Posted inଖେଳ

୪୨ବର୍ଷରେ ପଦାର୍ପଣ କଲେ ଧୋନୀ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ସଚିନ ତେନ୍ଦୁଲକର, ହରଭଜନ ସିଂ ଓ ବୀରେନ୍ଦ୍ର ସେହ୍ବାଗ ଭଳି ଭାରତୀୟ କିମ୍ବଦନ୍ତୀଙ୍କ ସମେତ ସମଗ୍ର ବିଶ୍ୱର ଅଗ୍ରଣୀ କ୍ରିକେଟରମାନେ ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେନ୍ଦୁଲକର ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ‘ମେ ୟୁ ଅଲ୍‌ଓ୍ବେଜ ଫ୍ଲାଏ ଲାଇକ୍‌ ଇଓର ହେଲିକପ୍ଟର ଶଟ୍‌, ହାପି ବାର୍ଥ ଡେ, ଏମ୍‌ଏସ୍‌!’। ଧୋନୀ ତାଙ୍କର ଏହି ଟ୍ରେଡ୍‌ମାର୍କ ଶଟ୍‌ ସହାୟତାରେ ଦୁଇ ଦଶନ୍ଧିର ପ୍ରଫେସନାଲ କ୍ୟାରିିୟରରେ ଭାରତ ଏବଂ ଆଇପିଏଲ୍‌ ଦଳ ସିଏସ୍‌କେକୁ ବହୁ ବିଜୟ ଆଣି ଦେଇଛନ୍ତି। ସେହ୍ବାଗ ତାଙ୍କ ସାଥୀ ଖେଳାଳି ଧୋନୀଙ୍କ ସହ ବିତେଇ ଥିବା କିଛି ଶ୍ରେଷ୍ଠ ମୁହୂର୍ତ୍ତ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ସୂର୍ଯ୍ୟଠାକୁରଙ୍କ ଦିବ୍ୟ ରଥକୁ ୭ ଘୋଡ଼ା ଟାଣି ଥାନ୍ତି। ଋଗ୍‌ବେଦକୁ ୭ ଭାଗରେ ବିଭକ୍ତ କରାଯାଇଛି। ବିଭାଘର ବେଳେ ୭ଫେରା ଲଗାଇବାକୁ ପଡ଼ିଥାଏ। ବିଶ୍ୱରେ ୭ଟି ଆଶ୍ଚର୍ଯ୍ୟ ରହିଛି। ଧୋନୀଙ୍କ ଜନ୍ମ ବର୍ଷ ୭ମ ମାସରେ ଏବଂ ୭ ତାରିଖରେ। ବାସ୍ତବିକ ସେ ଜଣେ ମହାନ୍‌ ବ୍ୟକ୍ତି। ବିହାରର ରାଞ୍ଚତ୍ରେ ଜନ୍ମଗ୍ରହଣ କରିଥିବା ଧୋନୀ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସେ ତାଙ୍କ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୨୦୦୭ରେ ଟି୨୦ ବିଶ୍ୱକପ୍‌, ନିଜ ଦେଶରେ ୨୦୧୧ ବିଶ୍ୱକପ୍‌ ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫି ହାତେଇ ପାରିଛି। ନିକଟରେ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ମ ଥର ଆଇପିଏଲ୍‌ ଟାଇଟଲ ଜିତିଥିଲା। ପୂର୍ବତନ ସ୍ପିନର ହରଭଜନ ସିଂ ଟୁଇଟ କରି ଧୋନୀଙ୍କୁ ‘ହାପି ବାର୍ଥଡେ ବାହୁବଳି’ କହିଛନ୍ତି। ଭବିଷ୍ୟତ ମଙ୍ଗଳମୟ ହେଉ। ଆଗକୁ ମଧ୍ୟ ଅନ୍ୟ ପାଇଁ ପ୍ରେରଣା ହୋଇ ରହିଥାନ୍ତୁ। ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ୱର ଧୋନୀଙ୍କୁ ଜଣେ ମହାନ୍‌ ବ୍ୟକ୍ତିତ୍ୱ ବୋଲି କହିଛନ୍ତି। ଧୋନୀଙ୍କ ସିଏସ୍‌କେ ଟିମ୍‌ମେଟ୍‌ ରବୀନ୍ଦ୍ର ଜାଡେଜା କିମ୍ବଦନ୍ତୀ ଉଇକେଟକିପରଙ୍କୁ ତାଙ୍କ ପଥପ୍ରଦର୍ଶକ ବୋଲି କହିଛନ୍ତି। ଭାରତର ପୂର୍ବତନ ମହିଳା ପେସ୍‌ ବୋଲର ଝୁଲଣ ଗୋସ୍ବାମୀ କହିଛନ୍ତି, ହାପି ବାର୍ଥଡେ୍‌ କ୍ୟାପଟେନ କୁଲ୍‌, ପଡ଼ିଆ ହେଉ ଅବା ପଡ଼ିଆ ବାହାରେ ଧୋନୀ ଖେଳାଳିମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ମଧ୍ୟ ଧୋନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଉଇକେଟକିପର ବ୍ୟାଟରଙ୍କ ଭବିଷ୍ୟତର ଶୁଭକାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?