Posted inଫୁରସତ

ଚିପ୍ସ ପ୍ୟାକେଟ୍‌ରେ ତିଆରି କଲେ କମ୍ବଳ

କୌଣସି ଜିନିଷ ଅଦରକାରୀ ନୁହେଁ। ଅଦରକାରୀ ମନେକରୁଥିବା ଜିନିଷରୁ ବି ଅନେକ ଦରକାରୀ ଜିନିଷ ତିଆରି ହୋଇପାରେ; ଯାହା ପ୍ରମାଣିତ କରି ଦେଖାଇଛନ୍ତି ୨୩ ବର୍ଷୀୟ ମାଇଲି ପୋରିଟ୍‌। ଏହି ଯୁବକଜଣକ ଡଷ୍ଟବିନ୍‌ ଓ ରାସ୍ତାଘାଟରୁ ଚିପ୍ସ ପ୍ୟାକେଟ୍‌ ସଂଗ୍ରହ କରି ତିଆରି କରୁଛନ୍ତି ବ୍ଲାଙ୍କେଟ୍‌ ବା କମ୍ବଳ। ଆଉ ସେଗୁଡିକୁ ଫୁଟ୍‌ପାଥ୍‌ରେ ଶୋଉଥିବା ଗରିବଙ୍କୁ ଦେଉଛନ୍ତି। ମାଇଲି ନିଜେ ବି ଜଣେ ଅନାଥ। ସେ ବି ଫୁଟ୍‌ପାଥରେ ଜୀବନ ବିତାଇଛନ୍ତି। ତେଣୁ ଫୁଟପାଥରେ ଶୀତରାତି କେତେ କଷ୍ଟଦାୟକ ଭଲଭାବେ ଜାଣନ୍ତି। ମାଇଲି ଫୁଟ୍‌ପାଥ୍‌ରେ ରହି ମଧ୍ୟ ନିଜ ଚେଷ୍ଟାରେ ସ୍କୁଲ ପଢା ପୂରଣ କରି ରେଷ୍ଟୁରାଣ୍ଟରେ ମ୍ୟାନେଜର ଭାବେ ରହିଥିଲେ। ଆଉ କଲେଜ୍‌ରେ ଡିପ୍ଲୋମା କଲେ। ଲକ୍‌ଡାଉନ୍‌ ସମୟରେ ସେ ତାଙ୍କର ଆଇରନିଂ ବ୍ୟବସାୟ ଆରମ୍ଭ କରିଛନ୍ତି; ଯେଉଁଥିରେ ଭଲ ରୋଜଗାର ହେଉଛି। ଏହି ବ୍ୟବସାୟ ସହ ସେ ଚିପ୍ସ ପ୍ୟାକେଟ୍‌ରେ କମ୍ବଳ ମଧ୍ୟ ତିଆରି କରୁଛନ୍ତି। ଗୋଟିଏ କମ୍ବଳ କରିବା ଲାଗି ୭୭ଟି ପ୍ୟାକେଟ୍‌ ଦରକାର ହୁଏ। ଏହି ପ୍ୟାକେଟ୍‌ଗୁଡିକୁ ସେ ଆଇରନ୍‌ କରି ଜଏଣ୍ଟ କରିଥାଆନ୍ତି। ତାଙ୍କ ମତରେ ଏହି କମ୍ବଳଗୁଡିକ ବହୁତ ଉଷ୍ମତା ପ୍ରଦାନ କରିଥାଏ। ଏବେ ସେ ଅନ୍‌ଲାଇନ୍‌ରେ ସଫା ଖାଲି ଚିପ୍ସ ପ୍ୟାକେଟ୍‌ ପ୍ରଦାନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଫଳରେ ତାଙ୍କ ପାଖକୁ ଲକ୍ଷ ଲକ୍ଷ ଚିପ୍ସ ପ୍ୟାକେଟ୍‌ ଆସୁଛି। ଆଉ ସେ ବହୁ ସଂଖ୍ୟାରେ କମ୍ବଳ ତିଆରି କରି ଗରିବଙ୍କ ମଧ୍ୟରେ ବାଣ୍ଟିପାରୁଛନ୍ତି। ଏହାଦ୍ୱାରା ଅନେକ ଲୋକ ଉପକୃତ ହେବା ସହ ପରିବେଶର ରକ୍ଷା ବି ହେଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?