Posted inଖେଳ

ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍‌ରେ ସାମିଲ କରାଯାଉ: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍‌ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିପାରିଲେ ତାଙ୍କୁ ଏହି ସୁଯୋଗ ଦିଆଯିବା ଉଚିତ ବୋଲି ପୂର୍ବ ଓପନର୍‌ ଗୌତମ ଗମ୍ଭୀର କହିଛନ୍ତି।

୨୦୧୯ରେ ଅଣ୍ଟାର ସର୍ଜରୀ କରାଇଥିଲେ ହାର୍ଦ୍ଦିକ। ଏହାପରଠାରୁ ସେ ନିୟମିତ ଭାବେ ଭାରତୀୟ ଟିମ୍‌ ଏବଂ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବୋଲିଂ କରିନାହାନ୍ତି। ବିଶ୍ୱକପ୍‌ ଟିମ୍‌ରେ ତାଙ୍କୁ ଚୟନ କରାଯାଇଥିଲେ ହେଁ ସେ ଟୁର୍ନାମେଣ୍ଟରେ ବୋଲିଂ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହେଉଛି। ଏଣୁ ଚୟନକର୍ତ୍ତା ଅକ୍ଷର ପଟେଲଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଏବେ ସାମିଲ କରିଛନ୍ତି। ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଗମ୍ଭୀର।

ଷ୍ଟାର ସ୍ପୋଟ୍ସର ଶୋ’ ‘ଗେମ୍‌ ପ୍ଲାନ୍‌’ରେ ଗମ୍ଭୀର କହିଛନ୍ତି, ମୋ ନଜରରେ ହାର୍ଦ୍ଦିକଙ୍କୁ ଭାରତ-ଏକାଦଶରେ ସେତେବେଳେ ସୁଯୋଗ ମିଳିବା ଉଚିତ ଯେତେବେଳେ ସେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିବେ। କେବଳ ନେଟ୍ସରେ ବୋଲିଂ କରିଲେ ତାଙ୍କୁ ଖେଳାଇବା ଉଚିତ ନୁହେଁ। କାରଣ ନେଟ୍ସରେ ବୋଲିଂ କରିବା ଏବଂ ବିଶ୍ୱକପ୍‌ ଭଳି ଟୁର୍ନାମେଣ୍ଟରେ ବାବର ଆଜମଙ୍କ ଭଳି କ୍ୱାଲିଟି ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ କରିବା ଭିନ୍ନ କଥା। ଏହାଛଡ଼ା ହାର୍ଦ୍ଦିକଙ୍କ ନେଟ୍ସ ସହ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିବାକୁ ହେବ। ତାଙ୍କୁ ନିଜର ୧୦୦ ପ୍ରତିଶତ ଯୋଗଦାନ ବୋଲିଂରେ ଦେବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ମୁମ୍ବାଇ ଖେଳାଳି ଭାବେ ଏହି କିର୍ତ୍ତୀମାନ ସ୍ଥାପନ କଲେ କିରନ ପୋଲାର୍ଡ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ୍‌-୧୩ର ୫ମ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶେଖ୍‌...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୭।୬: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍‌ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି...

ଋଜୁରାଜ, ଭେଙ୍କଟଶଙ୍କ ପାଇଁ ବଦଳିପାରେ ଭାରତୀୟ ଦିନିକିଆ ଦଳର କମ୍ବିନେଶନ

ନୂଆଦିଲ୍ଲୀ, ୧୨।୧୨: ଆସନ୍ତାବର୍ଷ ଜାନୁୟାରୀରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ଏଥିଲାଗି ଏବେଠାରୁ ଭାରତୀୟ...

କୋଭିଡ୍‌ ନିୟମ ଉଲ୍ଲଂଘନ: ୬ ମାସ ନଜରରେ ରହିବେ ସାମ୍‌ କ୍ୱେରୀ

ଲଣ୍ଡନ, ୧ା୧ (ଏପି)-ଗତ ଅକ୍ଟୋବରରେ ସେଣ୍ଟ ପିଟର୍ସବର୍ଗ ଓପନ୍‌ରେ କରୋନା ଭାଇରସ୍‌ ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିବାରୁ ଆମେରିକାର ଟେନିସ ଖେଳାଳି ସାମ୍‌ କ୍ୱେରୀଙ୍କୁ ସସ୍‌ପେଣ୍ଡେଡ୍‌ ୨୦,୦୦୦...

ପାକିସ୍ତାନକୁ ପଛରେ ପକାଇ ବିଶ୍ୱରେକର୍ଡ ହାସଲ କଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସିରିଜ୍‌ ବିଜୟୀ ହୋଇଛି। ଅକ୍ଷର ପଟେଲ ଭାରତ ପାଇଁ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ...

ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ: ପୂର୍ବାଞ୍ଚଳ ଚାମ୍ପିୟନ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ ଚାମ୍ପିୟନଶିପ୍‌ର ୨୫ତମ...

ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚ ଜୋର ଧରିଛି। ବିବାହ ପ୍ରସ୍ତୁତି...

ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍‌

ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ...

Advertisement
Archives

Model This Week