କୃଷି ଯନ୍ତ୍ରାଂଶ ସବ୍‌ସିଡି ନାଁରେ ହଡ଼ପ

ଭୁବନେଶ୍ୱର,୧୧ା୩(ବ୍ୟୁରୋ):ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି) ଚାଷୀଙ୍କ ଆର୍ଥିକ ଅଭିଭୃଦ୍ଧି ଏବଂ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାନର ଚାଷ ପାଇଁ କୃଷି ଯନ୍ତ୍ରାଂଶ କିଣାରେ ରାଜ୍ୟ ସରକାର ସବ୍‌ସିଡି ବା ରିହାତି ଦେଉଛନ୍ତି। ବିଶେଷକରି ହାର୍ଭେଷ୍ଟର (ଧାନକଟା ମେଶିନ) କିଣିବା ପାଇଁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ୍ର ରିହାତି ପ୍ରଦାନ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଷୀଙ୍କୁ ଯନ୍ତ୍ରାଂଶ ଯୋଗାଣ କରା ନ ଯାଇ ଉକ୍ତ ଅର୍ଥକୁ ହଡ଼ପ କରାଯାଉଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ଭୂମିହୀନ ଏସ୍‌ସି,ଏସ୍‌ଟି ବର୍ଗର ଚାଷୀଙ୍କ ନାମରେ ଜାଲିଆତି କରାଯାଇ ୨୦୧୭ ରୁ ୨୦୨୦ ମଧ୍ୟରେ ବହୁ କୋଟି ଟଙ୍କାର ସବ୍‌ସିଡି ଅର୍ଥ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏହି ଜାଲିଆତିରେ ବାଲେଶ୍ୱର ତାମୁଳିଆ ଉଡ଼ନ୍ତା ପୋଲ ତଳସ୍ଥିିତ ନିଗମାନନ୍ଦ ଆସୋସିଏଟ୍ସ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଉକ୍ତ ସଂସ୍ଥାର ପ୍ରୋପ୍ରାଇଟର ହେଉଛନ୍ତି ସୁଧାଂଶୁ ଶେଖର ପରିଡ଼ା, ଯିଏକି ଏବେ ରେମୁଣାର ବିଧାୟକ। ଲୋକାୟୁକ୍ତଙ୍କ ନିକଟରେ ଏନେଇ ଗତ ଫେବୃୟାରୀ ୪ ତାରିଖରେ ବାଲେଶ୍ୱର ରଣାସାହିର ତନୟ କୁମାର ମହାନ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣ କରି ଲୋକାୟୁକ୍ତ ନିଗମାନନ୍ଦ ଆସୋସିଏଟ୍ସର ପ୍ରୋପ୍ରାଇଟର ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ କୃଷି ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦କୁ ଧାର୍ଯ୍ୟ ହୋଇଛି।
ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ବିଧାୟକ ସୁଧାଂଶୁଙ୍କ ମାଲିକାନାରେ ନିଗମାନନ୍ଦ ଆସୋସିଏଟ୍ସ ନାମରେ ଏକ କୃଷି ଫାର୍ମ ରହିଛି। ଏହି ଫାର୍ମ ଧାନକଟା ଯନ୍ତ୍ର, ଟ୍ରାକ୍ଟର ଓ ପାୱାରଟିଲର ଆଦି କୃଷି ଯନ୍ତ୍ରାଂଶ ବିକ୍ରୟ କରିଥାଏ। ତେବେ ଏହି କୃଷି ଯନ୍ତ୍ରାଂଶଗୁଡ଼ିକ ସରକାରଙ୍କ ପକ୍ଷରୁ ଡିବିଟି(ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ସ୍କିମ୍‌ ଜରିଆରେ ସବସିଡିରେ ପ୍ରଦାନ କରାଯାଇଥାଏ। ଏହି ସବ୍‌ସିଡି ଅର୍ଥକୁ ହଡ଼ପ କରିବା ପାଇଁ ନିଗମାନନ୍ଦ ଆସୋସିଏଟ୍ସ ନିରୀହ ଆଦିବାସୀଙ୍କ ନାଁରେ ଚଞ୍ଚକତା କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହାତେଇ ନେଇଥିବା ଅଭିଯୋଗ ହୋଇଛି। ବିଶେଷକରି ଧାନକଟା ମେଶିନରେ ସର୍ବାଧିକ ୬ ଲକ୍ଷ ଟଙ୍କା ସବ୍‌ସିଡି ମିଳୁଥିବାରୁ ନିଗମାନନ୍ଦ ଆସୋସିଏଟ୍ସ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଆଦିବାସୀଙ୍କ ନାଁରେ ଉକ୍ତ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ନାରନ ମାଝି, ମଣୁଡିଆ ପଞ୍ଚାୟତର ଭାକୁରାମ ଟୁଡୁ, ଚୁଆପାଣି ପଞ୍ଚାୟତର ସମୟ ମୁର୍ମୁ, କୁଳିଆଣା ପଞ୍ଚାୟତର ଦୁଷ୍ମନ୍ତ ସୋରେନ୍‌, ତଳଗଁା ପଞ୍ଚାୟତର ଜଗନ୍ନାଥ ପିଙ୍ଗୁଆ, ବାଲେଶ୍ୱର ଜିଲା ରେମୁଣାର ନିରଞ୍ଜନ ସିଂହ ଓ ରାଜେନ୍ଦ୍ର ପୁହାଣ, ସଦର ବ୍ଲକର ପ୍ରଦୀପ ମହାଳିକ, ଔପଦା ବ୍ଲକର ଗୟାଧର ମଳିକ ଓ ଜଳେଶ୍ୱର ଅଞ୍ଚଳର ସଞ୍ଜୟ ଜେନାଙ୍କ ସମେତ ଅନେକଙ୍କ ନାମରେ ଏହି ସବ୍‌ସିଡି ଅର୍ଥ ହଡପ କରାଯାଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି।
