Posted inଫୁରସତ

ଚିପ୍ସ ପ୍ୟାକେଟ୍‌ରେ ତିଆରି କଲେ କମ୍ବଳ

କୌଣସି ଜିନିଷ ଅଦରକାରୀ ନୁହେଁ। ଅଦରକାରୀ ମନେକରୁଥିବା ଜିନିଷରୁ ବି ଅନେକ ଦରକାରୀ ଜିନିଷ ତିଆରି ହୋଇପାରେ; ଯାହା ପ୍ରମାଣିତ କରି ଦେଖାଇଛନ୍ତି ୨୩ ବର୍ଷୀୟ ମାଇଲି ପୋରିଟ୍‌। ଏହି ଯୁବକଜଣକ ଡଷ୍ଟବିନ୍‌ ଓ ରାସ୍ତାଘାଟରୁ ଚିପ୍ସ ପ୍ୟାକେଟ୍‌ ସଂଗ୍ରହ କରି ତିଆରି କରୁଛନ୍ତି ବ୍ଲାଙ୍କେଟ୍‌ ବା କମ୍ବଳ। ଆଉ ସେଗୁଡିକୁ ଫୁଟ୍‌ପାଥ୍‌ରେ ଶୋଉଥିବା ଗରିବଙ୍କୁ ଦେଉଛନ୍ତି। ମାଇଲି ନିଜେ ବି ଜଣେ ଅନାଥ। ସେ ବି ଫୁଟ୍‌ପାଥରେ ଜୀବନ ବିତାଇଛନ୍ତି। ତେଣୁ ଫୁଟପାଥରେ ଶୀତରାତି କେତେ କଷ୍ଟଦାୟକ ଭଲଭାବେ ଜାଣନ୍ତି। ମାଇଲି ଫୁଟ୍‌ପାଥ୍‌ରେ ରହି ମଧ୍ୟ ନିଜ ଚେଷ୍ଟାରେ ସ୍କୁଲ ପଢା ପୂରଣ କରି ରେଷ୍ଟୁରାଣ୍ଟରେ ମ୍ୟାନେଜର ଭାବେ ରହିଥିଲେ। ଆଉ କଲେଜ୍‌ରେ ଡିପ୍ଲୋମା କଲେ। ଲକ୍‌ଡାଉନ୍‌ ସମୟରେ ସେ ତାଙ୍କର ଆଇରନିଂ ବ୍ୟବସାୟ ଆରମ୍ଭ କରିଛନ୍ତି; ଯେଉଁଥିରେ ଭଲ ରୋଜଗାର ହେଉଛି। ଏହି ବ୍ୟବସାୟ ସହ ସେ ଚିପ୍ସ ପ୍ୟାକେଟ୍‌ରେ କମ୍ବଳ ମଧ୍ୟ ତିଆରି କରୁଛନ୍ତି। ଗୋଟିଏ କମ୍ବଳ କରିବା ଲାଗି ୭୭ଟି ପ୍ୟାକେଟ୍‌ ଦରକାର ହୁଏ। ଏହି ପ୍ୟାକେଟ୍‌ଗୁଡିକୁ ସେ ଆଇରନ୍‌ କରି ଜଏଣ୍ଟ କରିଥାଆନ୍ତି। ତାଙ୍କ ମତରେ ଏହି କମ୍ବଳଗୁଡିକ ବହୁତ ଉଷ୍ମତା ପ୍ରଦାନ କରିଥାଏ। ଏବେ ସେ ଅନ୍‌ଲାଇନ୍‌ରେ ସଫା ଖାଲି ଚିପ୍ସ ପ୍ୟାକେଟ୍‌ ପ୍ରଦାନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଫଳରେ ତାଙ୍କ ପାଖକୁ ଲକ୍ଷ ଲକ୍ଷ ଚିପ୍ସ ପ୍ୟାକେଟ୍‌ ଆସୁଛି। ଆଉ ସେ ବହୁ ସଂଖ୍ୟାରେ କମ୍ବଳ ତିଆରି କରି ଗରିବଙ୍କ ମଧ୍ୟରେ ବାଣ୍ଟିପାରୁଛନ୍ତି। ଏହାଦ୍ୱାରା ଅନେକ ଲୋକ ଉପକୃତ ହେବା ସହ ପରିବେଶର ରକ୍ଷା ବି ହେଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ପ୍ରଥମେ ପୁରୁଷ ପିନ୍ଧୁଥିଲେ କାନଫୁଲ

ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ ହେଉଛି କାନର ଝୁମୁକା ବା କାନଫୁଲ।ହେଲେ ପ୍ରଥମେ ଏହା ନାରୀଙ୍କ ଶୃଙ୍ଗାର ନ ଥିଲା ବରଂ ପୁରୁଷଙ୍କର ଥିଲା...

ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..

ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା...

ଗୋଡ଼, ହାତରେ ୩୧ ଅଙ୍ଗୁଳି ଥିବା ମହିଳା

କୁମାରୀ ନାୟକ। ବୟସ ୬୩ରୁ ଊର୍ଦ୍ଧ୍ୱ। ଘର ଓଡିଶାର ଗଞ୍ଜାମ ଜିଲାରେ। ତେବେ ସେ ନିଜ ଜୀବନର ଅଧିକାଂଶ ସମୟ ଘରେ ଆବଦ୍ଧ ରହି ବିତାଇଛନ୍ତି।...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

ଇନ୍‌ଷ୍ଟାଗ୍ରାମର ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’

ବାଡ୍ଡି ଓ୍ବିଙ୍କଲ୍‌। ବୟସ ୯୨। କିନ୍ତୁ ଏବେ ବି କମିନି ତାଙ୍କ ଜଲଓ୍ବା। ଷ୍ଟାଇଲରେ ସେ ଆଜିକାଲି ମଡେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସବୁଠୁ...

ଏଠାରେ ମିଳୁଛି ବିବାହ ପାଇଁ ସ୍ବତନ୍ତ୍ର ମାସ୍କ: ଦାମ୍‌ ୧.୫ ଲକ୍ଷରୁ ଆରମ୍ଭ

ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଲାଣି। ଏହି କ୍ରମରେ ଗୁଜୁରାଟ ସୁରଟର...

ରଙ୍ଗୋଲି…

ଭାରତୀୟ ପରମ୍ପରାରେ ରଙ୍ଗୋଲିର ମହତ୍ୱ ବହୁତ ରହିଛି। ହିନ୍ଦୁଧର୍ମରେ ଅଗଣା ଅବା ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରିବାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି...

Advertisement
Archives

Model This Week