Posted inଜାତୀୟ

କଂଗ୍ରେସରେ ସାମିଲ ହେଲେ ହରକ ସିଂ ରାୱତ

ଡେରାଡୁନ,୨୧ ।୧: ଉତ୍ତରାଖଣ୍ଡର ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହରକ ସିଂ ରାୱତ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାପରେ ସେ ହରିଶ ରାୱତଙ୍କ ସହ ସାକ୍ଷାତ୍ କରିଛନ୍ତି । ହରକ ସିଂ ରାୱତ ୧୫ ଜିଆର୍‌ପିର କଂଗ୍ରେସ ୱାର ରୁମରେ ପହଞ୍ଚିଥିଲେ । ଏହି ସମୟରେ ୱାର ରୁମରେ ପ୍ରିୟଙ୍କା ଗାନ୍ଧୀ, ହରିଶ ରାୱତ, ଗଣେଶ ଗୋଦିୟାଲ, ପ୍ରିତମ ସିଂ, ଦେବେନ୍ଦ୍ର ଯାଦବ ଓ ଦୀପିକା ପାଣ୍ଡେୟ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ହରକ ସିଂ କଂଗ୍ରେସର ସଦସ୍ୟତା ନେବା ପୂର୍ବରୁ ଏସବୁ ନେତାଙ୍କୁ ଭେଟିଥିଲେ । ଏବେ ହରକ ସିଂ ରାୱତ କହିଛନ୍ତି ଯେତେବେଳେ ୧୦ ମାର୍ଚ୍ଚରେ କଂଗ୍ରେସ ପୂର୍ଣ୍ଣ ବହୁମତରେ ବିଜୟି ହେବ ତାହା ହେବ ମୋର କ୍ଷମା । ଭାଜପା ମୋରେ ୟୁଜ ଆଣ୍ଡ ଥ୍ରୋ ଭାବିଲା । ସୂଚନାଯୋଗ୍ୟ, ଦଳ ବିରୋଧି କାର୍ଯ୍ୟ ପାଇଁ ଭାଜପା ହରକ ସିଂ ରାୱତଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି । ହରକ ସିଂ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ କହିଥିଲେ ସେ ଲୋକତନ୍ତ୍ର ବିରୋଧି କାମ କରିଛନ୍ତି ସେଥିପାଇଁ ସେ ପ୍ରାୟଶ୍ଚିତ କରନ୍ତୁ । ଦଳସହ ଯୋଡି ହେବା ଛିଡିଯିବା ତାଙ୍କର ପୁରୁଣା ଇତିହାସ । ଭାଜପାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ହରକ ସିଂ ଅନେକ ଦଳ ବଦଳ କରିସାରିଲେଣି । ଏମିତିକି ନିଜର ଦଳ ଗଠନ କରିବାକୁ ବି ସେ ଏକ୍ସସପିରିମେଣ୍ଟ କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେବାକୁ ଲୋକେ ଅମଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ

ନୂଆଦିଲ୍ଲୀ,୨୧ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଦେଶରେ ଆରମ୍ଭ ହୋଇଯାଇଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ହେଲେ କରୋନାର ଟିକାକୁ ନେଇ ଏବେବି ଲୋକଙ୍କ...

ସୀମାରେ ଯାଞ୍ଚ୍‌ କଡ଼ାକଡ଼ି, ବିମାନ ବନ୍ଦରରେ ହାଇ ଆଲର୍ଟ: କରୋନା ମୁକାବିଲା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ତେବେ ସରକାର ସୁରକ୍ଷା...

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସଫଳ ହେଲେ ଫୋନ୍‌ରେ ‘ବନ୍ଦର’ କହି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଧନଓ୍ବା

ନୂଆଦିଲ୍ଲୀ,୪।୯: ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ନେଇ ଅପରେଶନ୍‌ ପ୍ରମୁଖ ଏୟାର ମାର୍ଶଲ ସି.ହରି କୁମାର କେତେକ ଗୁପ୍ତ ସୂଚନା ଦେଇଛନ୍ତି। ସେ ଦିନ ହରିଙ୍କର ଜନ୍ମ ଦିନ...

ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…

ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି...

ପାକିସ୍ତାନର ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା: ଶଶି ଥରୁର

ନୂଆଦିଲ୍ଲୀ,୧୦।୯: କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥତା ଆବଶ୍ୟକ ଆବଶ୍ୟକ ନାହିଁ। ଆମକୁ ପାକିସ୍ତାନ ସହିତ କଥାବାର୍ତ୍ତା କରିବାରେ କୌଣସି ଆପତ୍ତି ନାହିଁ। ଯଦି ପାକିସ୍ତାନ...

ଜୁନ୍‌ ୩୦ ପରେ ବି ଜାରି ରହିବ ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ମାସ ଆରମ୍ଭରେ ଅଧିକାଂଶ ରାଜ୍ୟରେ ଏହାକୁ ହଟାଇ...

ପ୍ରତିଶୋଧ ପାଇଁ କଲେଜ ଛାତ୍ରଙ୍କ ମୁଣ୍ଡକାଟି ଦେଲେ

ଚେନ୍ନାଇ,୧୬।୯: ତାମିଲନାଡୁର କାଞ୍ଚତ୍ପୁରମ୍‌ ଜିଲାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କ ମୁଣ୍ଡକାଟି ହତ୍ୟା କରାଯାଇଛି। କଟାମୁଣ୍ଡକୁ ଏରୁମାଇୟୁର ଚର୍ଚ୍ଚ ସମ୍ମୁଖରେ ରଖାଯିବା ଘଟଣା ଅଞ୍ଚଳରେ...

ବିପକ୍ଷଙ୍କ ମୋଦି ଫୋବିୟା, ପିଏମ୍‌ ପଦ ପାଇଁ ଦୁଇ ଡର୍ଜନ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ, ନକଭିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୩।୮ : ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବା ସହିତ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। କେହି କେହି ମମତା...

Advertisement
Archives

Model This Week