କୃଷି ଯନ୍ତ୍ରାଂଶ ସବ୍‌ସିଡି ନାଁରେ ହଡ଼ପ

ଭୁବନେଶ୍ୱର,୧୧ା୩(ବ୍ୟୁରୋ):ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି) ଚାଷୀଙ୍କ ଆର୍ଥିକ ଅଭିଭୃଦ୍ଧି ଏବଂ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାନର ଚାଷ ପାଇଁ କୃଷି ଯନ୍ତ୍ରାଂଶ କିଣାରେ ରାଜ୍ୟ ସରକାର ସବ୍‌ସିଡି ବା ରିହାତି ଦେଉଛନ୍ତି। ବିଶେଷକରି ହାର୍ଭେଷ୍ଟର (ଧାନକଟା ମେଶିନ) କିଣିବା ପାଇଁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ୍ର ରିହାତି ପ୍ରଦାନ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଷୀଙ୍କୁ ଯନ୍ତ୍ରାଂଶ ଯୋଗାଣ କରା ନ ଯାଇ ଉକ୍ତ ଅର୍ଥକୁ ହଡ଼ପ କରାଯାଉଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ଭୂମିହୀନ ଏସ୍‌ସି,ଏସ୍‌ଟି ବର୍ଗର ଚାଷୀଙ୍କ ନାମରେ ଜାଲିଆତି କରାଯାଇ ୨୦୧୭ ରୁ ୨୦୨୦ ମଧ୍ୟରେ ବହୁ କୋଟି ଟଙ୍କାର ସବ୍‌ସିଡି ଅର୍ଥ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏହି ଜାଲିଆତିରେ ବାଲେଶ୍ୱର ତାମୁଳିଆ ଉଡ଼ନ୍ତା ପୋଲ ତଳସ୍ଥିିତ ନିଗମାନନ୍ଦ ଆସୋସିଏଟ୍ସ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଉକ୍ତ ସଂସ୍ଥାର ପ୍ରୋପ୍ରାଇଟର ହେଉଛନ୍ତି ସୁଧାଂଶୁ ଶେଖର ପରିଡ଼ା, ଯିଏକି ଏବେ ରେମୁଣାର ବିଧାୟକ। ଲୋକାୟୁକ୍ତଙ୍କ ନିକଟରେ ଏନେଇ ଗତ ଫେବୃୟାରୀ ୪ ତାରିଖରେ ବାଲେଶ୍ୱର ରଣାସାହିର ତନୟ କୁମାର ମହାନ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣ କରି ଲୋକାୟୁକ୍ତ ନିଗମାନନ୍ଦ ଆସୋସିଏଟ୍ସର ପ୍ରୋପ୍ରାଇଟର ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ କୃଷି ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦କୁ ଧାର୍ଯ୍ୟ ହୋଇଛି।
ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ବିଧାୟକ ସୁଧାଂଶୁଙ୍କ ମାଲିକାନାରେ ନିଗମାନନ୍ଦ ଆସୋସିଏଟ୍ସ ନାମରେ ଏକ କୃଷି ଫାର୍ମ ରହିଛି। ଏହି ଫାର୍ମ ଧାନକଟା ଯନ୍ତ୍ର, ଟ୍ରାକ୍ଟର ଓ ପାୱାରଟିଲର ଆଦି କୃଷି ଯନ୍ତ୍ରାଂଶ ବିକ୍ରୟ କରିଥାଏ। ତେବେ ଏହି କୃଷି ଯନ୍ତ୍ରାଂଶଗୁଡ଼ିକ ସରକାରଙ୍କ ପକ୍ଷରୁ ଡିବିଟି(ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ସ୍କିମ୍‌ ଜରିଆରେ ସବସିଡିରେ ପ୍ରଦାନ କରାଯାଇଥାଏ। ଏହି ସବ୍‌ସିଡି ଅର୍ଥକୁ ହଡ଼ପ କରିବା ପାଇଁ ନିଗମାନନ୍ଦ ଆସୋସିଏଟ୍ସ ନିରୀହ ଆଦିବାସୀଙ୍କ ନାଁରେ ଚଞ୍ଚକତା କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହାତେଇ ନେଇଥିବା ଅଭିଯୋଗ ହୋଇଛି। ବିଶେଷକରି ଧାନକଟା ମେଶିନରେ ସର୍ବାଧିକ ୬ ଲକ୍ଷ ଟଙ୍କା ସବ୍‌ସିଡି ମିଳୁଥିବାରୁ ନିଗମାନନ୍ଦ ଆସୋସିଏଟ୍ସ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଆଦିବାସୀଙ୍କ ନାଁରେ ଉକ୍ତ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ନାରନ ମାଝି, ମଣୁଡିଆ ପଞ୍ଚାୟତର ଭାକୁରାମ ଟୁଡୁ, ଚୁଆପାଣି ପଞ୍ଚାୟତର ସମୟ ମୁର୍ମୁ, କୁଳିଆଣା ପଞ୍ଚାୟତର ଦୁଷ୍ମନ୍ତ ସୋରେନ୍‌, ତଳଗଁା ପଞ୍ଚାୟତର ଜଗନ୍ନାଥ ପିଙ୍ଗୁଆ, ବାଲେଶ୍ୱର ଜିଲା ରେମୁଣାର ନିରଞ୍ଜନ ସିଂହ ଓ ରାଜେନ୍ଦ୍ର ପୁହାଣ, ସଦର ବ୍ଲକର ପ୍ରଦୀପ ମହାଳିକ, ଔପଦା ବ୍ଲକର ଗୟାଧର ମଳିକ ଓ ଜଳେଶ୍ୱର ଅଞ୍ଚଳର ସଞ୍ଜୟ ଜେନାଙ୍କ ସମେତ ଅନେକଙ୍କ ନାମରେ ଏହି ସବ୍‌ସିଡି ଅର୍ଥ ହଡପ କରାଯାଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି।
ମୁଖ୍ୟ କଥା ହେଉଛି ଗରିବ ଓ ଦିନମଜୁରିଆ ଆଦିବାସୀ ଲୋକମାନେ ବ୍ୟାଙ୍କ ଋଣ ନ ନେଇ ନଗଦ ୨୫ ଲକ୍ଷ ଟଙ୍କା ଦେଇ ଏହି ଧାନକଟା ଯନ୍ତ୍ର କିଣିଥିବା କାଗଜପତ୍ରରେ ଦର୍ଶାଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ କୃଷି ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥା ନିଗମାନନ୍ଦ ଆସୋସିଏଟ୍ସ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ଟଙ୍କା ଜମା କରି ପୁଣି ସେହି ଅର୍ଥକୁ ନିଜ ଫାର୍ମ ଜମାଖାତାକୁ ଟ୍ରାନ୍ସଫର କରିଛି। ପରେ କାଗଜପତ୍ରରେ ଚଞ୍ଚକତା କରାଯାଇ ହିତାଧିକାରୀଙ୍କୁ ଧାନକଟା ଯନ୍ତ୍ର ବିକ୍ରୟ କରାଯାଇଥିବା ଦର୍ଶାଯାଇଛି। ପରବର୍ତ୍ତୀ ସମୟରେ ଉକ୍ତ ହିତାଧିକାରୀମାନଙ୍କୁ ସରକାରଙ୍କ ସ୍କିମ୍‌ ଅନୁଯାୟୀ ସବ୍‌ସିଡିରେ ମିଳୁଥିବା ୬ ଲକ୍ଷ ଟଙ୍କାକୁ ମଧ୍ୟ ନିର୍ଦ୍ଦିଷ୍ଟ ମଧ୍ୟସ୍ଥଙ୍କ ମାଧ୍ୟମରେ ନିଗମାନନ୍ଦ ଆସୋସିଏଟ୍ସ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହିପରି ଭାବେ ନିଗମାନନ୍ଦ ଆସୋସିଏଟ୍ସ ୨୦୧୭-୧୮,୨୦୧୮-୧୯,୨୦୧୯-୨୦ରେ ବହୁ ହିତାଧିକାରୀଙ୍କ ଜରିଆରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ସବ୍‌ସିଡି ବାବଦ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଉପରୋକ୍ତ କୌଣସି ହିତାଧିକାରୀଙ୍କ ନିକଟରେ ଧାନକଟା ମେଶିନ ନ ଥିବା କୁହାଯାଉଛି। ଏପରି କି ଚଞ୍ଚକତା କରି ତାଙ୍କ ନାମରେ ଧାନକଟା ମେଶିନ୍‌ କିଣାଯାଇଛି ଏବଂ ସବ୍‌ସିଡି ଅର୍ଥ ହଡ଼ପ କରାଯାଇଛି ବୋଲି ଯଶିପୁର ଅଞ୍ଚଳର ନାରନ୍‌ ମାଝି ନାମକ ଜଣେ ହିତାଧିକାରୀ ଏକ ସତ୍ୟପାଠରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଲୋକାୟୁକ୍ତଙ୍କ ଦ୍ୱାରା ଏହି ଜାଲିଆତି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କେବଳ ବାଲେଶ୍ୱର କିମ୍ବା ମୟୂରଭଞ୍ଜ ନୁହେଁ, ସବ୍‌ସିଡି ଅର୍ଥ ହଡ଼ପ ପାଇଁ ଅନ୍ୟାନ୍ୟ ଜିଲାରେ ମଧ୍ୟ ଏହିଭଳି ଚଞ୍ଚକତା କରାଯାଇଥିବା ଅନୁମାନ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଯନ୍ତ୍ରାଂଶରେ ବହୁ କୋଟି ଟଙ୍କାର ରିହାତି ଦେଇଥିବାବେଳେ ଏହି ଅର୍ଥ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଜରିଆରେ କେତେକ ସଂସ୍ଥା ହଡ଼ପ କରିଥିବା ଜଣାପଡିଛି। ଅପରପକ୍ଷରେ ସବ୍‌ସିଡି ବାବଦ ଅର୍ଥ ହଡ଼ପ କରିବାରେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାଁ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବିଧାୟକ ସୁଧାଂଶୁଙ୍କୁ ପଚାରିବାରେ ସେ ଏନେଇ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ଏପରି କି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିବା ନେଇ ପ୍ରଶ୍ନ କରିବାରୁ ଯଦି କେହି ଭୁଲ୍‌ରେ ଟଙ୍କା ପଠାଇଥିବେ , ତେବେ ତାଙ୍କୁ ଟଙ୍କା ଦିଆଯାଇଥିବ ବୋଲି କହିଛନ୍ତି। ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ସମ୍ପର୍କରେ ପଚାରିବାରେ ତାଙ୍କ ନିକଟକୁ କୌଣସି ନୋଟିସ ଆସି ନାହିଁ, ଆସିବା ପରେ ଯାହା ମତାମତ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?