୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ହେଲେ ଏବେ ଭାଇଜାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି । ଲକ୍ଷେ ତରୁଣୀଙ୍କ ଦିଲ କି ଧଡକନ ଭାଇଜାନ ଅସଲରେ ୧୦ ଜଣଙ୍କ ପ୍ରେମରେ ପଡିଥିବା କୁହାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କିନ୍ତୁ ମୋଷ୍ଟ ଇଲିଜିବଲ ବ୍ୟାଚେଲର ତାଲିକାରେ ରହି ଯାଇଛନ୍ତି ।
ସଲମାନଙ୍କ ପ୍ରେମ କାହାଣୀ ଉପରେ ଯଦି ନଜର ପକାଇବା ତେବେ ପ୍ରଥମେ ତାଙ୍କ ଜୀବନର ପ୍ରେମିକା ସାଜିଥିଲେ ଅଭିନେତ୍ରୀ ସଙ୍ଗିତା ବିଜଲାନି । ଏହି ସମ୍ପର୍କରେ କିଛିଦିନ ପରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା । ଆଉ ସଙ୍ଗିତା କ୍ରିକେଟର ଅଜାରୁଦ୍ଦିନଙ୍କୁ ବିବାହ କରି ନେଇଥିଲେ । ଏହାପରେ ସଲମାନଙ୍କ ଆଫେୟାର୍ସ ସୋମି ଅଲିଙ୍କ ସହ ହୋଇଥିଲା । ସେ ଥିଲେ ଜଣେ ପାକିସ୍ତାନୀ ଅଭିନେତ୍ରୀ । ହେଲେ ସଲମାନଙ୍କ ବ୍ୟବହାର ପାଇଁ କୁଆଡେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏ ସମ୍ପର୍କରେ ସୋମି ବହୁବାର କଥା ବି ହୋଇଛନ୍ତି । ଏହାପରେ ସଲମାନଙ୍କ ଜୀବନରେ ଆସିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ । ସମାନ ଘଟଣା ମାନେ ସଲମାନଙ୍କ ବ୍ୟବହାର ହିଁ ଐଶ୍ୱର୍ଯ୍ୟାଙ୍କଠାରୁ ତାଙ୍କୁ ଅଲଗା କରିଥିଲା ବୋଲି କୁହାଯାଏ । ଏହାପରେ ଆସିଲେ ସ୍ରେହା ଉଲ୍ଲାଲ । କିନ୍ତୁ ଏହି ସମ୍ପର୍କ ବି ବେଶିଦିନ ତିଷ୍ଠିଲା ନାହିଁ । ଏହି କ୍ରମରେ ସଲମାନଙ୍କ ନାଁ ସହ ଯୋଡି ହେଲା ନାୟିକା କ୍ୟାଟ୍ରନା କୈଫଙ୍କ ନାମ । ହେଲେ ଏମାନେ ପରସ୍ପରର ଭଲ ବନ୍ଧୁ ବୋଲି ସବୁବେଳେ କହି ଆସୁଥିଲେ । ଆଉ ଶେଷରେ ନିକଟରେ କ୍ୟାଟ୍ରିନା ବିବାହ କଲେ ଅଭିନେତା ଭିକ୍କି କୌଶଲଙ୍କୁ । ପୁଣି ସଲମାନଙ୍କ ପ୍ରେମିକା ତାଲାକାରେ ଆସିଲା ଜରିନ ଖାଁଙ୍କ ନାମ । ଏତିକିରେ ସରିନି ଏହାପରେ ପାଳି ପଡିଲା ଡେଜି ଶାହାଙ୍କର । ଏହାବି ବହୁଦିନ ତିଷ୍ଠିଲା ନାହିଁ । ପୁଣି ମହକ ଚହଲ ଓ ଲୁଲିୟା ଭଂନ୍ତୁର ବି ଆସିଲେ ସଲମାନଙ୍କ ପ୍ରେମିକା ତାଲିକାରେ । ହେଲେ ଆଜି ପର୍ଯ୍ୟନ୍ତ ୫୬ ବର୍ଷ ବୟସରେ ବି ସଲମାନ ଏକା ଏକା । କାହକୁ ସେ ଜୀବନ ସାଥୀ ଭାବେ ବାଛି ପାରିଲେ ନାହିଁ । ସଫଳ ନାୟକ ଆଜି ଅସଫଳ ପ୍ରେମିକ ବୋଲି ଆଲୋଚନା ହୁଏ ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଶୋ’ରେ ଆସିବେ ରବିନା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ଛୋଟ ପରଦା ଆଡେ ମୁହାଁଇଛନ୍ତି। ପ୍ରଯୋଜନା ହେଉ ବା ହୋଷ୍ଟ ଏବେ ସଲମାନ ବୋଧହୁଏ ଟିକେ ଛୋଟ...

ଏରିକାଙ୍କ ‘ଶୁଟିଂ ଫ୍ରମ୍‌ ହୋମ୍‌’

ମୁମ୍ବାଇ: ଟେଲି ଦୁନିଆରେ ଏରିକା ଫର୍ନାଡିସ୍‌ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ। ଦେଖିବାକୁ ଯେମିତି ସେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ଜଣେ...

ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, ଯାହା କହିଥିଲେ ହୋଇଥିଲା ସତ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା...

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଯୋଧପୁର,୨୬।୩: ବଲିଉଡ୍‌ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ଦେବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ଧାକଡ ରାମ...

୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କଲେ ନୋରା ଫତେହି

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଦୁଇଜଣ ବଡ ଷ୍ଟାରଙ୍କ ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଛି ।...

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ...

Advertisement
Archives

Model This Week