ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍‌ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ସେ ମିଥ୍ୟା ବୋଲି କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ହରଭଜନ କଂଗ୍ରେସରେ ଯୋଗଦେବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଜଲନ୍ଦରରୁ ଆସିଥିବା ହରଭଜନ ସିଂ ଖୁବ ଶୀଘ୍ର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ ନିର୍ବାଚନରେ ହରଭଜନ ସିଂ ଭାଜପାର ମୁଖ ହୋଇପାରନ୍ତି ବୋଲି ସୋସିଆଲ ମିଡିଆରେ ଏହି ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଏହା ପରେ କ୍ରିକେଟର ହରଭଜନ ସିଂ ନିଜେ ବାହାରକୁ ଆସି ଏହି ଗୁଜବକୁ ଖଣ୍ଡନ କରିଥିଲେ। ମୋର ଭାଜପାରେ ଯୋଗଦେବା ଆଲୋଚନା ସମ୍ପୂର୍ଣ୍ଣ ଭୁଲ ବୋଲି ହରଭଜନ ସିଂ କହିଛନ୍ତି। ସେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରେ ଯୋଗ ଦେଉନାହାଁନ୍ତି। ଏହି ସମୟରେ ପଞ୍ଜାବରେ ଭାଜପା ନିଜର ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ବିନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଭାଜପା ସହ ହରଭଜନଙ୍କ ଆଲୋଚନା ମଧ୍ୟ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’

ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର...

ଐତିହାସିକ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

କାବୁଲ,୨୫।୬: ଯାହା ଆଶା କରାଯାଇନଥିଲା ଆଫଗାନିସ୍ତାନ କ୍ରିକେଟ ଟିମ ବିଶ୍ୱରେ ତାହା କରି ଦେଖାଇଲା। ଏହି ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ...

ଏଣିକି ପେପର୍‌ ଲିକ୍‌ କଲେ ଆଜୀବନ କାରାଦଣ୍ଡ ସହ ଲାଗିବ ୧ କୋଟିର ଜରିମାନା! ଯୋଗୀ ସରକାର ଆଣୁଛନ୍ତି କଠୋର ଆଇନ୍‌

ଲକ୍ଷ୍ନୌ,୨୫।୬: ନିକଟରେ ଉତ୍ତରପ୍ରଦେଶରେ କିଛି ପରୀକ୍ଷାର ପେପର୍‌ ଲିକ୍‌ ହୋଇଥିଲା, ଏହାପରେ ଏବେ ଯୋଗୀ ଆଦିତ୍ୟନାଥ ସରକାର ଏହା ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯାଉଛି।...

ମୋଦି ସରକାରଙ୍କ ପାଇଁ ବଢିଲା ଟେନସନ, ବାଚସ୍ପତି ପଦ ପାଇଁ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୨୫।୬: ୧୮ ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ଆରମ୍ଭ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି।...

ବିସମିଲ୍ଲାରୁ ଶପଥ ଗ୍ରହଣ ଆରମ୍ଭ କରି, ଯିବା ବେଳକୁ କହିଲେ ‘ଜୟ ପାଲେଷ୍ଟାଇନ’

ନୂଆଦିଲ୍ଲୀ,୨୫।୬:ହାଇଦ୍ରାବାଦର ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ୧୮ ତମ ଲୋକ ସଭା କାର୍ଯ୍ୟକାଳର ଦ୍ୱିତୀୟ ଦିନରେ ଏମପି ଭାବେ ଶପଥ ନେଇଛନ୍ତି। ଶପଥ...

ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ,୨୫।୬: ଆଫଗାନିସ୍ତାନ କ୍ରିକେଟ ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ...

କାହା କହିବା ଅନୁସାରେ ଦେଶରେ ଏମରଜେନ୍ସି ଲଗାଇଥିଲେ ଇନ୍ଧିରା ଗାନ୍ଧୀ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୬: ୧୯୭୫ ମସିହା ୨୫ ଜୁନ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦେଶରେ ସବୁକିଛି...

ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ,୨୫।୬: ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri