ସୁଖୀ ହର୍‌ମୋନ

 

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକଙ୍କ ଠାରେ ଷ୍ଟ୍ରେସ୍‌ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାକୁ ଦୂର କରି ଖୁସିପୂର୍ଣ୍ଣ ଜୀବନ ଜିଇଁବାକୁ ହେଲେ ଶରୀରରେ ହାପି ହର୍‌ମୋନ୍‌ର ପରିମାଣ ନିୟନ୍ତ୍ରଣରେ ରହିବା ଆବଶ୍ୟକ…

ପ୍ରତିଦିନ ଆମ ଦେହରେ ଅନେକ ହରମୋନ୍‌ ବା ଅନ୍ତଃସ୍ରାବୀ ରସ ଝରିଥାଏ ା ସବୁ ହରମୋନ୍‌ ସନ୍ତୁଳନ ରକ୍ଷାକରି ଶରୀର ଭିତରେ ନିଜ ନିଜ କାମ କରିଥାନ୍ତି। କିନ୍ତୁ ଯଦି ହରମୋନ୍‌ର ଭାଗମାପ ଅସନ୍ତୁଳନ ସୃଷ୍ଟି ହୁଏ, ତେବେ ମଣିଷ ରୋଗାକ୍ରାନ୍ତ ହୋଇଯାଏ। ହରମୋନ୍‌ଜନିତ ଦୁଇଟି ଜଣାଶୁଣା ରୋଗ ହେଉଛି ମଧୁମେହ ଓ ଥାଇରଏଡ୍‌, ଯାହା ଥରେ ହେଲେ ମଣିଷକୁ ସାରା ଜୀବନ ଔଷଧ ଖାଇବାକୁ ପଡ଼ିଥାଏ ା ତେବେ କେତେକ ହରମୋନ୍‌ ଅଛି, ଯାହା ବଢ଼ିଗଲେ ଶରୀରରେ ମାନସିକ ଚାପ ସୃଷ୍ଟି ହୋଇଥାଏ, ଯାହାକୁ ‘ଷ୍ଟ୍ରେସ ହରମୋନ୍‌’ କୁହନ୍ତି ା ଆଜିକାଲି ଚାକିରି ଓ କାର୍ଯ୍ୟ କ୍ଷେତ୍ରରେ ହେଉ ଅବା ଘରେ ବୈବାହିକ ତଥା ପାରିବାରିକ ଜୀବନରେ ଷ୍ଟ୍ରେସ୍‌ରେ ରହିବା କାରଣରୁ ଅନେକ ମହିଳାଙ୍କ ଶରୀରରେ କ୍ରମେ କ୍ରମେ ଷ୍ଟ୍ରେସ୍‌ ହରମୋନ୍‌ର ପରିମାଣ ବଢ଼ି ସୁଖୀ ହରମୋନର୍‌ ପରିମାଣ ଶରୀରରୁ କମୁଥିବା ଦେଖିବାକୁ ମିଳୁଛି। ଏହି ସୁଖୀ ହରମୋନ୍‌ ମସ୍ତିଷ୍କରୁ ଝରିଲେ ମନ ଖୁସି ହୋଇଯାଏ।
ଆସନ୍ତୁ ଦେଖିବା ଆମ ଦେହରେ କେଉଁ କେଉଁ ସୁଖୀ ହରମୋନ୍‌ ମାନ ଅଛନ୍ତି ଏବଂ ସେମାନେ କିପରି ମଣିଷକୁ ଖୁସି ଓ ସନ୍ତୁଷ୍ଟ ରଖିବାରେ ସାହାଯ୍ୟ କରୁଛନ୍ତି….
ସୁଖୀ ହରମୋନ୍‌ ମୁଖ୍ୟତଃ
ପାଞ୍ଚ ପ୍ରକାରର:
୧-ଡୋପାମିନ୍‌: ଏହା ସ୍ନାୟୁତନ୍ତ୍ରୀକୁ ପ୍ରଭାବିତ କରିଥାଏ ଏବଂ ମସ୍ତିଷ୍କର ପାରିତୋର୍ଷିକ ଯନ୍ତ୍ର କ୍ରିୟା ସହିତ ସଂଲଗ୍ନ ଥାଏ ା ନିଜ ସାଧନାକୁ ସ୍ବୀକୃତି ମିଳିଲେ ବା ନିଜ ଲକ୍ଷ୍ୟ ହାସଲ ହେଲେ ସଙ୍ଗେ ସଙ୍ଗେ ପ୍ରାକୃତିକ ଉପାୟରେ ମସ୍ତିଷ୍କରେ ଡୋପାମିନ୍‌ ବା ‘ହାପି ହରମୋନ୍‌’ର ପରିମାଣ ବଢ଼ିଯାଏ ା ଏହାଛଡ଼ା ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ସୁଖମୟ ଅନୁଭବ ଓ ମୁହୂର୍ତ୍ତ କଥା ଭାବିଲାମାତ୍ରେ ଏହି ନିଉରୋଟ୍ରାନ୍ସମିଟରର ମାତ୍ରା ବଢ଼ିଯାଏ ା
ହାପି ହରମୋନ୍‌ ବଢ଼ାଇବାର ଉପାୟ: ଆମ ଜୀବନରେ କେତେକ ସୁଖମୟ ଓ ସ୍ବାସ୍ଥ୍ୟପ୍ରଦ କାର୍ଯ୍ୟକ୍ରମ କରିବା ଦ୍ୱାରା ସକାରାମତ୍କ ମନୋଭାବ ସୃଷ୍ଟି ହୋଇ ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ ଏବଂ ହାପି ହରମୋନ୍‌ ବଢ଼ିଥାଏ ା ବେଶୀ ସମୟ ସୂର୍ଯ୍ୟକିରଣରେ ଚାଲିଲେ ତଥା ଦିନବେଳା କାମ କଲେ ସୂର୍ଯ୍ୟ କିରଣର ଉଜ୍ଜ୍ୱଳତା ଓ ଉତ୍ତାପରୁ ଡୋପାମିନ୍‌ ପାଇଁ ସଂବେଦନଶୀଳତା ବଢ଼ିଥାଏ ା ତା’ ଛଡା ଗଭୀର ନିଃଶ୍ୱାସ ପ୍ରଶ୍ୱାସ ନେବା ସହ ମେଡିଟେସନ ଓ ଯୋଗ କରିବା ସହ ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନେବା ଦ୍ୱାରା ଏହାର ହାପି ହର୍‌ମୋନ୍‌ ବଢ଼ିଥାଏ। ସେହିପରି ଏହାକୁ ବଢ଼ାଇବା ଲାଗି ଅଧିକ ପରିମାଣରେ ଚିନାବାଦାମ୍‌, ଛେନା ଓ ବିନ୍‌ ଖାଇବା ଭଲ।
୨. ସିରୋଟୋନିନ୍‌: ଏହି ହରମୋନ୍‌ଗୁଡିକ ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ, କାରଣ ମସ୍ତିଷ୍କରେ ସିରୋଟୋନିନ୍‌ର ପରିମାଣ କମିଗଲେ ମଣିଷ ମାନସିକ ଅବସାଦରେ ବୁଡିଯାଏ।
ମସ୍ତିଷ୍କରେ ସିରୋଟୋନିନ୍‌ ପରିମାଣ ବଢ଼ିଗଲେ ନିଦ ହୋଇଯାଏ।
ଏହି ହରମୋନ ବଢ଼ାଇବାର ଉପାୟ : ଦୈନିକ ଯୋଗ, ବ୍ୟାୟାମ, ଖେଳକୁଦ କରନ୍ତୁ। ରାତିରେ ଶୋଇଲା ବେଳେ ବେଶୀ ପରିମାଣରେ ଟ୍ରିପ୍ଟୋଫାନ୍‌ ଥିବା ତଥା ଓମେଗା-୩ ଫ୍ୟାଟି ଏସିଡ୍‌ ଥିବା ଖାଦ୍ୟ ଖାଆନ୍ତୁ । ଏହାଛଡ଼ା ଶ୍ୱେତସାରଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ସିରୋଟୋନିନ୍‌ର ପରିମାଣ ବଢ଼ିଯାଏ। ା
୩. ଅକ୍ସିଟୋସିନ୍‌: ଏହାକୁ ପ୍ରେମ ହରମୋନ୍‌ ମଧ୍ୟ କୁହାଯାଇଥାଏ, କାରଣ ଏହି ହରମୋନ୍‌ ବେଶୀ ଝରିଲେ ଭାବପ୍ରବଣତାର ବନ୍ଧନ ଓ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଯାଏ।
କେମିତି ବଢ଼ାଇବେ ଏହି ହର୍‌ମୋନ୍‌: ଯୋଗ ଏବଂ ହାଲୁକା ବ୍ୟାୟାମ କରନ୍ତୁ। ଆପଣ ଆପଣଙ୍କ ପରିବାରର ସଦସ୍ୟ ତଥା ନିଜ ସନ୍ତାନ ସନ୍ତତିଙ୍କ ସହ ଏକାଠି ଭୋଜନ କରନ୍ତୁ, କାରଣ ସମସ୍ତଙ୍କ ସହ ସୌଜନ୍ୟମୂଳକ କଥାବାର୍ତ୍ତା, ନିଜନିଜ ଭିତରେ ବନ୍ଧନ ଦୃଢ଼ କରିଥାଏ। ଅନ୍ତତଃ ସପ୍ତାହକୁ ଥରଟିଏ ସାରା ଶରୀରକୁ ମାଲିସ୍‌ କରନ୍ତୁ। ଉତ୍ତମ ହବି ରଖିବାର ରୁଚି ରଖନ୍ତୁ ତଥା ନିଜ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ସକାରାମତ୍କ ମନୋଭାବ ପୋଷଣ କରନ୍ତୁ।
୪. ଇଷ୍ଟ୍ରୋଜେନ୍‌: ଏହି ସୁଖୀ ହରମୋନ୍‌ ସିରୋଟୋନିନ୍‌ ତିଆରି କରିବାରେ ସାହାଯ୍ୟ କରେ ଏବଂ ମଣିଷକୁ ଚିଡ଼ିଚିଡାଭାବ, ମାନସିକ ଦୁଶ୍ଚିନ୍ତା ଓ ଉଦ୍‌ବେଗରୁ ରକ୍ଷାକରି ମନରେ ସ୍ଥିରତା ଆଣିଥାଏ।ମାସିକ ଋତୁସ୍ରାବର ବିରତି ପରେ ଇଷ୍ଟ୍ରୋଜେନ୍‌ କମ୍‌ ହୋଇଯାଏ। ଧୂମପାନ ଓ ମଦ୍ୟପାନ କଲେ ମଧ୍ୟ ସିରୋଟୋନିନ୍‌ର ପରିମାଣ କମିଯାଏ।
ତେବେ ମେନୋପଜ ପରେ ଏହାକୁ ବଢାଇବାର ସହଜ ଓ ସରଳ ଉପାୟ ହେଉଛି ଯୋଗ, ମେଡିଟେସନ୍‌ ତଥା ଉଷୁମ ଜଳରେ ସ୍ନାନ କରିବା।
୫. ପ୍ରୋଜେଷ୍ଟୋରେନ୍‌: ଏହି ହରମୋନ୍‌ ମାନସିକ ଉଦ୍‌ବେଗ କମାଇଦିଏ, ସେଥିପାଇଁ ରାତିରେ ଭଲ ନିଦ ହୋଇଥାଏ। ବେଳେବେଳେ ଏହା ଚିଡିଚିଡାପଣ ଓ ମୁଡସ୍ବିଙ୍ଗ୍‌ ମଧ୍ୟ ବଢ଼ାଇଦିଏ।
ମହିଳାମାନଙ୍କର ବୟସ ୩୦ରୁ ୪୦ ବର୍ଷ ହେଲେ ଏବଂ ପ୍ରିମେନୋପଜ୍‌ ସମୟରେ ଏହା କମିଯାଏ।
ଜଙ୍କଫୁଡ୍‌ ଓ ତେଲିଆ ଖାଦ୍ୟ ଖାଇଲେ ତଥା ଅତ୍ୟଧିକ ଶାରୀରିକ ଓ ମାନସିକ ଚାପ ବଢ଼ିଲେ ଏହି ହରମୋନ୍‌ କମିଯାଏ।
କିପରି ବଢ଼ାଇବେ –
ଏଥିପାଇଁ ସୁଷମ ଖାଦ୍ୟ ଖାଇବା ସହ ତେଲ ଓ ମିଠାଜାତୀୟ ଦ୍ରବ୍ୟ ଖାଆନ୍ତୁ ନାହିଁ।
ମାନସିକ ଚିନ୍ତା କମାଇ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ନିୟମିତ ଭାବରେ ବ୍ୟାୟାମ କରନ୍ତୁ ବା ଚାଲନ୍ତୁ , ଦେଖିବେ ଏସବୁର ମିଳିତ ପ୍ରଭାବରେ ଶରୀରରେ ‘ହାପି ହରମୋନ୍‌’ର ପରିମାଣ ବଢ଼ିଯିବ ଏବଂ ଜୀବନ ସହଜ, ସରଳ ଓ ସୁଖମୟ ହୋଇଉଠିବ।
ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାବସ୍ଥାରେ ରକ୍ତହୀନତା ଦେଖାଦେଲେ ଖାଆନ୍ତୁ ଏହିସବୁ ଫଳ

ବିଶେଷକରି ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତା ବା ଆନେମିଆ ରୋଗର ଶିକାର ହୋଇଥାନ୍ତି। ଯାହା ଉଭୟ ମାଆ ଏବଂ ପିଲା ପ୍ରତି ବିପଦ ସୃଷ୍ଟି କରିଥାଏ। ଏଥିରୁ...

ସ୍ନେହ, ଯତ୍ନ ଅପେକ୍ଷା ପ୍ରେମିକାଙ୍କଠାରେ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ, ଜାଣନ୍ତୁ…

ଯେପରି ଝିଅମାନେ ଜୀବନସାଥୀଙ୍କୁ ନେଇ ସ୍ବପ୍ନ ଦେଖିଥାନ୍ତି, ସେ ଗୁଣର ହୁଅନ୍ତୁ ବୋଲି ଚାହାନ୍ତି ସେହିପରି ପୁଅମାନେ ମଧ୍ୟ ସେମାନଙ୍କ ଜୀବନସାଥୀ ଉପରେ ଆଶା ରଖିଥାନ୍ତି।...

ହୃଦ୍‌ରୋଗୀଙ୍କୁ ଏସବୁ ଖାଇବା ମନା

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁ ଅନେକ ମାରାତ୍ମକ ରୋଗର ଶିକାର ହେବାକୁ ପଡୁଛି। ସବୁଠୁ ମାରାତ୍ମକ ହୃ୍‌ଦ୍‌ରୋଗ। କାରଣ ଏହା ହଠାତ୍‌ ରୋଗୀର...

ମା’ ମାଟି – ମଣିଷ

ଶ୍ରୀମାନ୍‌ ସର୍ବଗିଳା ଚାଳିଶି ବରଷ ପୂର୍ବରୁ ଚାଳିଆରେ ଥିବା ଆମ ଗ୍ରାମଦେବତୀ, ଏବେ ବି ସେଇଜାଗାରେ ସେମିତି ବସିଛନ୍ତି ଦେଖି ଲମ୍ବହେଇ ପ୍ରଣାମ କଲି ା...

ସୁସ୍ଥ କିଡ୍‌ନୀ ପାଇଁ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ଆମେ...

ଘରେ ସୁଖ, ଶାନ୍ତି ପାଇଁ ରଖିଛନ୍ତି କି କ୍ରିଷ୍ଟାଲ, ଜାଣନ୍ତୁ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ ଏହା ଅନେକ ଉନ୍ନତି କରିଥାଏ। ଏହି ସ୍ଫଟିକ ଉଜ୍ଜ୍ୱଳ ଏବଂ ବହୁତ ଆକର୍ଷଣୀୟ ଦେଖାଯାଏ। ଯଦି ତୁମେ...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା...

ସକାଳୁ ପିଅନ୍ତୁ ଲେମ୍ବୁ ପାଣି

ଲେମ୍ବୁ ଶରୀର ପାଇଁ ବହୁ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ମିନେରାଲ୍ସ, ଆଇରନ୍‌, ମ୍ୟାଗ୍ନେସିୟମ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଓ ଜିଙ୍କ ରହିଛି ଏହାକୁ...

Advertisement
Archives

Model This Week