ମାତ୍ର ୫ ହଜାର ଟଙ୍କା ନେଇ କାନାଡାରୁ ଭାରତ ଆସିଥିଲେ ନୋରା

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସର ଭାବେ ପରିଚିତ ହୋଇଥିବା ନୋରା ଫତେହି ୨୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏବେ ଅଧିକାଂଶ ଦର୍ଶକ ନୋରାଙ୍କ ଡ୍ୟାନ୍ସର ଦିୱାନା ପାଲଟି ଯାଇଛନ୍ତି । ଫିଲ୍ମରେ ଆଇଟମ ସଙ୍ଗଠାରୁ ଆରମ୍ଭ କରି ରିୟଲିଟି ଶୋ’ର ଜଜେସ ଆସନରେ ବସି ସାରିଛନ୍ତି ନୋରା । ଫେବୃୟାରୀ ୬, ୧୯୯୨ରେ ସେ କାନାଡାରେ ଜନ୍ମ ଗ୍ରହଣ କରିଥିଲେ । ନୋରା ଏକାଧାରାରେ ଜଣେ ଅଭିନେତ୍ରୀ, ଡ୍ୟାନ୍ସର ଓ ମଡେଲ । ବିଶେଷ ଭାବେ ସେ ତାଙ୍କ ବେଲି ଡ୍ୟାନ୍ସ ପାଇଁ ବେଶ୍ ପରିଚିତ । ସେ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ସେ ବଲିଉଡରେ ତାଙ୍କ କ୍ୟାରିୟର ଫିଲ୍ମ ‘ରୋର: ଟାଇଗର ଅଫ୍ ଦ ସୁନ୍ଦରବନ’ରୁ ଆରମ୍ଭ କରିଛନ୍ତି । ଏହାପରେ ତାଙ୍କୁ ଟଲିଉଡରେ ବି ସୁଯୋଗ ମିଳିଛି । ବିଗ୍ ବସ୍‌-୯ରେ ନୋରା ନଜର ଆସିଥିଲେ । ଏହାପରେ ସେ ହୋଇଥିଲେ ଫେମଶ । ଏହାପରେ ୨୦୧୬ରେ ରିୟଲିଟି ଶୋ’ ଝଲକ ଦିଖ ଲାଜା ତାଙ୍କୁ ଆଣି ଦେଇଥିଲା ଭିନ୍ନ ପରିଚୟ । ଏଥିରେ ତାଙ୍କ ଡ୍ୟାନ୍ସ ଟ୍ୟାଲେଣ୍ଟ ଦେଖିବାକୁ ମିଳିଥିଲା । ସେ ଇଂରାଜୀ ଓ ହିନ୍ଦୀ ବ୍ୟତିତ ଫ୍ରେଞ୍ଜ ଓ ଆରବି ଭାଷା କହିପାରନ୍ତି । ସେ ମାର୍ଶାଲ ଆର୍ଟ ବି ଜାଣନ୍ତି । ସେ ଅଭିନେତ୍ରୀ ଦିଶ।। ପାଟନୀଙ୍କ ଡ୍ୟାନ୍ସ ଟିଚର ଭାବେ କାମ କରିଛନ୍ତି । କ୍ରିକେଟରେ ରୁଚି ରଖୁଥିବା ନୋରା ସଚ୍ଚିନଙ୍କର ଜଣେ ବଡ ଫ୍ୟାନ ହୋଇଥିବା ବେଳେ ଯୁବରାଜଙ୍କର ଫ୍ରେଣ୍ଡ । ନୋରା ଯେତେବେଳେ କାନାଡାରୁ ଭାରତ ଆସିଥିଲେ ସେତେବେଳେ ସେ ମାତ୍ର ୫ହଜାର ଟଙ୍କା ନେଇ ଆସିଥିବା କୁହାଯାଏ । ହେଲେ ଏବେ ସେ କୋଟି ପତି ପାଲଟି ଗଲେଣି । ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଢିଓ ରିଲିଜ ହୋଇଥିବା ବେଳେ ସେ ଆଗାମୀ ଦିନରେ ‘ଭୁଜ: ଦପୟାଇଡ ଅଫ୍ ଇଣ୍ଡିଆ’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri