକ୍ଷା ହାର୍ଦ୍ଦିକଙ୍କର ଅଧିକ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ଅଛନ୍ତି। କୃତଜ୍ଞତା ଜଣାଇ ହାର୍ଦ୍ଦିକ କହିଛନ୍ତି, ମୋର ସମସ୍ତ ପ୍ରଶଂସକଙ୍କୁ ପ୍ରେମ ପାଇଁ ଧନ୍ୟବାଦ। ସମସ୍ତ ପ୍ରଶଂସକ ମୋ ପାଇଁ ସ୍ବତନ୍ତ୍ର ଏବଂ ସେମାନେ ମୋତେ ବର୍ଷ ବର୍ଷ ଧରି ଦେଇଥିବା ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହେଁ।
୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ହାର୍ଦ୍ଦିକ କ୍ରିକେଟର ଭାବରେ ଭଲ ଫର୍ମରେ ଅଛନ୍ତି। ୨୦୧୮ ପରଠାରୁ ସେ ଟେଷ୍ଟରେ ସ୍ଥାନ ପାଇନାହାନ୍ତି। ପିଠି ଆଘାତରୁ ସୁସ୍ଥ ହେବା ପରେ ହାର୍ଦ୍ଦିକ ଜୁନ୍‌ ୨୦୨୨ ପରଠାରୁ ଭାରତର ସୀମିତ ଓଭର ଦଳରେ ପ୍ରମୁଖ ଖେଳାଳି ରହିଆସିଛନ୍ତି। ପାଣ୍ଡ୍ୟା ଏବେ କ୍ରିକେଟ୍‌ଠାରୁ ଦୂରରେ ଅଛନ୍ତି। ତାଙ୍କୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବା ଦେଖିବାକୁ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri