ମାତ୍ର ୫ ହଜାର ଟଙ୍କା ନେଇ କାନାଡାରୁ ଭାରତ ଆସିଥିଲେ ନୋରା

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସର ଭାବେ ପରିଚିତ ହୋଇଥିବା ନୋରା ଫତେହି ୨୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏବେ ଅଧିକାଂଶ ଦର୍ଶକ ନୋରାଙ୍କ ଡ୍ୟାନ୍ସର ଦିୱାନା ପାଲଟି ଯାଇଛନ୍ତି । ଫିଲ୍ମରେ ଆଇଟମ ସଙ୍ଗଠାରୁ ଆରମ୍ଭ କରି ରିୟଲିଟି ଶୋ’ର ଜଜେସ ଆସନରେ ବସି ସାରିଛନ୍ତି ନୋରା । ଫେବୃୟାରୀ ୬, ୧୯୯୨ରେ ସେ କାନାଡାରେ ଜନ୍ମ ଗ୍ରହଣ କରିଥିଲେ । ନୋରା ଏକାଧାରାରେ ଜଣେ ଅଭିନେତ୍ରୀ, ଡ୍ୟାନ୍ସର ଓ ମଡେଲ । ବିଶେଷ ଭାବେ ସେ ତାଙ୍କ ବେଲି ଡ୍ୟାନ୍ସ ପାଇଁ ବେଶ୍ ପରିଚିତ । ସେ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ସେ ବଲିଉଡରେ ତାଙ୍କ କ୍ୟାରିୟର ଫିଲ୍ମ ‘ରୋର: ଟାଇଗର ଅଫ୍ ଦ ସୁନ୍ଦରବନ’ରୁ ଆରମ୍ଭ କରିଛନ୍ତି । ଏହାପରେ ତାଙ୍କୁ ଟଲିଉଡରେ ବି ସୁଯୋଗ ମିଳିଛି । ବିଗ୍ ବସ୍‌-୯ରେ ନୋରା ନଜର ଆସିଥିଲେ । ଏହାପରେ ସେ ହୋଇଥିଲେ ଫେମଶ । ଏହାପରେ ୨୦୧୬ରେ ରିୟଲିଟି ଶୋ’ ଝଲକ ଦିଖ ଲାଜା ତାଙ୍କୁ ଆଣି ଦେଇଥିଲା ଭିନ୍ନ ପରିଚୟ । ଏଥିରେ ତାଙ୍କ ଡ୍ୟାନ୍ସ ଟ୍ୟାଲେଣ୍ଟ ଦେଖିବାକୁ ମିଳିଥିଲା । ସେ ଇଂରାଜୀ ଓ ହିନ୍ଦୀ ବ୍ୟତିତ ଫ୍ରେଞ୍ଜ ଓ ଆରବି ଭାଷା କହିପାରନ୍ତି । ସେ ମାର୍ଶାଲ ଆର୍ଟ ବି ଜାଣନ୍ତି । ସେ ଅଭିନେତ୍ରୀ ଦିଶ।। ପାଟନୀଙ୍କ ଡ୍ୟାନ୍ସ ଟିଚର ଭାବେ କାମ କରିଛନ୍ତି । କ୍ରିକେଟରେ ରୁଚି ରଖୁଥିବା ନୋରା ସଚ୍ଚିନଙ୍କର ଜଣେ ବଡ ଫ୍ୟାନ ହୋଇଥିବା ବେଳେ ଯୁବରାଜଙ୍କର ଫ୍ରେଣ୍ଡ । ନୋରା ଯେତେବେଳେ କାନାଡାରୁ ଭାରତ ଆସିଥିଲେ ସେତେବେଳେ ସେ ମାତ୍ର ୫ହଜାର ଟଙ୍କା ନେଇ ଆସିଥିବା କୁହାଯାଏ । ହେଲେ ଏବେ ସେ କୋଟି ପତି ପାଲଟି ଗଲେଣି । ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଢିଓ ରିଲିଜ ହୋଇଥିବା ବେଳେ ସେ ଆଗାମୀ ଦିନରେ ‘ଭୁଜ: ଦପୟାଇଡ ଅଫ୍ ଇଣ୍ଡିଆ’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri