Posted inଖେଳ

ହରଭଜନ ସ୍ପିନ୍‌ ବିଭାଗକୁ ଦୃଢ କରିବେ: ମୋର୍ଗାନ

କୋଲକାତା,୧।୪(ପି.ଟି.): ଅଭିଜ୍ଞ ଅଫ୍‌ ସ୍ପିନର ହରଭଜନ ସିଂ ଏଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ତରଫରୁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ହରଭଜନ ସାମିଲ ହେବା ପରେ ଦଳର ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ ହୋଇପାରିବ ବୋଲି କେକେଆର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। ଚେନ୍ନାଇର ସ୍ପିନ୍‌ ଉଇକେଟରେ ସେ ଉପଯୋଗୀ ସାବ୍ୟସ୍ତ ହେବେ। ୪୦ ବର୍ଷୀୟ ହରଭଜନ ଗତ ସଂସ୍କରଣରେ ଅଂଶଗ୍ରହଣ କରି ନ ଥିଲେ। ତାଙ୍କ ୨ କୋଟି ଟଙ୍କା ବିନିମୟରେ କେକେଆର କ୍ରୟ କରିଛି। ନିଲାମ ପକ୍ରିୟାରେ ସେ ପ୍ରଥମ ରାଉଣ୍ଡରେ ଅଣଦେଖାର ଶିକାର ହୋଇଥିଲେ। ହରଭଜନଙ୍କ ସହ କେକେଆର ସ୍ପିନ ବିଭାଗରେ ସୁନୀଲ ନାରିନ, ଶାକିବ ଅଲ ହାସନ, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ଆଇପିଏଲ୍‌ରେ ଆମେ ସ୍ପିନ ବିଭାଗ ଶ୍ରେଷ୍ଠ ସାବ୍ୟସ୍ତ ହେବ ବୋଲି ମୋର୍ଗାନ ଆଶା ପ୍ରକାଶ କରି କହିଛନ୍ତି। ଚେନ୍ନାଇରେ ଆଇପିଏଲ୍‌ର ପ୍ରଥମ ୧୦ଟି ମ୍ୟାଚ୍‌ ଖେଳାଯିବ। ସ୍ପିନରଙ୍କ ପ୍ରଦର୍ଶନ ବଳରେ ଆମେ ପୁଣି ଥରେ ଚାମ୍ପିୟନ ହୋଇପାରିବୁ। ଦଳର ମିଡଲ ଅର୍ଡର ବେଶ୍‌ ଦୃଢ ରହିଛି। ସୁନୀଲ ନାରିନ ଓ ଦୀନେଶ କାର୍ତ୍ତିକଙ୍କୁ ପ୍ରମୋଟ କରିବାର ବିକଳ୍ପ ମଧ୍ୟ ରହିଛି ବୋଲି ମୋର୍ଗାନ କହିଛନ୍ତି। ଗତ ସଂସ୍କରଣରେ କେକେଆର କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ଲେଅଫ୍‌ରେ ସ୍ଥାନ ହାସଲ କରିପାରି ନ ଥିଲା। ଦଳରେ ଶାକିବ ଓ ବେନ୍‌ କଟିଂଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି। ଆଇପିଏଲ ବେଶ୍‌ ପ୍ରତିଯୋଗିତାମୂକଳ ହୋଇଥିବାରୁ ଦଳରେ ସନ୍ତୁଳନ ରହିବା ଗୁରୁତ୍ୱପୂର୍ଣ୍ଣ। ଦଳରେ ଏଥର ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍‌

ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ...

ଭାରତର ସଫଳତା ନେଇ ଆଶାବାଦୀ ଅନୁରାଗ

ନୂଆଦିଲ୍ଲୀ,୧୭।୧୨(ପି.ଟି.): ହକି ବିଶ୍ୱକପ ଟ୍ରଫି ଟୁର୍‌ର ନୂଆଦିଲ୍ଲୀ ପର୍ଯ୍ୟାୟ ଶୁକ୍ରବାର ଆରମ୍ଭ ହୋଇଛି। କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ପ୍ରସାରଣ ବିଭାଗ...

ମାଇକେଲ ଜୋର୍ଡାନଙ୍କ ଜୋତାର ମୂଲ୍ୟ ୪.୨ କୋଟି

ନ୍ୟୁୟର୍କ,୧୮।୫: କିମ୍ବଦନ୍ତୀ ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ମାଇକେଲ ଜୋର୍ଡାନଙ୍କ ଏକ ଜୋତା ରେକର୍ଡ ୫ ଲକ୍ଷ ୬୦ ହଜାର ଡଲାର ବା ୪ କୋଟି ୨...

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି...

୨୭୫ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ସୀମିତ ରହିଛି। ଫଳରେ...

ବାୟୋ-ବବଲ ନିୟମ ଉଲ୍ଲଂଘନ: ୧କୋଟି ଜରିମାନା, ୨ପଏଣ୍ଟ କାଟ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ, ୨ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବାୟୋ-ବବଲ (କ୍ରିକେଟ ଟିମ୍‌କୁ ଅନ୍ୟମାନଙ୍କଠାରୁ ଦୂରରେ ରଖିବା) ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାର ଉଲ୍ଲଂଘନ କଲେ ଦଳକୁ...

ଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ରଥମ ରାଉଣ୍ଡରୁ ଓସାକା, ଜେଭରେଭଙ୍କ ବିଦାୟ

ଲଣ୍ଡନ, ୨।୭-ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ଓପନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାର ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରୁ ହାରି ବିଦାୟ ନେଇଛନ୍ତି...

କୋହଲିଙ୍କୁ ସହ ଘଟିଲା ଏମିତି, ବୋଲର୍‌ଙ୍କୁ ମାଗିବାକୁ ପଡିଲା କ୍ଷମା: ଦେଖନ୍ତୁ ଭିଡିଓ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

Advertisement
Archives

Model This Week