ହକ୍କାନି ନେଟ୍‌ଓ୍ବାର୍କ କମାଣ୍ଡରଙ୍କୁ ହତ୍ୟା, ପାକିସ୍ତାନ-ତାଲିବାନ୍‌କୁ ଝଟ୍‌କା…

କାବୁଲ,୩।୧୧: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ମଙ୍ଗଳବାର ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କର ମୁଖ୍ୟ ରଣନୀତିଜ୍ଞ ତଥା ତାଲିବାନ ସରକାରଙ୍କ ଗୃହମନ୍ତ୍ରୀ ହମଦୁଲ୍ଲା ମୁଖଲିସ୍‌ଙ୍କୁ ହତ୍ୟା କରାଯାଇଛି। କାବୁଲକୁ ତାଲିବାନ ଦଖଲ କରିବା ପରେ ହମଦୁଲ୍ଲା ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ଆଶରଫ ଘାନିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ।  ସେ ରାସ୍ତାରେ ଚେୟାରରେ ବସିଥିବାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ମଙ୍ଗଳବାର ଦିନ କାବୁଲରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହ ମୃତକଙ୍କ ମଧ୍ୟରେ ହମଦୁଲ୍ଲା ମଧ୍ୟ ରହିଛନ୍ତି। ହମଦୁଲ୍ଲା ତାଲିବାନ୍‌ର ସ୍ବତନ୍ତ୍ର ବାହିନୀ ବଦ୍ରି ବ୍ରିଗେଡର କମାଣ୍ଡର ମଧ୍ୟ ଥିଲେ।

ଏହି ବ୍ରିଗେଡକୁ କାବୁଲରେ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ତାଲିବାନ କମାଣ୍ଡରଙ୍କ ମୃତ୍ୟୁ ହକ୍କାନି ନେଟୱାର୍କକୁ ଏକ ବଡ ଝଟ୍‌କା ଦେଇଛି। ଏହାପୂର୍ବରୁ ହମଦୁଲ୍ଲା ପାକଟିକା ଏବଂ ଖୋସ୍ତ ପ୍ରଦେଶରେ ତାଲିବାନର କାର୍ଯ୍ୟନିର୍ବାହି ରାଜ୍ୟପାଳ ଥିଲେ।

ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ (ଆଇଏସ) ସଂଗଠନର ନିଜକୁ ଦାୟୀ କରିଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ୪୦୦ ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ମହମ୍ମଦ ଦାଉଦ ଖାଁ ହସ୍ପିଟାଲର ପ୍ରବେଶ ଦ୍ୱାରରେ ଏହି ବିସ୍ଫୋରଣ ଘଟିଛି।

ଏହା ପରେ ଇସଲାମିକ ଷ୍ଟେଟ ବନ୍ଧୁକଧାରୀଙ୍କ ଦ୍ୱାରା ଆକ୍ରମଣ ହୋଇଥିଲା। ଆଫଗାନିସ୍ତାନର ତାଲିବାନର ନିୟନ୍ତ୍ରଣ ବିରୋଧରେ ଇସଲାମିକ ଷ୍ଟେଟ ସବୁଠାରୁ ବଡ ବିପଦ ଭାବରେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri