ନୂଆଦିଲ୍ଲୀ,୪।୮: ପ୍ରସିଦ୍ଧ କ୍ରିକେଟର ତଥା ଏଏପି ଏମ୍ପି ହରଭଜନ ସିଂ ରାଜ୍ୟ ସଭାରେ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଥିଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଆଫଗାନିସ୍ତାନର ଶିଖ ଏବଂ ଗୁରୁଦ୍ୱାର ଉପରେ ହୋଇଥିବା ଆକ୍ରମଣ ବିଷୟରେ କହିଥିଲେ ଏବଂ ଏଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ କରିଥିଲେ। ସଂସଦରେ ଭାଷଣ ଦେବାବେଳେ ହରଭଜନ ସିଂ ହାତ ଯୋଡୁଥିବାର ମଧ୍ୟ ଦେଖାଯାଇଥିଲା।
ଭଜି କହିଛନ୍ତି, ଗୁରୁଦ୍ୱାର ଉପରେ ହୋଇଥିବା ଏହି ଆକ୍ରମଣ ଦୁନିଆର ପ୍ରତ୍ୟେକ ଶିଖଙ୍କ ଭାବନାକୁ ଆଘାତ ଦେଇଛି। ଆମକୁ କାହିଁକି ବାରମ୍ବାର ଟାର୍ଗେଟ କରାଯାଉଛି? ହରଭଜନଙ୍କ ପ୍ରଶ୍ନ ସମାପ୍ତ କରିବା ପରେ ବାଚସ୍ପତି ଭେଙ୍କେୟା ନାଇଡୁ ତାଙ୍କୁ ପ୍ରଶଂସା କରିଥିଲେ। ଏହା ପରେ ଚେୟାରମ୍ୟାନ ଭେଙ୍କୟା ନାଇଡୁ କହିଛନ୍ତି ଯେ ହରଭଜନ ସିଂ, ଆପଣ ଏକ ଭଲ ପ୍ରସଙ୍ଗ ଉଠାଇଛନ୍ତି। ମୁଁ ଭାବୁଛି ବୈଦେଶିକ ମନ୍ତ୍ରୀ ନିଶ୍ଚିତ ଭାବେ ଏଥିପ୍ରତି ଧ୍ୟାନ ଦେବେ। ଏହା ଉପରେ ଏମ୍ପିମାନେ ପ୍ରଶଂସା କରିଥିଲେ।
ସୂଚନଯୋଗ୍ୟ, ଜୁନ ୧୮ରେ କାବୁଲର ଗୁରୁଦ୍ୱାର ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହା ପୂର୍ବରୁ ମାର୍ଚ୍ଚ ୨୫ରେ ରାଇସାହେବ ଗୁରୁଦ୍ୱାରଙ୍କୁ ଆକ୍ରମଣ କରାଯାଇଥିଲ।
View this post on Instagram