୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ହେଲେ ଏବେ ଭାଇଜାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି । ଲକ୍ଷେ ତରୁଣୀଙ୍କ ଦିଲ କି ଧଡକନ ଭାଇଜାନ ଅସଲରେ ୧୦ ଜଣଙ୍କ ପ୍ରେମରେ ପଡିଥିବା କୁହାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କିନ୍ତୁ ମୋଷ୍ଟ ଇଲିଜିବଲ ବ୍ୟାଚେଲର ତାଲିକାରେ ରହି ଯାଇଛନ୍ତି ।
ସଲମାନଙ୍କ ପ୍ରେମ କାହାଣୀ ଉପରେ ଯଦି ନଜର ପକାଇବା ତେବେ ପ୍ରଥମେ ତାଙ୍କ ଜୀବନର ପ୍ରେମିକା ସାଜିଥିଲେ ଅଭିନେତ୍ରୀ ସଙ୍ଗିତା ବିଜଲାନି । ଏହି ସମ୍ପର୍କରେ କିଛିଦିନ ପରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା । ଆଉ ସଙ୍ଗିତା କ୍ରିକେଟର ଅଜାରୁଦ୍ଦିନଙ୍କୁ ବିବାହ କରି ନେଇଥିଲେ । ଏହାପରେ ସଲମାନଙ୍କ ଆଫେୟାର୍ସ ସୋମି ଅଲିଙ୍କ ସହ ହୋଇଥିଲା । ସେ ଥିଲେ ଜଣେ ପାକିସ୍ତାନୀ ଅଭିନେତ୍ରୀ । ହେଲେ ସଲମାନଙ୍କ ବ୍ୟବହାର ପାଇଁ କୁଆଡେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏ ସମ୍ପର୍କରେ ସୋମି ବହୁବାର କଥା ବି ହୋଇଛନ୍ତି । ଏହାପରେ ସଲମାନଙ୍କ ଜୀବନରେ ଆସିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ । ସମାନ ଘଟଣା ମାନେ ସଲମାନଙ୍କ ବ୍ୟବହାର ହିଁ ଐଶ୍ୱର୍ଯ୍ୟାଙ୍କଠାରୁ ତାଙ୍କୁ ଅଲଗା କରିଥିଲା ବୋଲି କୁହାଯାଏ । ଏହାପରେ ଆସିଲେ ସ୍ରେହା ଉଲ୍ଲାଲ । କିନ୍ତୁ ଏହି ସମ୍ପର୍କ ବି ବେଶିଦିନ ତିଷ୍ଠିଲା ନାହିଁ । ଏହି କ୍ରମରେ ସଲମାନଙ୍କ ନାଁ ସହ ଯୋଡି ହେଲା ନାୟିକା କ୍ୟାଟ୍ରନା କୈଫଙ୍କ ନାମ । ହେଲେ ଏମାନେ ପରସ୍ପରର ଭଲ ବନ୍ଧୁ ବୋଲି ସବୁବେଳେ କହି ଆସୁଥିଲେ । ଆଉ ଶେଷରେ ନିକଟରେ କ୍ୟାଟ୍ରିନା ବିବାହ କଲେ ଅଭିନେତା ଭିକ୍କି କୌଶଲଙ୍କୁ । ପୁଣି ସଲମାନଙ୍କ ପ୍ରେମିକା ତାଲାକାରେ ଆସିଲା ଜରିନ ଖାଁଙ୍କ ନାମ । ଏତିକିରେ ସରିନି ଏହାପରେ ପାଳି ପଡିଲା ଡେଜି ଶାହାଙ୍କର । ଏହାବି ବହୁଦିନ ତିଷ୍ଠିଲା ନାହିଁ । ପୁଣି ମହକ ଚହଲ ଓ ଲୁଲିୟା ଭଂନ୍ତୁର ବି ଆସିଲେ ସଲମାନଙ୍କ ପ୍ରେମିକା ତାଲିକାରେ । ହେଲେ ଆଜି ପର୍ଯ୍ୟନ୍ତ ୫୬ ବର୍ଷ ବୟସରେ ବି ସଲମାନ ଏକା ଏକା । କାହକୁ ସେ ଜୀବନ ସାଥୀ ଭାବେ ବାଛି ପାରିଲେ ନାହିଁ । ସଫଳ ନାୟକ ଆଜି ଅସଫଳ ପ୍ରେମିକ ବୋଲି ଆଲୋଚନା ହୁଏ ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?