Posted inଖେଳ

ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ସୁଯୋଗ ଦେବା ମୁମ୍ବାଇକୁ ପଡ଼ିପାରେ ମହଙ୍ଗା, ଏହା ହେଉଛି ୫ ବଡ଼ କାରଣ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୫ରେ ହୋଇଥିବା ଏକ ଘୋଷଣା ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି କହିଲେ ଚଳେ। କାରଣ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଛି। ସେ ଜଣେ ଭଲ ଅଲରାଉଣ୍ଡର ହୋଇଥିବା ବେଳେ ନିଜକୁ ଅଧିନାୟକ ଭାବେ ସାବ୍ୟସ୍ତ ମଧ୍ୟ କରିଛନ୍ତି। ହେଲେ ଆଇପିଏଲ୍‌ ୨୦୨୪ ତାଙ୍କୁ ଦାୟିତ୍ୱ ଦେବା ମୁମ୍ବାଇ ପାଇଁ ଅଡୁଆ ସାଜିପାରେ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଏହାର ୫ ପ୍ରମୁଖ କାରଣ:

-ବାରମ୍ବାର ଆଘାତ ଲାଗୁଥିବା ଖେଳାଳି
ହାର୍ଦ୍ଦିକ ଜଣେ ମ୍ୟାଚ୍‌ ବିଜେତା ଖେଳାଳି ହେଲେ ହେଁ ଲଗାତାର ଭାବେ ଆହତ ହୋଇଥାନ୍ତି। ୨୦୨୩ରେ ମଧ୍ୟ ସେଭଳି ହୋଇଥିଲା। ସେ ମାତ୍ର ୩ ମ୍ୟାଚ୍‌ ଖେଳି ବାଦ୍‌ ପଡ଼ିଥିଲେ। ଏମିତିରେ ତାଙ୍କୁ ଅଧିନାୟକ କରିବା ଛୁରୀ ଧାରରେ ଚାଲିବା ଭଳି ହୋଇପାରେ। ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ।

-ଷ୍ଟାଣ୍ଡବାଏ ଅଧିନାୟକ ରଖିବାକୁ ହେବ:
ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌କୁ ଦେଖି ମୁମ୍ବାଇକୁ ଏକ ଷ୍ଟାଣ୍ଡବାଏ ଅଧିନାୟକ ମଧ୍ୟ ରଖିବାକୁ ହେବ। ସେ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳକୁ ସମ୍ଭାଳି ନେବେ। କାରଣ ନିୟମିତ ଅଧିନାୟକ ବାଦ ପଡ଼ିଲେ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଏଭଳି ସ୍ଥିତିରେ ପଡ଼ିଥିଲେ।

-ଅଲରାଉଣ୍ଡର ଭାବେ ଖେଳିବେ କି?
ପାଣ୍ଡାଙ୍କ ଆହତ ସମସ୍ୟାକୁ ଦେଖି ପ୍ରଥମ ପ୍ରଶ୍ନ ଏହା ଯେ ମୁମ୍ବାଇ ଟିମ୍‌ ତାଙ୍କୁ ଅଲରାଉଣ୍ଡର ଭାବେ ଓହ୍ଲାଇବ କି? ୨୦୨୧ରେ ମୁମ୍ବାଇ ତାଙ୍କୁ ଆହତ ସମସ୍ୟା ଯୋଗୁ ବୋଲିଂ କରି ନ ପାରିବାରୁ ରିଲିଜ କରିଥିଲା। ଏବେ ମଧ୍ୟ ସେଭଳି କିଛି ହୋଇପାରେ। ଯଦି ସେ ୧୦୦% ଫିଟ୍‌ ନୁହନ୍ତି ତେବେ ମୁମ୍ବାଇକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

-ଟିମ୍‌ରେ ଏକତା ରହିବ?
ଅଧିନାୟକ ଭାବେ ରୋହିତଙ୍କ କଥାକୁ ଦଳର ଖେଳାଳି ମାନି ଆସୁଥିଲେ। ସେମାନେ ସର୍ବଦା ଏକ ଟିମ୍‌ ଭାବେ ସର୍ବଶ୍ରେଷ୍ଠ ଦେବାକୁ ଚାହୁଁଥିଲେ। ହେଲେ ପାଣ୍ଡ୍ୟାଙ୍କୁ ନେଇ ସମସ୍ତଙ୍କ ମନରେ ସେଭଳି ଭାବନା ଆସିବ କି? କାରଣ ମୁମ୍ବାଇକୁ ପାଣ୍ଡ୍ୟା ଫେରିବା ନେଇ ଖବର ଆସିବା ପରେ ଜସପ୍ରିତ ବୁମ୍‌ରା ଫ୍ରାଞ୍ଚାଇଜ୍‌କୁ ଅନ୍‌ଫଲୋ କରିଦେଇଛନ୍ତି। ବୁମ୍‌ରା ରାଗରେ ଏଭଳି କରିଥିବା କୁହାଯାଉଛି। କେବଳ ସେ ନୁହନ୍ତି ସୂର୍ଯ୍ୟକୁମାର ଯାଦବ ମଧ୍ୟ ହୃଦୟ ଭାଙ୍ଗିବାର ଇମୋଜି ଦେଇଥିଲେ।

-ମୁମ୍ବାଇରେ ସମର୍ଥନ କମ୍‌ ମିଳିବ?
ଆଇପିଏଲ୍‌ରେ ସବୁଠାରୁ ଲୋକପ୍ରିୟ ଟିମ୍‌ ହେଉଛି ମୁମ୍ବାଇ। ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରଶଂସକ ଅଧିକ। ହେଲେ ରୋହିତ ହଟିବା ପରେ ଲକ୍ଷାଧିକ ଲୋକ ଏହାର ଆକାଉଣ୍ଟକୁ ଅନଫଲୋ କରିଦେଇଛନ୍ତି। ଏଥିରୁ ସେମାନେ ନିରାଶ ହୋଇଥିବା ସ୍ପଷ୍ଟ ହୋଇଛି। ଏହାର ପ୍ରଭାବ ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ମ୍ୟାଚ୍‌ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?