Posted inଖେଳ

ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍‌ରେ ସାମିଲ କରାଯାଉ: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍‌ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିପାରିଲେ ତାଙ୍କୁ ଏହି ସୁଯୋଗ ଦିଆଯିବା ଉଚିତ ବୋଲି ପୂର୍ବ ଓପନର୍‌ ଗୌତମ ଗମ୍ଭୀର କହିଛନ୍ତି।

୨୦୧୯ରେ ଅଣ୍ଟାର ସର୍ଜରୀ କରାଇଥିଲେ ହାର୍ଦ୍ଦିକ। ଏହାପରଠାରୁ ସେ ନିୟମିତ ଭାବେ ଭାରତୀୟ ଟିମ୍‌ ଏବଂ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବୋଲିଂ କରିନାହାନ୍ତି। ବିଶ୍ୱକପ୍‌ ଟିମ୍‌ରେ ତାଙ୍କୁ ଚୟନ କରାଯାଇଥିଲେ ହେଁ ସେ ଟୁର୍ନାମେଣ୍ଟରେ ବୋଲିଂ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହେଉଛି। ଏଣୁ ଚୟନକର୍ତ୍ତା ଅକ୍ଷର ପଟେଲଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଏବେ ସାମିଲ କରିଛନ୍ତି। ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଗମ୍ଭୀର।

ଷ୍ଟାର ସ୍ପୋଟ୍ସର ଶୋ’ ‘ଗେମ୍‌ ପ୍ଲାନ୍‌’ରେ ଗମ୍ଭୀର କହିଛନ୍ତି, ମୋ ନଜରରେ ହାର୍ଦ୍ଦିକଙ୍କୁ ଭାରତ-ଏକାଦଶରେ ସେତେବେଳେ ସୁଯୋଗ ମିଳିବା ଉଚିତ ଯେତେବେଳେ ସେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିବେ। କେବଳ ନେଟ୍ସରେ ବୋଲିଂ କରିଲେ ତାଙ୍କୁ ଖେଳାଇବା ଉଚିତ ନୁହେଁ। କାରଣ ନେଟ୍ସରେ ବୋଲିଂ କରିବା ଏବଂ ବିଶ୍ୱକପ୍‌ ଭଳି ଟୁର୍ନାମେଣ୍ଟରେ ବାବର ଆଜମଙ୍କ ଭଳି କ୍ୱାଲିଟି ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ କରିବା ଭିନ୍ନ କଥା। ଏହାଛଡ଼ା ହାର୍ଦ୍ଦିକଙ୍କ ନେଟ୍ସ ସହ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିବାକୁ ହେବ। ତାଙ୍କୁ ନିଜର ୧୦୦ ପ୍ରତିଶତ ଯୋଗଦାନ ବୋଲିଂରେ ଦେବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri