Posted inଖେଳ

ଟି୨୦ରେ ଦ୍ରାବିଡ଼ଙ୍କୁ ନୁହେଁ, ନେହେରାଙ୍କୁ କୋଚ୍‌ ନିଯୁକ୍ତ କର: ହରଭଜନ

ନୂଆଦିଲ୍ଲୀ,୨୪।୧୧: ଟି୨୦ ବିଶ୍ୱକପ୍‌ରେ ନିରାଶାଜନକ ପ୍ରଦର୍ଶନ ଯୋଗୁ ସେମିଫାଇନାଲରୁ ବିଦା ହୋଇଥିଲା ଭାରତୀୟ କ୍ରିକେଟ ଟିମ୍‌। ଏହାପରଠାରୁ ଦଳରେ କୋଚ୍‌ ଏବଂ ଅଧିନାୟକ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି। ଏସବୁ ମଧ୍ୟରେ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି।

ହରଭଜନ କହିଛନ୍ତି, ଆଶିଷ ନେହେରାଙ୍କ ଭଳି ବ୍ୟକ୍ତିତ୍ୱକୁ ଭାରତର ଟି୨୦ କୋଚ୍‌ ହେବା ଉଚିତ। କାରଣ ସେ ଦ୍ରାବିଡଙ୍କ ତୁଳନାରେ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ବେଶ ଭଲ ଭାବେ ବୁଝନ୍ତି। ସେ କୋଚ୍‌ ଥିବା ବେଳେ ଗୁଜରାଟ ଟାଇଟନ୍ସ ନିଜର ପ୍ରଥମ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ନିଜର ପ୍ରଥମ ଆଇପିଏଲ୍‌ ଟାଇଟଲ ହାସଲ କରିଥିଲା। ନେହେରା ଏହି ଟୁର୍ନାମେଣ୍ଟରେ ଶାନ୍ତ ରହି ଖେଳିବାକୁ ପରାମର୍ଶ ଦେଇଥିଲେ। ଏହା ଫଳପ୍ରଦ ହୋଇଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ନେହେରାଙ୍କୁ ନେଇ ସେ କହିଛନ୍ତି, ଯିଏ ନିକଟରେ ଏହି ଫର୍ମାଟରେ ଖେଳିଛନ୍ତି ସେ ଟି୨୦ରେ କୋଚ୍‌ ଭୂମିକା ପାଇଁ ଯୋଗ୍ୟ। ତା ଅର୍ଥ ନୁହେଁ ଦ୍ରାବିଡଙ୍କୁ କୋଚ୍‌ ପଦରୁ ହଠାଇଦେବା। ତାଙ୍କ ସହ ଦୀର୍ଘ ଦିନ ଖେଳିଛି। ଏଥିପାଇଁ ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ବୋର୍ଡ ଚାହିଁଲେ ନେହେରା ଏବଂ ରାହୁଲଙ୍କୁ ମିଶାଇ ୨୦୨୪ ବିଶ୍ୱକପ୍‌ ପାଇଁ ଦଳ ଚୟନକୁ ନେଇ କାମ କରିପାରିବେ ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?