ଖୁସି ଆଣିଲା ବିରଳ ତାରିଖ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ମଙ୍ଗଳବାର ଥିଲା ବର୍ଷର ପ୍ରଥମ ସିମେଟ୍ରିକାଲ ବା ପଲିଣ୍ଡ୍ରୋମ୍‌। ଅର୍ଥାତ୍‌ କ୍ୟାଲେଣ୍ଡରର ଏପରି ଏକ ତାରିଖ ଯାହାକି ସାଂଖିକ ଦୃଷ୍ଟିରୁ ବିରଳ। ମଙ୍ଗଳବାର ଥିଲା ୨୨.୦୨.୨୦୨୨ ତାରିଖ। ଅର୍ଥାତ ୨ ତାରିଖ ଦ୍ବିତୀୟ ମାସ ଏବଂ ୨୦୨୨ ବର୍ଷ। ଆମେ ଏଭଳି ସଂଖ୍ୟା କ୍ରମକୁ ଦ୍ବିତୀୟ ଥର ଦେଖିପାରିବା ନାହିଁ। ଏଭଳି ଦିନ ଖୁବ କ୍ୱଚିତ୍‌ ଦେଖିବାକୁ ମିଳିଥାଏ, ଯେଉଁଥିରେ ଦିନ, ମାସ ଓ ବର୍ଷର ସଂଖ୍ୟା ସମାନ ରହେ। କୌତୁହଳର ବିଷୟ ହେଉଛି, ଏହି ତାରିଖ ଉଭୟ ପଲିଣ୍ଡ୍ରୋମ୍‌ ଏବଂ ଆମ୍ବିଗ୍ରାମ୍‌। ଆମ୍ବିଗ୍ରାମ୍‌ର ଅର୍ଥ ଶବ୍ଦଟିକୁ ସିଧାରୁ ପଢିଲେ ଯାହା ତାକୁ ଓଲଟା ପଢିଲେ ମଧ୍ୟ ସମାନ। ୨୨.୦୨.୨୦୨୨ ସଂଖ୍ୟାକୁ ଆଗରୁ ପଢିଲେ ବାଇଶି ଶୂନ ଦୁଇ ଦୁଇ ଶୂନ ବାଇଶି ଏବଂ ପଛଆଡୁ ପଢିଲେ ମଧ୍ୟ ତାହା ବାଇଶି ଶୂନ ଦୁଇ ଦୁଇ ଶୂନ ବାଈଶି। ଏହି ଦିନଟିକୁ ସୋସିଆଲ ମିଡିଆରେ ୟୁଜର୍ସ ଟୁଜ୍‌ ଡେ’ର ଆଖ୍ୟା ଦେଇଛନ୍ତି। ଐତିହାସିକ ଦୃଷ୍ଟିରୁ ଏହା କୌଣସି ଗୁରୁତ୍ୱ ବହନ କରୁ ନ ଥିଲେ ବି ଜ୍ୟୋତିର୍ବିଦ୍‌ଙ୍କ ମତରେ, ଦୁଇଜଣ ବ୍ୟକ୍ତି କିମ୍ବା ଦୁଇଟି ଚିନ୍ତାଧାରାର ମିଳନକୁ ସଂଖ୍ୟା ୨ ସୂଚିତ କରିଥାଏ। ତେଣୁ ଏହାକୁ ଅମୃତ ବେଳା ବୋଲି କୁହାଯାଏ। ଏହି ବିରଳ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲରେ ୩ ଏବଂ କଟକ ଏସ୍‌ସିବି ହସ୍ପିଟାଲରେ ୨୫ଜଣ ଶିଶୁ ଜନ୍ମ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଫଳରେ ଉକ୍ତ ତାରିଖ ସମ୍ପୃକ୍ତ ପରିବାର ଲୋକଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମୁହଁରେ ହସ ଫୁଟିଛି। ସେହିପରି କେତେଜଣ ବ୍ୟକ୍ତି ନୂଆ ଗାଡ଼ି, ଗହଣା ଓ ଘର କିଣି ଖୁସି ମନାଇଛନ୍ତି। ସୂଚନାଯୋଗ୍ୟ, ୨୦୧୧ ମସିହାରେ ଏଭଳି ସଂଖ୍ୟାକ୍ରମ ୧୧.୧.୨୦୧୧ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?