ମୁଖ୍ୟ କଥା ହେଉଛି ଗରିବ ଓ ଦିନମଜୁରିଆ ଆଦିବାସୀ ଲୋକମାନେ ବ୍ୟାଙ୍କ ଋଣ ନ ନେଇ ନଗଦ ୨୫ ଲକ୍ଷ ଟଙ୍କା ଦେଇ ଏହି ଧାନକଟା ଯନ୍ତ୍ର କିଣିଥିବା କାଗଜପତ୍ରରେ ଦର୍ଶାଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ କୃଷି ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥା ନିଗମାନନ୍ଦ ଆସୋସିଏଟ୍ସ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ଟଙ୍କା ଜମା କରି ପୁଣି ସେହି ଅର୍ଥକୁ ନିଜ ଫାର୍ମ ଜମାଖାତାକୁ ଟ୍ରାନ୍ସଫର କରିଛି। ପରେ କାଗଜପତ୍ରରେ ଚଞ୍ଚକତା କରାଯାଇ ହିତାଧିକାରୀଙ୍କୁ ଧାନକଟା ଯନ୍ତ୍ର ବିକ୍ରୟ କରାଯାଇଥିବା ଦର୍ଶାଯାଇଛି। ପରବର୍ତ୍ତୀ ସମୟରେ ଉକ୍ତ ହିତାଧିକାରୀମାନଙ୍କୁ ସରକାରଙ୍କ ସ୍କିମ୍‌ ଅନୁଯାୟୀ ସବ୍‌ସିଡିରେ ମିଳୁଥିବା ୬ ଲକ୍ଷ ଟଙ୍କାକୁ ମଧ୍ୟ ନିର୍ଦ୍ଦିଷ୍ଟ ମଧ୍ୟସ୍ଥଙ୍କ ମାଧ୍ୟମରେ ନିଗମାନନ୍ଦ ଆସୋସିଏଟ୍ସ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହିପରି ଭାବେ ନିଗମାନନ୍ଦ ଆସୋସିଏଟ୍ସ ୨୦୧୭-୧୮,୨୦୧୮-୧୯,୨୦୧୯-୨୦ରେ ବହୁ ହିତାଧିକାରୀଙ୍କ ଜରିଆରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ସବ୍‌ସିଡି ବାବଦ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଉପରୋକ୍ତ କୌଣସି ହିତାଧିକାରୀଙ୍କ ନିକଟରେ ଧାନକଟା ମେଶିନ ନ ଥିବା କୁହାଯାଉଛି। ଏପରି କି ଚଞ୍ଚକତା କରି ତାଙ୍କ ନାମରେ ଧାନକଟା ମେଶିନ୍‌ କିଣାଯାଇଛି ଏବଂ ସବ୍‌ସିଡି ଅର୍ଥ ହଡ଼ପ କରାଯାଇଛି ବୋଲି ଯଶିପୁର ଅଞ୍ଚଳର ନାରନ୍‌ ମାଝି ନାମକ ଜଣେ ହିତାଧିକାରୀ ଏକ ସତ୍ୟପାଠରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଲୋକାୟୁକ୍ତଙ୍କ ଦ୍ୱାରା ଏହି ଜାଲିଆତି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କେବଳ ବାଲେଶ୍ୱର କିମ୍ବା ମୟୂରଭଞ୍ଜ ନୁହେଁ, ସବ୍‌ସିଡି ଅର୍ଥ ହଡ଼ପ ପାଇଁ ଅନ୍ୟାନ୍ୟ ଜିଲାରେ ମଧ୍ୟ ଏହିଭଳି ଚଞ୍ଚକତା କରାଯାଇଥିବା ଅନୁମାନ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଯନ୍ତ୍ରାଂଶରେ ବହୁ କୋଟି ଟଙ୍କାର ରିହାତି ଦେଇଥିବାବେଳେ ଏହି ଅର୍ଥ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଜରିଆରେ କେତେକ ସଂସ୍ଥା ହଡ଼ପ କରିଥିବା ଜଣାପଡିଛି। ଅପରପକ୍ଷରେ ସବ୍‌ସିଡି ବାବଦ ଅର୍ଥ ହଡ଼ପ କରିବାରେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାଁ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବିଧାୟକ ସୁଧାଂଶୁଙ୍କୁ ପଚାରିବାରେ ସେ ଏନେଇ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ଏପରି କି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଥିବା ନେଇ ପ୍ରଶ୍ନ କରିବାରୁ ଯଦି କେହି ଭୁଲ୍‌ରେ ଟଙ୍କା ପଠାଇଥିବେ , ତେବେ ତାଙ୍କୁ ଟଙ୍କା ଦିଆଯାଇଥିବ ବୋଲି କହିଛନ୍ତି। ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ସମ୍ପର୍କରେ ପଚାରିବାରେ ତାଙ୍କ ନିକଟକୁ କୌଣସି ନୋଟିସ ଆସି ନାହିଁ, ଆସିବା ପରେ ଯାହା ମତାମତ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପରେ ବି ଖସୁନି ପରିବା ଦର: ୧୦୦ ଟପିଲା ଟମାଟୋ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): କମିବାର ନା ଧରୁନି ପରିବା ଦର । କାର୍ତ୍ତିକ ମାସ ଗଲା ପରେ ବି ବଜାରରେ କଞ୍ଚା ପରିବା ଦର ଆକାଶଛୁଆଁ ହୋଇଛି ।...

ଡ୍ୟୁଟିରେ ଥିବା ବେଳେ ବୃଦ୍ଧାଙ୍କୁ ଖୁଆଇବା ଘଟଣା: ମାଲକାନଗିରି ଏସ୍‌ଆଇ ଶୁଭଶ୍ରୀଙ୍କ ପ୍ରଶଂସାରେ ଶତମୁଖ ମେଗାଷ୍ଟାର ଚିରଞ୍ଜୀବୀ, ଭିଡିଓ କଲ୍‌ ଯୋଗେ କଥା ହେଲେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ମେଗାଷ୍ଟାର ଚିରଞ୍ଜୀବୀ ଡ୍ୟୁଟିରେ ଥିବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ଖାଇବାକୁ ଦେଇଥିବାରୁ ମାଲକାନଗିରି ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି। ବିଶ୍ୱ ମାତୃ...

ଆନ୍ଧ୍ରପ୍ରଦେଶରେ ଫସିଥିବା ୭୦ ଓଡ଼ିଆ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଘାତକ କରୋନା ଭୂତାଣୁ ମୁକାବିଲାକୁ ନେଇ ଉପୁଜିଥିବା ଜଟିଳ ପରିସ୍ଥିତିରେ ଓଡ଼ିଶାର ୭୦ ଶ୍ରମିକ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ପେଡ଼ାତଡ଼େପଲ୍ଲୀ ସ୍ଥାନରେ ଫସି...

ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ

କାକଟପୁର, ୨।୭(ଡି.ଏନ୍‌.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ...

ହାଇଟେକ୍‌ର ୬୩ କୋଟି ୫୫ ଲକ୍ଷ ବଣ୍ଟାଯିବ: ଫେରିପାଇବେ ୨୨ ହଜାର ଜମାକାରୀ

କଟକ ଅଫିସ,୧୭ା୭: ହାଇଟେକ୍‌ ଗ୍ରୁପର ୬୩ କୋଟି ୫୫ ଲକ୍ଷ ୪୯ହଜାର ୨୨୭ ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯିବ। ଏହି ଟଙ୍କାକୁ ୨୨ ହଜାର ୭୦୦...

ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବେ ଇପିଏଫ୍‌ ଉପଭୋକ୍ତା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଇପିଏଫ୍‌ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର (ଲାଇଫ୍‌ ସାର୍ଟିଫିକେଟ) ଦାଖଲ କରିପାରିବେ। ଇପିଏଫ୍‌ ଉପଭୋକ୍ତାମାନେ ମାସିକ ପେନସନ...

ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ

ଭୁବନେଶ୍ୱର, ୧୭ା୩ (ବ୍ୟୁରୋ): ଓଡ଼ିଶା ଓ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୫,୨୭୨ ଏକର ଜମିକୁ ବିକ୍ରି କରାଯିବା ନିମନ୍ତେ ରାଜ୍ୟ...

୨୦୧୯-୨୦ ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହ: ଚାଷୀଙ୍କଠାରୁ କିଣା ହେଲା ୯୬,୧୧,୦୨୪ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ବୁଧବାର ସୁଦ୍ଧା ୧ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ...

Advertisement
Archives

Model This Week