ବାପା ସିବିଆଇ ଅଫିସର, ଇଚ୍ଛା ଥିଲା ଆଇଏଏସ୍‌ ହେବା; ଏବେ କିନ୍ତୁ ସେ…

ବମ୍ବେ: ବାପା ଜଣେ ସିବିଆଇ ଅଫିସର। ହେଲେ ଝିଅଙ୍କ ନିଶା ହେଲା ଅଭିନୟ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘କାହାନୀ ଘର ଘର କି’ର ପାର୍ବତୀ ଅର୍ଥାତ ସାକ୍ଷୀ ତନଓ୍ବରଙ୍କ କଥା। ଜାନୁୟାରୀ ୧୨ ଅର୍ଥାତ ବୁଧବାର ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୭୩ ଜାନୁୟାରୀ ୧୨ରେ ରାଜସ୍ଥାନର ଅଲଓ୍ବରରେ ଜନ୍ମଗ୍ରହଣ କରିଥିଲେ ସାକ୍ଷୀ। ତାଙ୍କ ବାପା ରାଜେନ୍ଦ୍ର ଜଣେ ସିବିଆଇର ଅଫିସର ଥିଲେ। ସାକ୍ଷୀ ନିଜର ସ୍ନାତକୋତ୍ତର ଶିକ୍ଷା ପରେ ଆଇଏଏସ ଲାଗି ପ୍ରସ୍ତୁତ ହେଉଥିଲେ। କଲେଜ ସମୟରେ ସେ ଡ୍ରାମା ସୋସାଇଟିର ପେସିଡେଣ୍ଟ ଥିଲେ। ଏଥିସହ ସେ ବିଭିନ୍ନ ନାଟକରେ ଭାଗ ନେଉଥିଲେ। ଏକଦା ସାକ୍ଷୀଙ୍କ ଜଣେ ଘନିଷ୍ଡ ବନ୍ଧୁ ତାଙ୍କୁ ଦୁରଦର୍ଶନରେ ଏକ ପ୍ରୋଗ୍ରାମ ଲାଗି ଆଙ୍କରିଂ ଅଡିଶନ ଦେବାକୁ ପରାମର୍ଶ ଦେଇଥିଲେ। ଶେଷରେ ତାଙ୍କୁ ଚୟନ କରାଯାଇଥିଲା।

ଧାରାବାହିକ ‘କାହାନୀ ଘର ଘର କି’ର ପାର୍ବତୀ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପରେ ସେ ‘କୁଟୁମ୍ବ’, ‘ଜସି ଜୈସି କୋଇ ନେହି’, ‘ବାଲିକା ବଧୁ’ ଭଳି ଧାରାବାହିକରେ ନଜର ଆସିଥିଲେ। ବଲିଉଡ୍‌ ଫିଲ୍ମ‘ଦଙ୍ଗଲ’ରେ ମଧ୍ୟ ସାକ୍ଷୀ ଆମିର ଖାନ୍‌ଙ୍କ ସ୍ତ୍ରୀ ଭୂମିକା ତୁଲାଇଥିଲେ। ଦେଖାଗଲେ ଏବେ ଯାଏ ବି ତାଙ୍କ ଲୋକପ୍ରିୟତା ପୂର୍ବଭଳି ରହିଛି। ପାଉଣା କଥା ଯଦି ଉଠେ ତେବେ ସେ ଦିନକୁ ୧.୫ ଲକ୍ଷ ଟଙ୍କା ନେଇଥାନ୍ତି।

୪୮ ବର୍ଷ ବୟସରେ ବି ସାକ୍ଷୀ ଅବିବାହିତା ଅଛନ୍ତି। ହେଲେ ତାଙ୍କୁ ପ୍ରକୃତ ସାଥୀଟିଏ ମିଳି ପାରୁନାହିଁ। ୨୦୧୮ରେ ସେ ଏକ ଝିଅକୁ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ। ତାଙ୍କ ନା ‘ଦିବ୍ୟା’ ଦିଆଯାଇଛି।

ଟେଲି ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ରେ ସାକ୍ଷୀ ନଜର ଆସିଥିଲେ। ଫିଲ୍ମରେ ଦୁହିଁଙ୍କ ଇଣ୍ଟିମେଟ୍‌ ଦୃଶ୍ୟ ଚର୍ଚ୍ଚାରେ ରହିଥିଲା। ଟେଲିଭିଜନ ଇତିହାସରେ ଏହି ଚୁମ୍ବନ ଦୃଶ୍ୟ ସବୁଠାରୁ ଲମ୍ବା ଥିଲା। ଏହାକୁ ଶୁଟିଂ କରିବା ସେତେଟା ସହଜ ମଧ୍ୟ ନ ଥିଲା। କାରଣ ସାକ୍ଷୀ ଅସହଜ ହୋଇଯାଇଥିଲେ। ଏଣୁ ନିର୍ମାତାମାନେ କିଛି ସମୟ ବ୍ରେକ୍‌ ନେଇ ଦୃଶ୍ୟକୁ ଫାଇନାଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri