ନିଜଠାରୁ ୩୦ ବର୍ଷ ବଡ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ କୋରିଓଗ୍ରାଫର୍‌

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ନଭେମ୍ବର ୨୨ ଅର୍ଥାତ୍‌ ଆଜି ଜନ୍ମଗ୍ରହଣ କରିଥିଲେ। ସେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ମାଧୁରୀ ଦୀକ୍ଷିତ, ଶ୍ରୀଦେବୀ, କରୀନା କପୁରଙ୍କ ପରି କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନୃତ୍ୟ ଗୁରୁ ଥିଲେ ସରୋଜ। ଚଳିତ ବର୍ଷ ଜୁଲାଇ ୩ରେ ତାଙ୍କର ଦେହାନ୍ତ ହୋଇଥିଲା। ମାତ୍ର ୩ ବର୍ଷ ବୟସରେ ସେ ଚଳଚ୍ଚିତ୍ର ନଜରନାରେ ଶ୍ୟାମା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିଥିଲେ। ସେ କୋରିଓଗ୍ରାଫର ବି.ଭି. ସୋହନଲାଲଙ୍କ ଠାରୁ ତାଲିମ ନେଇଥିଲେ। କୋରିଓଗ୍ରାଫର ଭାବରେ ସରୋଜ ଖାନଙ୍କ ମୁଖ୍ୟ ଚଳଚ୍ଚିତ୍ର ହେଉଛି ଚାନ୍ଦନୀ, ତେଜାବ, ମିଷ୍ଟର ଇଣ୍ଡିଆ।
ମାତ୍ର ୧୩ ବର୍ଷ ସେ ତାଙ୍କ ଗୁରୁ ସୋହନଲାଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୟସରେ ୩୦ ବର୍ଷର ପାର୍ଥକ୍ୟ ଥିଲା। ବିବାହବେଳେ ସୋହନଙ୍କୁ ୪୩ବର୍ଷ ବୟସ ହୋଇଥିଲା। ଏହା ସୋହନଲାଲଙ୍କ ଦ୍ୱିତୀୟ ବିବାହ ଥିଲା। ସରୋଜ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ସ୍କୁଲରେ ପଢୁଥିବା ସମୟରେ, ମୋର ନୃତ୍ୟ ଗୁରୁ ସୋହନଲାଲ ବେକରେ ଏକ କଳା ସୂତା ବାନ୍ଧି ମୋତେ ବିବାହ କରିଥିଲେ। ବିବାହ କରିବା ସମୟରେ ସୋହନଲାଲ ତାଙ୍କର ପ୍ରଥମ ବିବାହ ବିଷୟରେ ଉଲ୍ଲେଖ କରି ନ ଥିଲେ। ଦେଶ ବିଭାଜନ ପରେ ସରୋଜ ଖାନଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ। ତାଙ୍କର ପ୍ରକୃତ ନାମ ନିର୍ମଳା ନାଗପାଲ, ପିତାଙ୍କ ନାମ କିଶନଚାନ୍ଦ ସାଧୁ ସିଂ ଏବଂ ମାତାଙ୍କ ନାମ ନୋନି ସାଧୁ ସିଂ। ୧୯୬୩ ମସିହା ସରୋଜ ଖାନଙ୍କ ପୁଅ ହମିଦ ଜନ୍ମ ହୋଇଥିଲେ। ପ୍ରଥମ ପୁଅର ଜନ୍ମ ପରେ ସରୋଜ ସ୍ବାମୀଙ୍କ ପ୍ରଥମ ବିବାହ ବିଷୟରେ ଜାଣିବାକୁ ପାଇଲେ। ସୋହନଲାଲ ସରୋଜ ଖାନଙ୍କ ଉଭୟ ସନ୍ତାନଙ୍କୁ ତାଙ୍କ ନାମ ଦେବାକୁ ମନା କରିଦେଇଥିଲେ। ଏହା ପରେ ସରୋଜ ଖାନ ଏବଂ ସୋହାନଲଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଲା। ସରୋଜ ତାଙ୍କ ଦୁଇ ପିଲାଙ୍କୁ ଏକାକୀ ବଢାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

ଦୋଛକିରେ କିଆରା

କିଆରା ଆଡଓ୍ବାନୀ ଦୋଛକିରେ ପଡ଼ିଯାଇଛନ୍ତି। କଥାଟି ଏମିତି ହୋଇଛି ଯେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। କଥା କ’ଣ କି ନିକଟରେ ଏକ...

ଆସିନି ଭିସେରା ରିପୋର୍ଟ: ସୁଶାନ୍ତଙ୍କୁ ବିଷ ଦେବା ପରେ ପଙ୍ଖାରେ ଝୁଲାଇ ଦିଆଯାଇଛି କି?

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଭାଜପା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ...

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ...

ପ୍ରେମ ଏବେ, ନା ବାବା ନା…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ବୁଧବାର ୩୪ ବର୍ଷ ପୂରଣ ହୋଇଛି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

ହୋମ୍‌ମେଡ୍‌ ମାସ୍କର ପ୍ରସ୍ତୁତି ଶିଖାଇଲେ ବିଦ୍ୟା

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ସବୁଆଡ଼େ ଏହି ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶରୁ ମାସ୍କ ଏବଂ...

ବଲିଉଡ୍‌ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ

ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍‌-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର...

ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜି ସମସ୍ତଙ୍କୁ ପର କରି ଅଫେରା ରାଇଜର ପଥିକ ସାଜିଥିବା ବେଳେ ଏବେବି ତାଙ୍କ ପ୍ରତି ଦର୍ଶକଙ୍କର...

Seven Jackpot
Advertisement


Archives

Model This Week

Why Dharitri