Posted inଖେଳ

‘ ଦିନିକିଆ, ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ ’

ମୁମ୍ବାଇ,୧୪।୫ : ଭାରତୀୟ ଦିନିକିଆ ଓ ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ। ଅସ୍ତ୍ରୋପଚାର ପରେ ସେ ନିୟମିତ ବୋଲିଂ କରିପାରୁ ନାହାନ୍ତି। ଏହି କାରଣରୁ ତାଙ୍କୁ ଚୟନକର୍ତ୍ତା ଲମ୍ବା ଫର୍ମାଟ ପାଇଁ ଅଣାଦେଖା କରୁୁଛନ୍ତି। ମତେ ଲାଗୁଛି ଯଦି ଦିନିକିଆରେ ୧୦ ଓଭର ଏବଂ ଟି୨୦ରେ ୪ ଓଭର ବୋଲିଂ ନ କରିପାରିବେ, ତେବେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରିବେ ନାହିଁ। କାରଣ ସେ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ନୁହନ୍ତି। ହାର୍ଦ୍ଦିକଙ୍କ ଉପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଚୟନକମିଟି ସଦସ୍ୟ ସରଣଦୀପ ସିଂ। ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ଅପୂର୍ବ ସଫଳତା ପରେ ଶେଷ ହୋଇଥିଲା ସରଣଦୀପଙ୍କ କାର୍ଯ୍ୟକାଳ।

୨୦୧୯ରେ ପିଠିରେ ଅସ୍ତ୍ରୋପଚାର ହେବା ପରେ ହାର୍ଦ୍ଦିକ ନିୟମିତ ବୋଲିଂ କରୁ ନାହାନ୍ତି। ଏହି କାରଣରୁ ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ।

ଯଦି ହାର୍ଦ୍ଦିକ ବୋଲିଂ ନ କରନ୍ତି, ତେବେ ଏହା ଭାରତୀୟ ଦଳର କ୍ଷତି କରିବ। ଏଥି ଯୋଗୁ ଟିମ୍‌ ଇଣ୍ଡିଆକୁ ଜଣେ ଅତିରିକ୍ତ ବୋଲର ଖେଳାଇବାକୁ ପଡ଼ିବ। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ବାହାରେ ବସିବେ। ୫ ବୋଲରଙ୍କୁ ନେଇ ଖେଳିବା ଦ୍ୱାରା ଟିମ୍‌ ଇଣ୍ଡିଆର ସନ୍ତୁଳନ ପ୍ରଭାବିତ ହେଉଛି, ଯାହାକି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦିନିକିଆ ସିରିଜ୍‌ରେ ଦେଖିବାକୁ ମିଳିଥିଲା। ତେବେ ଦଳ ପାଖରେ ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶାର୍ଦ୍ଦଳ ଠାକୁରଙ୍କ ଭଳି ଅଲରାଉଣ୍ଡର ଅଛନ୍ତି। ସେମାନେ ହାର୍ଦ୍ଦିକଙ୍କ କାମ କରିଦେବେ ବୋଲି ପୂର୍ବତନ ସ୍ପିନର ସରଣଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri