ନିଜେ ସଫଳ ଅଭିନେତା ନ ହେଲେ ବି ୬ ଜଣଙ୍କୁ କଲେ ସୁପରଷ୍ଟାର

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ‘ଶୋ ମ୍ୟାନ’ ଭାବେ ପରିଚିତ ନାମୀ ନିର୍ଦ୍ଦେଶକ ସୁଭାଷ ଘାଇ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ଜନ୍ମ ୨୪ ଜାନୁୟାରୀ ୧୯୪୫ରେ ନାଗପୁରରେ ହୋଇଥିଲା । ପ୍ରଥମେ ସୁଭାଷ ଜଣେ ଅଭିନେତା ହେବାକୁ ଇଚ୍ଛା ରଖିଥିଲେ ବି ଏଥିରେ ସେ ସଫଳ ହୋଇ ନ ଥିଲେ । ହେଲେ ଜଣେ ନିର୍ଦ୍ଦେଶକ ଭାବେ ସେ ହୋଇଛନ୍ତି ଖୁବ୍ ସଫଳ । ଆଉ ତାଙ୍କ ଫିଲ୍ମରେ କାମ କରିବାର ସୁଯୋଗ ଦେଇ ଶତ୍ରୁଘ୍ନ ସିହ୍ନା, ରିଶି କପୁର, ଜ୍ୟାକି ଶ୍ରଫ, ଅନିଲ କପୁର, ଐଶ୍ୱର୍ଯ୍ୟା ରାୟଓ ସଞ୍ଜୟ ଦତ୍ତଙ୍କୁ ସେ ସୁପରଷ୍ଟାର କରିପାରିଛନ୍ତି । ୧୯୬୭ରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ସୁଭାଷ ଘାଇ । ସେ ପ୍ରଥମେ ଫିଲ୍ମ ‘ତକଦିର’ରେ ଜଣେ ସହାୟକ ଅଭିନେତା ଭାବେ କାମ କରିଥିଲେ । ଏହାପରେ ୧୯୬୯ରେ ରାଜେଶ ଖାନ୍ନା ଓ ଶର୍ମିଳା ଟାଗୋରଙ୍କ ଅଭିନୀତ ଫିଲ୍ମ ‘ଆରାଧନା’ରେ ତାଙ୍କୁ ଏକ ଛୋଟିଆ ଚରିତ୍ର ମିିଳିଥିଲା । ଏହାପରେ ୧୯୭୬ରେ ‘ଉମଙ୍ଗ’, ‘ଗୁମରାହ’ରେ ଲିଡ ରୋଲରେ ନଜର ଆସିଲେ ସୁଭାଷ । ହେଲେ ଏତିକି ଫିଲ୍ମ କରିସାରିବା ପରେ ସୁଭାଷ ବୁଝି ଯାଇଥିଲେ କି ଅଭିନୟ ତାଙ୍କ ପାଇଁ କାଠିକର ପାଠ । ଏହାପରେ ସେ ନିର୍ଦ୍ଦେଶକ ହେବାକୁ ସ୍ଥିର କଲେ । ପ୍ରଥମେ ୧୯୭୬ରେ ସେ ‘କାଳିଚରଣ’ ଫିଲ୍ମର ନିର୍ଦ୍ଦେଶନା ଦେଲେ । ଯାହା ବକ୍ସ ଅଫିସରେ ସୁପରହିଟ୍ ହେଲା । ସେହିଠାରୁ ସେ ସ୍ଥିର କଲେ ଆଉ ଅଭିନେତା ନୁହେଁ ବରଂ ନିର୍ଦ୍ଦେଶନାରେ ସେ ଆଗକୁ ବଢିବେ । ଏହାପରେ ସେ ଦର୍ଶକଙ୍କୁ ଭେଟିଦେଲେ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି । ସେଥିମଧ୍ୟରୁ କର୍ମା, ଖଳନାୟକ, କର୍ଜ, ହିରୋ, ମେରି ଜଙ୍ଗ, ପରଦେଶ, ୟାଦେଁ ଆଦି ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏହାପରେ ସେ ମୁକ୍ତା ଆର୍ଟସ ନାମକ ନିଜର ପ୍ରଡକସନ୍ କମ୍ପାନୀ ଆରମ୍ଭ କଲେ । ଏବେ ସେ ବଲିଉଡ୍‌ର ଜଣେ ଆଗଧାଡିର ନିର୍ଦ୍ଦେଶକ ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?