ବାପା ସିବିଆଇ ଅଫିସର, ଇଚ୍ଛା ଥିଲା ଆଇଏଏସ୍‌ ହେବା; ଏବେ କିନ୍ତୁ ସେ…

ବମ୍ବେ: ବାପା ଜଣେ ସିବିଆଇ ଅଫିସର। ହେଲେ ଝିଅଙ୍କ ନିଶା ହେଲା ଅଭିନୟ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘କାହାନୀ ଘର ଘର କି’ର ପାର୍ବତୀ ଅର୍ଥାତ ସାକ୍ଷୀ ତନଓ୍ବରଙ୍କ କଥା। ଜାନୁୟାରୀ ୧୨ ଅର୍ଥାତ ବୁଧବାର ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୭୩ ଜାନୁୟାରୀ ୧୨ରେ ରାଜସ୍ଥାନର ଅଲଓ୍ବରରେ ଜନ୍ମଗ୍ରହଣ କରିଥିଲେ ସାକ୍ଷୀ। ତାଙ୍କ ବାପା ରାଜେନ୍ଦ୍ର ଜଣେ ସିବିଆଇର ଅଫିସର ଥିଲେ। ସାକ୍ଷୀ ନିଜର ସ୍ନାତକୋତ୍ତର ଶିକ୍ଷା ପରେ ଆଇଏଏସ ଲାଗି ପ୍ରସ୍ତୁତ ହେଉଥିଲେ। କଲେଜ ସମୟରେ ସେ ଡ୍ରାମା ସୋସାଇଟିର ପେସିଡେଣ୍ଟ ଥିଲେ। ଏଥିସହ ସେ ବିଭିନ୍ନ ନାଟକରେ ଭାଗ ନେଉଥିଲେ। ଏକଦା ସାକ୍ଷୀଙ୍କ ଜଣେ ଘନିଷ୍ଡ ବନ୍ଧୁ ତାଙ୍କୁ ଦୁରଦର୍ଶନରେ ଏକ ପ୍ରୋଗ୍ରାମ ଲାଗି ଆଙ୍କରିଂ ଅଡିଶନ ଦେବାକୁ ପରାମର୍ଶ ଦେଇଥିଲେ। ଶେଷରେ ତାଙ୍କୁ ଚୟନ କରାଯାଇଥିଲା।

ଧାରାବାହିକ ‘କାହାନୀ ଘର ଘର କି’ର ପାର୍ବତୀ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପରେ ସେ ‘କୁଟୁମ୍ବ’, ‘ଜସି ଜୈସି କୋଇ ନେହି’, ‘ବାଲିକା ବଧୁ’ ଭଳି ଧାରାବାହିକରେ ନଜର ଆସିଥିଲେ। ବଲିଉଡ୍‌ ଫିଲ୍ମ‘ଦଙ୍ଗଲ’ରେ ମଧ୍ୟ ସାକ୍ଷୀ ଆମିର ଖାନ୍‌ଙ୍କ ସ୍ତ୍ରୀ ଭୂମିକା ତୁଲାଇଥିଲେ। ଦେଖାଗଲେ ଏବେ ଯାଏ ବି ତାଙ୍କ ଲୋକପ୍ରିୟତା ପୂର୍ବଭଳି ରହିଛି। ପାଉଣା କଥା ଯଦି ଉଠେ ତେବେ ସେ ଦିନକୁ ୧.୫ ଲକ୍ଷ ଟଙ୍କା ନେଇଥାନ୍ତି।

୪୮ ବର୍ଷ ବୟସରେ ବି ସାକ୍ଷୀ ଅବିବାହିତା ଅଛନ୍ତି। ହେଲେ ତାଙ୍କୁ ପ୍ରକୃତ ସାଥୀଟିଏ ମିଳି ପାରୁନାହିଁ। ୨୦୧୮ରେ ସେ ଏକ ଝିଅକୁ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ। ତାଙ୍କ ନା ‘ଦିବ୍ୟା’ ଦିଆଯାଇଛି।

ଟେଲି ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ରେ ସାକ୍ଷୀ ନଜର ଆସିଥିଲେ। ଫିଲ୍ମରେ ଦୁହିଁଙ୍କ ଇଣ୍ଟିମେଟ୍‌ ଦୃଶ୍ୟ ଚର୍ଚ୍ଚାରେ ରହିଥିଲା। ଟେଲିଭିଜନ ଇତିହାସରେ ଏହି ଚୁମ୍ବନ ଦୃଶ୍ୟ ସବୁଠାରୁ ଲମ୍ବା ଥିଲା। ଏହାକୁ ଶୁଟିଂ କରିବା ସେତେଟା ସହଜ ମଧ୍ୟ ନ ଥିଲା। କାରଣ ସାକ୍ଷୀ ଅସହଜ ହୋଇଯାଇଥିଲେ। ଏଣୁ ନିର୍ମାତାମାନେ କିଛି ସମୟ ବ୍ରେକ୍‌ ନେଇ ଦୃଶ୍ୟକୁ ଫାଇନାଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?